School Closed / ଅଗଷ୍ଟ ୨ ପୂର୍ବରୁ ନାହିଁ ବଡ଼ ବର୍ଷା ଭୟ; ବନ୍ୟା ଜଳ ଛାଡ଼ି ନଥିବାରୁ କାଲି ସବୁ ସ୍କୁଲ୍ ବନ୍ଦ
·1 hour ago·2 min read

Key Points
ବର୍ଷା ଛାଡ଼ି ଆସିଥିବା ବେଳେ କମି ନାହିଁ ବନ୍ୟା ଜଳ । ଜିଲ୍ଲାର ବିଭିନ୍ନ ଅଞ୍ଚଳ ଜଳମଗ୍ନ ରହିଥିବାରୁ ଆସନ୍ତାକାଲି ଶନିବାର ଜିଲ୍ଲାରେ ଖୋଲିବ ନାହିଁ ବିଦ୍ୟାଳୟ ଓ ଅଙ୍ଗନୱାଡ଼ି କେନ୍ଦ୍ର ।
ଭଦ୍ରକ: ବେହାଲ୍ ଭଦ୍ରକ । ବର୍ଷା ଛାଡ଼ି ଆସିଥିବା ବେଳେ କମି ନାହିଁ ବନ୍ୟା ଜଳ । ଏବେବି ଲୋକେ ପାଣି ଘେରରେ ରହିଛନ୍ତି । ପ୍ରଶାସନ ପକ୍ଷରୁ ଲୋକଙ୍କୁ ଉଦ୍ଧାର କରାଯାଉଛି । ଜିଲ୍ଲାର ବିଭିନ୍ନ ଅଞ୍ଚଳ ଜଳମଗ୍ନ ରହିଥିବାରୁ ଆସନ୍ତାକାଲି ଶନିବାର ଜିଲ୍ଲାରେ ଖୋଲିବ ନାହିଁ ବିଦ୍ୟାଳୟ ଓ ଅଙ୍ଗନୱାଡ଼ି କେନ୍ଦ୍ର ।
ଏନେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଭଦ୍ରକ ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ଏବଂ ଲଗାତାର ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ବିଦ୍ୟାଳୟ ଓ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।
ଏଥିସହ ପଢ଼ନ୍ତୁ: ଅଗଷ୍ଟ ୫ ଯାଏଁ ପ୍ରବଳ ବର୍ଷା ସତର୍କତା: ବର୍ଷା ଯୋଗୁଁ ଆସନ୍ତାକାଲି ସ୍କୁଲ ବନ୍ଦ ରହିବ କି ?
ଭଦ୍ରକ ଜିଲ୍ଲାପାଳଙ୍କଙ୍କ ନିର୍ଦ୍ଦେଶକ୍ରମେ ୨୦୨୬ ଅଗଷ୍ଟ ୧ ତାରିଖ (ଶନିବାର) ଦିନ ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ ବିଦ୍ୟାଳୟ ସହ ସମସ୍ତ ଅଙ୍ଗନବାଡି କେନ୍ଦ୍ରରେ ପାଠପଢ଼ା ସ୍ଥଗିତ ରହିବ ।
ସମସ୍ତ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଅଣଶିକ୍ଷକ କର୍ମଚାରୀମାନେ ଯେକୌଣସି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ସଜାଗ ରହିବେ ଏବଂ ପ୍ରଶାସନର ଆବଶ୍ୟକତା ଅନୁଯାୟୀ ସେମାନେ ତୁରନ୍ତ ଦାୟିତ୍ୱ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ପାଣିପାଗ କେନ୍ଦ୍ରର ପୂର୍ବାନୁମାନ
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁସାରେ, ଆଗାମୀ ୨ ଦିନ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ଆଶଙ୍କା ରହିଛି । ଏନେଇ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ତେବେ ୨ ତାରିଖ ପୂର୍ବରୁ ରାଜ୍ୟରେ ସେଭଳି ବଡ଼ ବର୍ଷାର ସମ୍ଭାବନା ନାହିଁ । ତେବେ ୨ ତାରିଖରେ ପ୍ରବଳ ବର୍ଷା ନେଇ ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜକୁ ୟେଲୋ ଆଲର୍ଟ ଦିଆଯାଇଛି । ୭ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି ହୋଇଛି ।
ଭଦ୍ରକରେ ବନ୍ୟା ସ୍ଥିତି
ସାଳନ୍ଦୀ ନଦୀରେ ବନ୍ୟା ପାଣି ପୁଣି ବଢ଼ିଛି । ହଦଗଡ଼ ଡ୍ୟାମରୁ ୩ ହଜାର କ୍ୟୁସେକ୍ ଜଳ ଛଡ଼ା ଯାଇଛି । ରାଜଘାଟ ଠାରେ ବିପଦ ସଂକେତ ୧୭ ଫୁଟ୍ ଥିବାବେଳେ ଏବେ ବନ୍ୟା ପାଣି ବଢ଼ି ୧୯ ଫୁଟ୍ ଛୁଇଁଛି । ଫଳରେ ତଳିଆ ଅଞ୍ଚଳରେ ପୁଣି ବନ୍ୟା ପାଣି ବଢ଼ିଛି । ଭଦ୍ରକ ପୌରାଞ୍ଚଳ ସମେତ ନଦୀ କୂଳିଆ ଲୋକେ ଭୟଭୀତ ଅଛନ୍ତି ।
ଏଥିସହ ପଢ଼ନ୍ତୁ: ହୀରାକୁଦରେ ବଢ଼ୁଛି ଜଳସ୍ତର….ଖୋଲିଲା ୨୨ଟି ଗେଟ… ତଳିଆ ଅଞ୍ଚଳକୁ ବନ୍ୟା ଆଲର୍ଟ
ଚାନ୍ଦବାଲି ବ୍ଲକର ୮ଟି ପଞ୍ଚାୟତ ବନ୍ୟା ଜଳ ଘେରରେ ରହିଥିବା ବେଳେ ୩୦ରୁ ଅଧିକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ପଡ଼ିଛି । ଅନେକ ସ୍ଥାନରେ ରାସ୍ତାଘାଟ ଜଳମଗ୍ନ ହୋଇଥିବାରୁ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇ ଯାଇଛି । ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଥିବା ବେଳେ ଆବଶ୍ୟକ ସ୍ଥାନରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରହିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories