FloodAlert / ହୀରାକୁଦରେ ବଢ଼ୁଛି ଜଳସ୍ତର….ଖୋଲିଲା ୨୨ଟି ଗେଟ… ତଳିଆ ଅଞ୍ଚଳକୁ ବନ୍ୟା ଆଲର୍ଟ
·1 month ago·2 min read

Key Points
ବଢ଼ୁଛି ହୀରାକୁଦର ଜଳସ୍ତର
ସକାଳେ ୧୦ଟି ଗେଟ ଖୋଲାଥିବାବେଳେ ବର୍ତ୍ତମାନ ଆଉ ୮ଟି ଗେଟ ଖୋଲାଯାଇଛି

ବଢ଼ୁଛି ହୀରାକୁଦର ଜଳସ୍ତର। ସକାଳେ ୧୦ଟି ଗେଟ ଖୋଲାଥିବାବେଳେ ବର୍ତ୍ତମାନ ଆଉ ୮ଟି ଗେଟ ଖୋଲାଯାଇଛି। ସମୁଦାୟ ୨୨ଟି ଗେଟରେ ଜଳ ନିଷ୍କାସିତ ହେଉଛି। ପ୍ରତି ସେକେଣ୍ଡରେ ୨ ଲକ୍ଷ କ୍ୟୁସେକରୁ ଅଧିକ ବନ୍ୟାଜଳ ହେଉଛି ନିଷ୍କାସିତ। ସେପଟେ ମୁଣ୍ଡୁଳିରେ ଜଳସ୍ତର ବୃଦ୍ଧି ଆଶଙ୍କା ପରେ ବଢ଼ିଲା ତଳିଆ ଅଞ୍ଚଳବାସୀଙ୍କ ଚିନ୍ତା। ଜିଲ୍ଲାପାଳଙ୍କ ସହ ସରକାରୀ ଅଧିକାରୀଙ୍କୁ ଜାରି ହେଲା ସତର୍କ ସୂଚନା।
ଏହାସହ ପଢ଼ନ୍ତୁ: ଡାଏବେଟିସ୍ ଥିବାରୁ ରକ୍ତ ପରୀକ୍ଷା ପାଇଁ ଯାଇଥିଲେ… ବଢ଼ି ପାଣି ଦେଖୁ ଦେଖୁ ନଦୀକୁ ଖସି ପଡ଼ିଲେ
ହୀରାକୁଦ ଜଳଭଣ୍ତାରକୁ ଗତ ଦୁଇ ଦିନ ହେବ ଲଗାତାର ୩ ଲକ୍ଷରୁ ଊର୍ଦ୍ଧ୍ବ କ୍ୟୁସେକ ଉପରେ ଜଳ ପ୍ରବେଶ କରୁଛି । ଫଳରେ ଜଳସ୍ତର ଆଜି ସକାଳ ୬ଟା ସୁଦ୍ଧା ୬୨୩.୫୨ ଫୁଟ ରହିଥିଲା । ଉପର ମୁଣ୍ତରୁ ହୀରକୁଦ ଜଳ ଭଣ୍ଡାରକୁ ୩ ଲକ୍ଷ ୬୯ ହଜାର ୩୨୨ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ମାତ୍ର ସେକେଣ୍ତ ପ୍ରତି ୬୫ ହଜାର ୫୪୩ କ୍ୟୁସେକ ଜଳ ନିଷ୍କାସନ ହେଉଥିଲା । ତେଣୁ ଇନ୍ ଫ୍ଲୋକୁ ଦୃଷ୍ଟିରେ ରଖି ଏବେ ୧୦ଟି ଗେଟ୍ ଖୋଲାଯାଇଛି । ଯାହାଫଳରେ ଏବେ ମୋଟ ୧୨ ଟି ଗେଟରେ ୨ ଲକ୍ଷରୁ ଅଧିକ କ୍ୟୁସେକ ଜଳ ନିଷ୍କାସନ ହେଉଛି ।
ସେପଟେ ମହାନଦୀରେ ବନ୍ୟା ଜଳ ପ୍ରବାହ ସ୍ଥିତିରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଆଠଗଡ ଏବଂ କଟକ ମୁଣ୍ଡଳୀ ଅଞ୍ଚଳରେ ମହାନଦୀର ଜଳସ୍ତର କ୍ରମଶଃ କମିବାରେ ଲାଗିଛି । ଯାହାକି ସ୍ଥାନୀୟ ଅଞ୍ଚଳବାସୀଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତି ପ୍ରଦାନ କରିଛି । ଗତକାଲି ରାତି ସୁଦ୍ଧା ମୁଣ୍ଡଳୀ ଦେଇ ୮ ଲକ୍ଷ ୮୦ ହଜାର କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେଉଥିଲା । କିନ୍ତୁ ଏହି ସ୍ଥିତିରେ ସାମାନ୍ୟ ସୁଧାର ଆସି ବର୍ତ୍ତମାନ ଜଳ ପ୍ରବାହ କମି ୮ ଲକ୍ଷ ୭୩ ହଜାର କ୍ୟୁସେକକୁ ଖସିଥିବା ନେଇ ସୂଚନା ମିଳିଛି । ମୋଟାମୋଟି ଭାବେ ମହାନଦୀର ଜଳସ୍ତର ଏବେ ହ୍ରାସ ପାଇବାରେ ଲାଗିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେପଟେ ବନ୍ୟାସ୍ଥିତି ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଆରମ୍ଭ ହୋଇଛି । ବନ୍ୟା ପ୍ରଭାବିତ ଅଞ୍ଚଳର ଜିଲ୍ଲାପାଳ ମାନଙ୍କ ସହ ଆଲୋଚନା ହେଉଛି । ପ୍ରଭାବିତ ଅଂଚଳର ଜିଲ୍ଲାପାଳମାନେ ଭିସିରେ ଯୋଡି ହୋଇଛନ୍ତି । ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, SRC, ପାଣିପାଗ ବିଜ୍ଞାନ, ଜଳସମ୍ପଦ ବିଭାଗର ଅଧିକାରୀ ଏହି ବୈଠକରେ ସାମିଲ ହୋଇଛନ୍ତି ।
Related Topics
Explore more stories