Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Jail Controversy / ଜେଲ୍‌ରେ ଯନ୍ତ୍ରଣା ଭୋଗୁଛନ୍ତି କଏଦୀ, କାମରେ ଆସୁନି ନୂଆ କୋଠା

Sushanta Sahoo
Browse all articles by Sushanta Sahoo
·1 month ago·2 min read
ଜେଲ୍‌ରେ ଯନ୍ତ୍ରଣା ଭୋଗୁଛନ୍ତି କଏଦୀ, କାମରେ ଆସୁନି ନୂଆ କୋଠା
Inmates Suffer Amid Space Shortage

Key Points

କାମରେ ଆସୁନି ନୂତନ ଜେଲ । ଫଳରେ କୋଟି କୋଟି ଟଙ୍କା ଖର୍ଚ୍ଚରେ ପ୍ରସ୍ତୁତ ହୋଇଥିବା ନୂତନ ଜେଲ୍ ପାଲଟିଛି ଭୂତକୋଠି । ସେପଟେ ୨୦୧ ଜଣ ବିଚାରଧୀନ କଏଦୀ ରହିବା ପାଇଁ ବ୍ୟବସ୍ଥା ଥିବାବେଳେ ଏବେ ଅଛନ୍ତି ୩୨୧ରୁ ଅଧିକ ଅନ୍ତେବାସୀ ।
ଭଦ୍ରକ: ଜିଲ୍ଲା ଜେଲ୍‌ରେ ଯନ୍ତ୍ରଣାରେ ଷଢ଼ୁଛନ୍ତି ଅନ୍ତେବାସୀ । ସେପଟେ ନୂଆ ଜେଲ୍ ପାଲଟିଲାଣି ଭୂତକୋଠି । ଭଦ୍ରକ ଜିଲ୍ଲା କାରାଗାରରେ ଆବଶ୍ୟକ ଠାରୁ ଅଧିକ ଅନ୍ତେବାସୀ ରହିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷ ଦେଖିବାକୁ ମିଳିଛି ।

କାମରେ ଆସୁନି ନୂତନ ଜେଲ । ଫଳରେ କୋଟି କୋଟି ଟଙ୍କା ଖର୍ଚ୍ଚରେ ପ୍ରସ୍ତୁତ ହୋଇଥିବା ନୂତନ ଜେଲ୍ ପାଲଟିଛି ଭୂତକୋଠି । ବ୍ରିଟିଶ ସରକାର ଅମଳର ବହୁ ପୁରାତନ ଭଦ୍ରକ ଜେଲରେ ୨୦୧ ଜଣ ବିଚାରଧୀନ କଏଦୀ ରହିବା ପାଇଁ ବ୍ୟବସ୍ଥା ରହିଛି । କିନ୍ତୁ ଏବେ ଅଛନ୍ତି ୩୨୧ରୁ ଅଧିକ ଅନ୍ତେବାସୀ । ଫଳରେ ୧୦୦ରୁ ଅଧିକ ବିଚାରଧୀନ କଏଦୀଙ୍କୁ ପଡ଼ୋଶୀ ଜିଲ୍ଲାର କାରାଗାରରେ ରଖାଯାଇଛି ।

ଏଥିସହ ପଢ଼ନ୍ତୁ: ମୋହନ ସରକାରଙ୍କ ବଡ଼ ଘୋଷଣା; କେଜିରୁ ପିଜି ପର୍ଯ୍ୟନ୍ତ ମାଗଣାରେ ପଢ଼ିବେ ସମସ୍ତେ 

ଗତ ବିଜେଡି ସରକାରରେ ୨୦୨୨ରେ ନୂତନ ଜିଲ୍ଲା କାରାଗାର ପ୍ରକଳ୍ପକୁ ଅନୁମୋଦନ ମିଳିଥିଲା । ସ୍ଥାନୀୟ ଲୋକଙ୍କ ଅନୁମତି ନ ନେଇ ବହୁଦରଡ଼ାଠାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ୧୮୦ କ୍ଷମତା ବିଶିଷ୍ଟ ଦୁଇ ମହଲା କୋଠା ଓ ରାସ୍ତା ନିର୍ମାଣ ସରିଲା । କିନ୍ତୁ ଏବେ ଚାଷ ଜମିକୁ ଯିବାରେ ସମସ୍ୟା ସହ ସ୍ଥାନୀୟ ମଶାଣି ବ୍ୟବହାରରେ ବାଧା ହେଉଥିବା ଅଭିଯୋଗ ହୋଇଛି ।

ଅନ୍ୟପଟେ ଭଦ୍ରକ ଜେଲରେ ଜାଗା ନଥିବାରୁ କଏଦୀମାନଙ୍କୁ ପଡ଼ୋଶୀ ବାଲେଶ୍ୱର କିମ୍ବା ସୋର ଜେଲ୍‌କୁ ପଠାଇ ଦିଆଯାଉଛି । ଯାହାଦ୍ୱାରା ସେମାନଙ୍କ ସମ୍ପର୍କୀୟମାନେ ଭେଟିବା ପାଇଁ ନାହିଁ ନଥିବା ହଇରାଣ ହେଉଛନ୍ତି । ଗ୍ରାମବାସୀଙ୍କ ବାରମ୍ବାର ଅଭିଯୋଗ ପରେ ସ୍ଥାନୀୟ ବିଧାୟକ, ସାଂସଦ, ଜିଲ୍ଲାପାଳ, ଏସପି ଏବଂ ଜେଲ କର୍ତ୍ତୃପକ୍ଷ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ନୂତନ ଜେଲ ଓ ଲୋକଙ୍କୁ ହେଉଥିବା ସମସ୍ୟାକୁ ସ୍ଵୀକାର କରିଛନ୍ତି ଜିଲ୍ଲାପାଳ । କହିଛନ୍ତି- ଲୋକଙ୍କ ଦାବି ମୁତାବକ ଜେଲ୍ ପାଇଁ ଜାଗା ଛାଡ଼ିଲେ, ଏହା ସଂକୁଚିତ ହୋଇଯିବ ଏବଂ ସୁରକ୍ଷା ବିପନ୍ନ ହେବ । ତେଣୁ ଜେଲ୍ କର୍ତ୍ତୃପକ୍ଷ ବିକଳ୍ପ ଜମି ପାଇଁ ଜିଲ୍ଲା ପ୍ରଶାସନକୁ ଚିଠି ଲେଖିଛି । ପ୍ରଶାସନ ପକ୍ଷରୁ ଏବେ ଭଦ୍ରକ ସହର ଉପକଣ୍ଠ ଭଣ୍ଡାରିପୋଖରୀ ତହସିଲ ଅଞ୍ଚଳରେ ଏକ ନୂଆ ଜାଗା ଚିହ୍ନଟ କରାଯାଇଛି ।

ଏଥିସହ ପଢ଼ନ୍ତୁ: ନିଟ୍‌ ପରୀକ୍ଷାର୍ଥୀଙ୍କ ପାଇଁ ମାଗଣା ବସ୍‌ ସେବା,ଆଡମିଟ୍ କାର୍ଡ ଦେଖାଇଲେ ମିଳିବ ସୁବିଧା 

ଯଦି ବହୁଦରଡ଼ା ସ୍ଥାନଟି ଜେଲ୍ ନିର୍ମାଣ ପାଇଁ ଉପଯୁକ୍ତ ନଥିଲା ତେବେ ପୂର୍ବ ସରକାର ଏଠାରେ କାହିଁକି ଜେଲ ନିର୍ମାଣ କଲେ ? ସରକାରୀ ଅର୍ଥ ଅପଚୟ ପାଇଁ କାହାକୁ ଦାୟୀ କରାଯିବ ବୋଲି ଲୋକେ ପ୍ରଶ୍ନ କରୁଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bhadrak Jail Overcrowded as New Prison Remains Unused | Argus News | Argus News