Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଘରର କବାଟ ଭାଙ୍ଗି ଲୁଟି ନେଲେ ସୁନା ଗହଣା

Jitendra Dash
Browse all articles by Jitendra Dash
·2 years ago·1 min read
ଘରର କବାଟ ଭାଙ୍ଗି ଲୁଟି ନେଲେ ସୁନା ଗହଣା

ଅର୍ଗସ ବ୍ୟୁରୋ : ପୁଣି ଭଦ୍ରକରେ ମାତିଲେ ଲୁଟେରା । ଭଦ୍ରକ ଚାରି ଘରିଆ ଠାରେ ଗତକାଲି ଭଡାରେ ରହୁଥିବା ଅମୁଲ୍ୟ ନାୟକଙ୍କ ଘରର ଗ୍ରିଲ ଭାଙ୍ଗି ଗଡ଼ରେଜ ଭାଙ୍ଗି ଲୁଟିନେଲେ ୧୦ ଭରି ସୁନା ଓ ଗହଣା । ନଗଦ ୫ ଲକ୍ଷ୍ୟ ଟଙ୍କା । ଏମିତି ଅଭିଯୋଗ କରିଛନ୍ତି ଘର ଭଡା ଘରେ ରହୁଥିବା ଅମୀୟ ରଞ୍ଜନ ନାୟକ ।

ସେ କହିଛନ୍ତି ଭାଇଙ୍କ ନିର୍ବନ୍ଧ ପାଇଁ ସୁନା ଗହଣା ଓ ଟଙ୍କା ରଖିଥିଲେ । ଯାହାକୁ ଦୁର୍ବୃତ୍ତ ମାନେ ଲୁଟି ନେଇଛନ୍ତି । ଏ ନେଇ ଅମୀୟ ଟାଉନ ଥାନାକୁ ଜଣାଇବା ପରେ ଘଟଣା ସ୍ଥଳରେ ଟାଉନ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଛି ମାସ ତଳେ ଏକ ଅବସର ଡାକ୍ତରଙ୍କ ଘରେ ପଶି ଛୁରା ମାଡ଼ କରି ଲୁଟି ନେଇଥିଲେ । ତେବେ ବାରମ୍ବାର ସହରରେ ଏପରି ଲୁଟ ହେଉଥିବାରୁ ସ୍ଥାନୀୟ ସହର ବାସିନ୍ଦା ନିଜକୁ ଅସୁରକ୍ଷିତ ମନେ କରିବା ସହ  ପୋଲିସର କାର୍ଯ୍ୟାନୁଷ୍ଠାନ ପ୍ରତି ପ୍ରଶ୍ନ ଉଠାଇଛନ୍ତି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bhadrak loot case | Argus News