Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

'ନାଲୁ' ପ୍ରେମରେ ସମସ୍ତେ

Jitendra Dash
Browse all articles by Jitendra Dash
·2 years ago·2 min read
'ନାଲୁ' ପ୍ରେମରେ ସମସ୍ତେ

ଅର୍ଗସ ବ୍ୟୁରୋ : ବୟସ ୯ ରୁ ୧୦ ବର୍ଷ ହେବ । ମଣିଷ ପରି ଘର ଭିତରେ ରହୁଛି, ଫ୍ୟାନ ତଳେ ସୋଉଛି, ଭାତ ଡାଲି ଠାରୁ ଆରମ୍ଭ କରି ରୁଟି ତରକାରୀ ଓ କୁରକୁରି ଭଳି ସ୍ୱାଦିୟା ଖାଦ୍ୟ ଖାଉଛି । ଆପଣ ଭାବୁଥିବେ ଆମେ କୋଉ ଛୋଟ ପିଲା କଥା କୋହୁଛି । ନା ଆପଣଙ୍କ ଭାବନା ଟୋଟାଲି ଭୁଲ । ଏମେ ଏଠି ନାଲୁ କଥା କୋହୁଛୁ । କଣ ଆପଣ ମାନେ ପୁଣି ଚିନ୍ତାରେ ପଡ଼ିଗଲେ କି ? ଠିକ୍ ଅଛି ଆମେ ଆପଣଙ୍କ ଚିନ୍ତାକୁ ଦୁର କରୁଛୁ । ଆମେ ଏଠି ଏକ କୁକୁଡ଼ା କଥା କହୁଛୁ । ଯାହାର ନାମ ନାଲୁ । ଯାହାର ବୟସ ଏବେ ୯ ରୁ ୧୦ ବର୍ଷ ହେବ ।

ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଧୁଷୁରୀ ପଞ୍ଚାୟତରେ । ଆକୁ ପାଳିଛନ୍ତି ସୂର୍ଯ୍ୟପୁର ନଘରିୟା ଗ୍ରାମର ସ୍ବର୍ଣ୍ଣଲତା ବାରିକ । ଆଜିକି ୯ରୁ୧୦ ବର୍ଷ ହେବ ପାଳିଛନ୍ତି । ନିଜ ପୁଅ ଏବଂ ଝିଅ ଭଳି । ଏହି କୁକୁଡାର ବୟସ ୧୦ ବର୍ଷର ବୋଲି ମାଲିକିୟାଣୀ ସ୍ବର୍ଣ୍ଣଲତା କହିଛନ୍ତି । ଏହାର ନାମ ନାଲୁ ଦିଆଯାଇଛି । ଏହି ନାଲୁର ଓଜନ ୭ରୁ ୮ କିଲୋ ହେବ ବୋଲି ଜଣାପଡିଛି । ସବୁଠାରୁ ବଡ଼ କଥା ହେଲା ଏହି କୁକୁଡ଼ା ବା ନାଲୁ ବର୍ତ୍ତମାନ ବାର୍ଦ୍ଧକ୍ୟରେ ପଦାର୍ପଣ କରିଛି । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଦୀର୍ଘ ବର୍ଷ ହୋଇଯାଇଥିବାରୁ ଘରର ଜଣେ ସଦସ୍ୟ ହୋଇଯାଇଛି।  ମଣିଷ ଭଳି ଘରେ ରହୁଛି, ଫ୍ୟାନ ତଳେ ସୁଉଛି, ଭାତ ଡାଲି ତରକାରୀ ରୁଟି ଓ ଅନ୍ୟାନ୍ୟ ଟେଷ୍ଟି ଟେଷ୍ଟି ଜିନିଷ ଖାଉଛି। ନାଲୁ ଯେଉଁଠି ଥିଲେବି , ଯଦି ଘରର କେହି ସଦସ୍ୟ ନାଲୁ ବୋଲି ଡାକିଡ଼ିଆନ୍ତି, ତାହାଲେ ସଙ୍ଗେ ସଙ୍ଗେ ପାଖକୁ ଦୌଡ଼ି ଆସୁଛି । ଏହି କୁଡାଟିକୁ ନିଜ ନାତି ନାତୁଣୀ ଭଳି ଭଲପାଇବା ଦେଉଛନ୍ତି ସ୍ବର୍ଣ୍ଣଲତା । ଯାହାକୁ ନେଇ ସ୍ବର୍ଣ୍ଣଲତା ମଧ୍ୟ ବହୁ ଖୁସିରେ ଅଛନ୍ତି ।

Sponsored
bhadrak nalu love story | Argus News