|
logo
Live
Argus News App
GET APP

Argus News - ମାନସିକ ବିକୃତ ମହିଳାଙ୍କୁ ଉଦ୍ଧାର ସହ ଟ୍ରକ୍‌ ଡ୍ରାଇଭରକୁ ଧରିଲା ପୋଲିସ, ବର୍ଷା ରାତିରେ ବାରଣ୍ଡାରୁ ଟେକି ନେଇଥିଲେ

Odisha

Crime In Odisha / ମାନସିକ ବିକୃତ ମହିଳାଙ୍କୁ ଉଦ୍ଧାର ସହ ଟ୍ରକ୍‌ ଡ୍ରାଇଭରକୁ ଧରିଲା ପୋଲିସ, ବର୍ଷା ରାତିରେ ବାରଣ୍ଡାରୁ ଟେକି ନେଇଥିଲେ

Sushanta Sahoo
Browse all articles by Sushanta Sahoo
·5 months ago·2 min read
ମାନସିକ ବିକୃତ ମହିଳାଙ୍କୁ ଉଦ୍ଧାର ସହ ଟ୍ରକ୍‌ ଡ୍ରାଇଭରକୁ ଧରିଲା ପୋଲିସ, ବର୍ଷା ରାତିରେ ବାରଣ୍ଡାରୁ ଟେକି ନେଇଥିଲେ

Key Points

ରାତି ୧୨ଟା ୫୩ ମିନିଟ୍‌ରେ ରାସ୍ତା ପାର ହୋଇ ଅପରପାର୍ଶ୍ଵକୁ କିଛି ନ ଜାଣିଲା ଭଳି ଆସୁଛନ୍ତି ଟ୍ରକ୍ ଡ୍ରାଇଭର ଜଣଙ୍କ । ରାସ୍ତା ପାର୍ ହେବା ପରେ ଗୋଟିଏ ମିନିଟ୍ ଧରି ଏପେଟ ସେପଟ ହେଉଛନ୍ତି । ଆଉ ଠିକ୍ ଗୋଟିଏ ମିନିଟ୍ ପରେ ୧୨ଟା ୫୪ରେ ଛଞ୍ଚାଣ ଭଳି ମହିଳାଙ୍କ ଉପରେ ଝାମ୍ପି ହୋଇ ପଡ଼ୁଛନ୍ତି ।

ଭଦ୍ରକ: ଉଦ୍ଧାର ହେଲେ ମାନସିକ ବିକୃତ ମହିଳା । ଧରା ପଡ଼ିଲା ଟେକି ନେଇଥିବା ଟ୍ରକ୍ ଡ୍ରାଇଭର । ଚରମ୍ପ ଫାଣ୍ଡି ନିକଟ ଏକ ଦୋକାନ ବାରଣ୍ଡାରୁ ଅପହୃତ ମହିଳାଙ୍କୁ କେନ୍ଦୁଝର ଜିଲ୍ଲା ଝୁମ୍ପୁରାରୁ ଉଦ୍ଧାର କରିଛି ଭଦ୍ରକ ପୋଲିସ । ଏନେଇ ଟାଉନ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।


ମାମଲାରେ ପୋଲିସ ଟ୍ରକ୍ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ଟ୍ରକ୍‌କୁ ଜବତ କରିଛି । ଅକ୍ଚୋବର ୨ ତାରିଖ ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଥିଲା । ଜାତୀୟ ରାଜପଥ ୧୬ର ଭଦ୍ରକ ଚରମ୍ପା ଫାଣ୍ଡି ନିକଟରେ ଏକ ଦୋକାନ ବାରଣ୍ଡାରୁ ମାନସିକ ବିକୃତ ମହିଳାଙ୍କୁ ଜୋର ଜବରଦସ୍ତ ଟେକି ନେଇଥିଲା ଟ୍ରକ୍ ଡ୍ରାଇଭର ।


ଏଥିସହ ପଢ଼ନ୍ତୁ: ରାତି ଅଧରେ ରାସ୍ତା କଡରୁ ମହିଳାଙ୍କୁ ଉଠାଇନେଲା ଡ୍ରାଇଭର, ସିସିଟିଭିରେ କଏଦ୍ ହେଲା ଦୃଶ୍ୟ


ଯାହାର ଭିଡିଓ ସିସିଟିଭିରେ ରେକର୍ଡ ହୋଇଥିଲା । ଭିଡିଓରେ ଦେଖା ଯାଉଛି, ୨ ତାରିଖ ରାତି ପ୍ରାୟ ୧୨ଟା ୪୦ରେ ଦୋକାନର ଅପରପାର୍ଶ୍ଵରେ ଯାଉଥିବା ଏକ ଟ୍ରକ୍ ମହିଳାଙ୍କୁ ଏକାକୀ ଦେଖି ଅଟକୁଛି । ଟ୍ରକ୍‌କୁ ଡ୍ରାଇଭର ପଛକୁ ନେବା ସହ ଗାଡ଼ିରୁ ଓହ୍ଲାଇ ଆସୁଛନ୍ତି । ପ୍ରାୟ ୧୩ ମିନଟ୍ ଧରି ଟ୍ରକ୍ ସେଇଠି ରଖିବା ସହ ଅଟକି ରହୁଛନ୍ତି ।


ଆଉ ରାତି ୧୨ଟା ୫୩ ମିନିଟ୍‌ରେ ରାସ୍ତା ପାର ହୋଇ ଅପରପାର୍ଶ୍ଵକୁ କିଛି ନ ଜାଣିଲା ଭଳି ଆସୁଛନ୍ତି ଟ୍ରକ୍ ଡ୍ରାଇଭର ଜଣଙ୍କ । ରାସ୍ତା ପାର୍ ହେବା ପରେ ଗୋଟିଏ ମିନିଟ୍ ଧରି ଏପେଟ ସେପଟ ହେଉଛନ୍ତି । ଆଉ ଠିକ୍ ଗୋଟିଏ ମିନିଟ୍ ପରେ ୧୨ଟା ୫୪ରେ ଛଞ୍ଚାଣ ଭଳି ମହିଳାଙ୍କ ଉପରେ ଝାମ୍ପି ହୋଇ ପଡ଼ୁଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏଥିସହ ପଢ଼ନ୍ତୁ: ପୁଣି ବର୍ଷାରେ ଭିଜିବ ଓଡ଼ିଶା, ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସମ୍ଭାବନା


ହଠାତ୍ ବ୍ୟକ୍ତି ଜଣଙ୍କୁ ଦେଖି ମହିଳା ଜଣଙ୍କ ବ୍ୟାଗ୍ ନେଇ ପଳାଇବାକୁ ଉଦ୍ୟମ କରୁଥିଲେ ବି ସଫଳତା ମିଳି ନଥିଲା । ଶେଷରେ ୧୨ଟା ୫୫ରେ ମହିଳାଙ୍କୁ ଦୁଇ ହାତରେ ଟେକି ନେଇ ପଳାଇଥିଲେ ଟ୍ରକ୍ ଡ୍ରାଇଭର୍ । ଆଉ ସିସିଟିଭି ଫୁଟେଜ୍‌କୁ ଆଧାର କରି ପୋଲିସ ଛାନଭିନ୍ ଆରମ୍ଭ କରିଥିବା ବେଳେ କେନ୍ଦୁଝର ଝୁମ୍ପୁରା ଅଞ୍ଚଳରେ ସଫଳତା ମିଳିଛି । ମହିଳା ଉଦ୍ଧାର ହୋଇଥିବା ବେଳେ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।



ଟ୍ରକ୍‌ରେ ମାନସିକ ବିକୃତ ମହିଳାଙ୍କୁ ଡ୍ରାଇଭର ଟେକି ନେବା ପରେ କିଛି ଅଘଟଣ ଘଟିଛି କି ? କେଉଁ ଉଦ୍ଦେଶ୍ୟରେ ମହିଳାଙ୍କୁ ଟେକି ନେଇ ଯାଇଥିଲେ ଟ୍ରକ୍ ଡ୍ରାଇଭର ? ଏବେ ଏସବୁ ଦିଗରେ ପୋଲିସ ତଦନ୍ତ କରିବା ସହ ଅଟକ ରଖିଥିବା ଡ୍ରାଇଭରକୁ ପଚରାଉଚରା କରୁଛି ।

Related Topics

Explore more stories

Sponsored
Crime In Odisha: ମାନସିକ ବିକୃତ ମହିଳାଙ୍କୁ ଉଦ୍ଧାର ସହ ଟ୍ରକ୍‌ ଡ୍ରାଇଭରକୁ ଧରିଲା ପୋଲିସ, ବର୍ଷା ରାତିରେ ବାରଣ୍ଡାରୁ ଟେକି ନେଇଥିଲେ | Argus News