|
logo
Live
Argus News App
GET APP

Argus News - ରାତି ଅଧରେ ରାସ୍ତା କଡରୁ ମହିଳାଙ୍କୁ ଉଠାଇନେଲା ଡ୍ରାଇଭର, ସିସିଟିଭିରେ କଏଦ୍ ହେଲା ଦୃଶ୍ୟ

Crime

Crime In Odisha / ରାତି ଅଧରେ ରାସ୍ତା କଡରୁ ମହିଳାଙ୍କୁ ଉଠାଇନେଲା ଡ୍ରାଇଭର, ସିସିଟିଭିରେ କଏଦ୍ ହେଲା ଦୃଶ୍ୟ

Swoyang prajna Mishra
Browse all articles by Swoyang prajna Mishra
·6 months ago·2 min read
ରାତି ଅଧରେ ରାସ୍ତା କଡରୁ ମହିଳାଙ୍କୁ ଉଠାଇନେଲା ଡ୍ରାଇଭର, ସିସିଟିଭିରେ କଏଦ୍ ହେଲା ଦୃଶ୍ୟ

Key Points

ଏପରି ଏକ ଘଟଣା ଘଟିଛି 16 ନଂ ଜାତୀୟ ଭଦ୍ରକ ଚରମ୍ପା ନିକଟରେ । ସମୟ ଥିଲା ରାତି ୧୨ଟା ୪୦ ମିନିଟ୍ । ବର୍ଷା ରାତି । ମହିଳା ଜଣେ ରାସ୍ତା କଡରେ ଥିବା ଏକ ଦୋକାନ ବାରଣ୍ଡାରେ ଅଟକି ଯାଇଥିଲେ ବର୍ଷାରୁ ରକ୍ଷା ପାଇବା ପାଇଁ ।

ରାତି ଅଧରେ ରାସ୍ତା କଡରୁ ଅପହରଣ । ସିସିଟିଭିରେ କଏଦ୍ ହୋଇଥିବା ସେହି ଦୃଶ୍ୟ , ଯାହା ଆପଣଙ୍କ ମନକୁ ବି ବିଚଳିତ କରିଦେବ । କେମିତି ନିଛାଟିଆ ରାସ୍ତାରେ ମହିଳାଙ୍କୁ ଏକା ଦେଖି ଉଠାଇ ନେଲେ ଡ୍ରାଇଭର । ଆଉ ସେ ବି ଜଣେ ମାନସିକ ସ୍ଥିତି ଠିକ ନଥିବା ମହିଳାଙ୍କୁ ।

ଏପରି ଏକ ଘଟଣା ଘଟିଛି 16 ନଂ ଜାତୀୟ ଭଦ୍ରକ ଚରମ୍ପା ନିକଟରେ । ସମୟ ଥିଲା ରାତି ୧୨ଟା ୪୦ ମିନିଟ୍ । ବର୍ଷା ରାତି । ମହିଳା ଜଣେ ରାସ୍ତା କଡରେ ଥିବା ଏକ ଦୋକାନ ବାରଣ୍ଡାରେ ଅଟକି ଯାଇଥିଲେ ବର୍ଷାରୁ ରକ୍ଷା ପାଇବା ପାଇଁ । ରାସ୍ତାରେ ଲଗାତାର ଟ୍ରକ ଗୁଡିକ ଯିବାଆସିବା କରୁଥିଲା । ଆଉ ସେ ଭିତରୁ ଗୋଟେ ଟ୍ରକ ଅଟକି ଯାଇଥିଲା, ମହିଳା ଜଣକ ଛିଡା ହୋଇଥିବା ରାସ୍ତାର ଅପରପାର୍ଶ୍ଵରେ । ଗାଡିରେ ବାହାରିଥିଲା ଡ୍ରାଇଭର ।

ରାସ୍ତା ଅତିକ୍ରମ କରି ସେହି ପାର୍ଶ୍ଵକୁ ଆସିଥିଲା, ଯେଉଁଠି ମହିଳାଜଣକ ଅଟକିଥିଲେ । ଆଉ ହଠାତ ଦୌଡିଆସି ମହିଳାଙ୍କ ସହ ଜୋର ଜବରଦସ୍ତି କରିଥିଲା । ଯାହା ସିସିଟିଭି ଫୁଟେଜରେ ସ୍ପଷ୍ଟ ଜଣା ପଡୁଥିଲା । ମହିଳାଜଣକ ମାନିସକ ଅସୁସ୍ଥ ଥିବା ପରି ଲାଗୁଥିଲେ, ଏବଂ ହାତରେ ଖଣ୍ଡେ ବ୍ୟାଗ ଧରିଥିଲେ । ଡ୍ରାଇଭର ଜଣକ ଅନେକ ସମୟ ତାଙ୍କସହ ଜୋର ଜବରଦସ୍ତ କରିବା ପରେ ଶେଷରେ ତାଙ୍କୁ ଟେକି ନେଇ ଟ୍ରକ ଭିତରକୁ ଚାଲି ଯାଇଥିଲେ ।

ଅଧିକ ପଢନ୍ତୁ : ବେହୋସ୍ ଉଦ୍ୟମ ବେଳେ ଚଳନ୍ତା ଅଟୋରୁ ଡେଇଁ ପଡ଼ିଲେ ଯୁବତୀ


ସମ୍ପୁର୍ଣ୍ଣ ଘଟଣା ସିସିଟିଭିରେ କଏଦ୍ ହୋଇଛି । ତେବେ ଏହି ଘଟଣା ଜଣା ପଡିବା ପରେ ଭଦ୍ରକ ରେ ଚହଳ ସୃଷ୍ଟି ହୋଇଛି.ପୋଲିସ ବିଭିନ୍ନ ସ୍ଥାନରେ ଛାନଭିନ୍ନ କରିବା ସହିତ ସେହି ମହିଳାଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି ।

ଗତ କିଛିଦିନ ତଳେ ରାଜଧାନୀ ଭୁବନେଶ୍ଵରରେ ଏକ ଛାତ୍ରୀ ଅପହରଣ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଚଳନ୍ତା ଅଟୋରେ ଯୁବତୀଙ୍କୁ ବେହୋସ୍ କରିବାକୁ ଉଦ୍ୟମ କରାଯାଇଥଇଲା । ହେଲେ ନିଜର ଜୀବନ ବଞ୍ଚାଇବାକୁ ଅଟୋରୁ ଡେଇଁ ପଡିଥିଲେ ଯୁବତୀଜଣକ । ଜୟଦେବ ବିହାରରେ ଘଟିଥିଲା ଏହି ଘଟଣା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ : ପୁଅ ଆଗରେ ନିଜ ଶାଶୁକୁ ପିଟିଲା ବୋହୁ, ଭିଡିଓ ରେକର୍ଡ କରି ଥାନାରେ ଅଭିଯୋଗ କଲା ନାତି


ଯୁବତୀଙ୍କ ଭାଇ କହିଥିଲେ, ଅଟୋରେ ପୂର୍ବରୁ ବସିଥିବା ଜଣେ ମହିଳା ହଠାତ୍ ଯୁବତୀଙ୍କ ଟଣା ଓଟରା କରିଥିଲେ । ମୋବାଇଲ୍ ଛଡ଼ାଇ ନେବା ସହ ମୁହଁରେ କପଡ଼ା ଗୁଡ଼ାଇ ବେହୋସ୍ କରିବାକୁ ଉଦ୍ୟମ କରିଥିଲେ । କୌଣସି ଉପାୟ ନ ପାଇ ଯୁବତୀ ଜଣଙ୍କ ଚଳନ୍ତା ଅଟୋରୁ ଡେଇଁ ପଡ଼ିଥିଲେ । ଯାହା ଫଳରେ ଯୁବତୀଙ୍କ ମୁଣ୍ଡ ସହ ହାତ ଓ ଗୋଡ଼ରେ ଆଘାତ ଲାଗିଥିଲା ।

ତେବେ ରାଜଧାନୀରେ ଅପହରଣ ନେଇ ଏହା ଗୋଟିଏ ଅଭିଯୋଗ ନୁହେଁ । ପ୍ରଥମେ କ୍ୟାବ୍ ଡ୍ରାଇଭର ପରେ ରୋଷେୟା, ଆଉ ପୁଣି ଯୁବତୀଙ୍କୁ ଅପହରଣ, ଆଉ ଏବେ ଭଦ୍ରକରେ ମହିଳାଙ୍କୁ ଅପହରଣ କରାଯାଇଛି ।


Related Topics

Explore more stories

Sponsored
Crime In Odisha: ରାତି ଅଧରେ ରାସ୍ତା କଡରୁ ମହିଳାଙ୍କୁ ଉଠାଇନେଲା ଡ୍ରାଇଭର, ସିସିଟିଭିରେ କଏଦ୍ ହେଲା ଦୃଶ୍ୟ | Argus News