Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Bhadrak Police Viral Video / ଭଦ୍ରକ ପୋଲିସର ଦାଦାଗିରିର ଭିଡିଓ ଭାଇରାଲ,ରକ୍ତ ଜୁଡ଼ୁବୁଡ଼ୁ ଯୁବକଙ୍କୁ ପିସିଆର୍‌ରେ ନେଲେନି, ସହାୟତା ଦେବା ବଦଳରେ ଗାଳିଗୁଲଜ ଅଭିଯୋଗ

Bikash Mohanty
Browse all articles by Bikash Mohanty
·1 month ago·2 min read
ଭଦ୍ରକ ପୋଲିସର ଦାଦାଗିରିର ଭିଡିଓ ଭାଇରାଲ,ରକ୍ତ ଜୁଡ଼ୁବୁଡ଼ୁ ଯୁବକଙ୍କୁ ପିସିଆର୍‌ରେ ନେଲେନି, ସହାୟତା ଦେବା ବଦଳରେ ଗାଳିଗୁଲଜ ଅଭିଯୋଗ
POLICE

Key Points

ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ ବଦଳରେ ପୋଲିସର ଦୁର୍ବ୍ୟବହାର ଅଭିଯୋଗ
ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ
ଯୁବକଙ୍କୁ ସହାୟତା ବଦଳରେ ଗାଳିଗୁଲଜ କରି ଫସିଲେ ପୋଲିସ ବାବୁ
ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ଭଦ୍ରକ ଏସପି
ତଦନ୍ତ ରିପୋର୍ଟ ଆଧାରରେ ନିଆଯିବ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ
ଭଦ୍ରକ,୧୦/୦୬: ଆଉ କେତେ ତଳକୁ ଖସିବେ ଏ ପୋଲିସ ବାବୁ। ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ପିସିଆରରେ ନେବା ପାଇଁ କହିବାରୁ ଚିହିଁକି ଉଠିଲେ ପୋଲିସ ବାବୁ। ଏମିତିକି ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ଜେଲରେ ପୁରାଇ ଦେବାକୁ ମଧ୍ୟ ଧମକ ଦେଲେ। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଭଦ୍ରକ ଜିଲ୍ଲାରୁ। ଆଉ ଏ ପୋଲିସ ବାବୁ ଜଣଙ୍କ ହେଉଛନ୍ତି ଭଦ୍ରକ ପାଟ୍ରୋଲିଂ ଦାୟିତ୍ୱରେ ଥିବା ସ୍ପେସିଆଲ ପୋଲିସ ଅଫିସର। ଘଟଣାଟି ସୋସିଆଲ ମିଡିଆରେ ଭାଇରାଲ ହେଲା ପରେ ଦୁର୍ଘଟଣାରେ ଆହତ ଓ ପ୍ରଶାସନର ବ୍ୟବହାରରେ ମର୍ମାହତ ହୋଇଥିବା ବ୍ୟକ୍ତି ସତ୍ୟବାନ ରଣା ଏନେଇ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଭଦ୍ରକ ଏସପି ମନୋଜ କୁମାର ରାଉତ। ତଦନ୍ତ ରିପୋର୍ଟ ଆଧାରରେ ନିଆଯିବ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ବୋଲି ଭଦ୍ରକ ଏସପି କହିଛନ୍ତି।

ଗତ ଶନିବାର ବିଳମ୍ବିତ ରାତିରେ ଏକ କୁକୁଡ଼ା ଗାଡ଼ିକୁ ପୋଲିସ ଗୋଡ଼ାଇ ଗୋଡ଼ାଇ ଭଦ୍ରକ ସୀମା ରାଣୀତାଲ ଅଞ୍ଚଳ ଟପିଥିଲା। ସେହି ସମୟରେ ଅନ୍ୟ ଏକ କାର କୁକୁଡ଼ା ଗାଡ଼ି ସହ ଧକ୍କା ହୋଇଥିଲା। କାର ଭିତରେ ଡ୍ରାଇଭର ସମେତ ଅନ୍ୟ ଜଣେ ବାଲେଶ୍ୱର ଅଞ୍ଚଳର ସନ୍ତୋଷ ମଲ୍ଲିକ ନାମକ ଯୁବକ ଗୁରୁତର ହୋଇଥିଲେ । ଉଭୟ ଚାପି ହୋଇ ରହିଥିଲେ । ହେଲେ ୧୬ ନମ୍ବର ଜାତୀୟ ରାଜପଥରେ ପାଟ୍ରୋଲିଂ କରୁଥିବା ପୁଲିସ କିଛି ଶୁଣି ନ ଥିଲା। ବହୁ କଷ୍ଟରେ ସନ୍ତୋଷଙ୍କୁ ଉଦ୍ଧାର କରି ତାଙ୍କ ସହଯୋଗୀ ଜାତୀୟ ରାଜପଥ ସୁରକ୍ଷା ପ୍ରାଚୀରକୁ ଡେରାଇ ଦେଇଥିଲେ । ସହଯୋଗୀ କହିଥିଲେ, ଆମ୍ବୁଲାନ୍ସ ଆସିବା ବିଳମ୍ବ ହେଉଛି । ତୁରନ୍ତ ଗୁରୁତର ଯୁବକଙ୍କୁ ପିସିଆର ଭ୍ୟାନରେ ମେଡିକାଲ ନିଅନ୍ତୁ । ହେଲେ ପିସିଆର ଭ୍ୟାନରେ ଥିବା ପୁଲିସ ବାବୁ ଓଲଟି ନାଲି ଆଖି ଦେଖାଇଥିଲେ। ଆହତ ବ୍ୟକ୍ତିଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରିଥିଲେ। ଏମିତିକି ତାଙ୍କୁ ଜେଲରେ ପୁରାଇ ଦେବାକୁ ମଧ୍ୟ ଧମକ ଦେଇଥିବା ଶୁଣିବାକୁ ମିଳିଛି।

ପଢନ୍ତୁ ଏହି ଖବର: ଅପରାଧ ନିୟନ୍ତ୍ରଣ ପାଇଁ ପୋଲିସ ବିଭାଗର ବଡ଼ ପଦକ୍ଷେପ,ବରିଷ୍ଠ ଆଇପିଏସ୍ ଅଫିସରଙ୍କୁ ଜିଲ୍ଲା ଦାୟିତ୍ବ, ଜିଲ୍ଲା ଗସ୍ତ କରି ଆଇନଶୃଙ୍ଖଳା ପରିସ୍ଥିତିର କରିବେ ସମୀକ୍ଷା

ଜଣେ ଖାକି ବାବୁ ତ ପୁରା ଧମକ ଦେବାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ସାହଯ୍ୟ ମାଗିଥିବା ଯୁବକଙ୍କୁ ଓଲଟି ଗାଡ଼ିରେ ବସ, ଥାନାକୁ ଚାଲ ବୋଲି କହି ହାତ ଉଠାଇ ମାରିବାକୁ ଧମକ ଦେଉଥିବା ଭିଡିଓରେ ସ୍ପଷ୍ଟ ଭାବେ ଜଣାପଡ଼ିଛି । ଏପରିକି ପୁଲିସ ବାବୁ ଜଣକ ଆମ ଗାଡ଼ିରେ ତେଲ ନାହିଁ, ଆମେ ଯାଇପାରିବୁ ନାହିଁ ବୋଲି କହିଥିଲେ । ଏମିତିକି ତାଙ୍କୁ ଜେଲରେ ପୁରାଇ ଦେବାକୁ ମଧ୍ୟ ଧମକ ଦେଇଥିବା ଶୁଣିବାକୁ ମିଳିଛି। ଦୁର୍ଘଟଣାରେ ଆହତ ଓ ପ୍ରଶାସନର ବ୍ୟବହାରରେ ମର୍ମାହତ ହୋଇଥିବା ବ୍ୟକ୍ତି ସତ୍ୟବାନ ରଣା ଏନେଇ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ପରେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ଅତିରିକ୍ତ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଭଦ୍ରକ ଏସପିମନୋଜ କୁମାର ରାଉତ।  ତଦନ୍ତ ପରେ ଦୋଷୀ ସାବ୍ୟସ୍ତ ହେଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନି ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bhadrak Police Viral Video: Injured Youth Allegedly Denied PCR Assistance, Sparks Outrage | Argus News