Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଅପରାଧ ନିୟନ୍ତ୍ରଣ ପାଇଁ ପୋଲିସ ବିଭାଗର ବଡ଼ ପଦକ୍ଷେପ,ବରିଷ୍ଠ ଆଇପିଏସ୍ ଅଫିସରଙ୍କୁ ଜିଲ୍ଲା ଦାୟିତ୍ବ, ଜିଲ୍ଲା ଗସ୍ତ କରି ଆଇନଶୃଙ୍ଖଳା ପରିସ୍ଥିତିର କରିବେ ସମୀକ୍ଷା

Odisha

Senior IPS Officers Given District Responsibility / ଅପରାଧ ନିୟନ୍ତ୍ରଣ ପାଇଁ ପୋଲିସ ବିଭାଗର ବଡ଼ ପଦକ୍ଷେପ,ବରିଷ୍ଠ ଆଇପିଏସ୍ ଅଫିସରଙ୍କୁ ଜିଲ୍ଲା ଦାୟିତ୍ବ, ଜିଲ୍ଲା ଗସ୍ତ କରି ଆଇନଶୃଙ୍ଖଳା ପରିସ୍ଥିତିର କରିବେ ସମୀକ୍ଷା

Bikash Mohanty
Browse all articles by Bikash Mohanty
·5 days ago·2 min read
ଅପରାଧ ନିୟନ୍ତ୍ରଣ ପାଇଁ ପୋଲିସ ବିଭାଗର ବଡ଼ ପଦକ୍ଷେପ,ବରିଷ୍ଠ ଆଇପିଏସ୍ ଅଫିସରଙ୍କୁ ଜିଲ୍ଲା ଦାୟିତ୍ବ, ଜିଲ୍ଲା ଗସ୍ତ କରି ଆଇନଶୃଙ୍ଖଳା ପରିସ୍ଥିତିର କରିବେ ସମୀକ୍ଷା
YB Khurania

Key Points

ବରିଷ୍ଠ ଆଇପିଏସଙ୍କୁ ଜିଲ୍ଲା ଦାୟିତ୍ବ
୧୫ଜଣ ବରିଷ୍ଠ ଆଇପିଏସଙ୍କୁ ୧୭ଟି ଜିଲ୍ଲାର ଦାୟିତ୍ୱ
୧୫ଦିନ ମଧ୍ୟରେ ସମୀକ୍ଷା ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ବର, ୧୦/୦୬: ବିଗତ କିଛି ଦିନ ଧରି ରାଜ୍ୟରେ ହାଜତ ମୃତ୍ୟୁ, ଭିଡ଼ ହିଂସା, ଥାନାରେ‘ଥାର୍ଡ ଡିଗ୍ରୀ' ଆଦି ଆଚରଣ ପାଇଁ ପୋଲିସ ବିବାଦୀୟ ହୋଇ ପଡ଼ିଛି। ଅପରାଧୀମାନେ ଖୁଲମଖୁଲା ଆଇନକୁ ହାତକୁ ନେବା ମଧ୍ୟ ରାଜ୍ୟରେ ଆଇନଶୃଙ୍ଖଳାର ପରିସ୍ଥିତିକୁ ନେଇ ପ୍ରଶ୍ନ ଉଠିଥିଲା।  ପୋଲିସର ଏଭଳି ଅପାରଗତା ଯୋଗୁ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ୁଛି। ଏସବୁ ପରିସ୍ଥିତି ମଧ୍ୟରେ ପୋଲିସ ମୁଖ୍ୟାଳୟ ପକ୍ଷରୁ ବରିଷ୍ଠ ଅଫିସରମାନଙ୍କୁ ଜିଲ୍ଲାଗୁଡ଼ିକର ଦାୟିତ୍ୱ ନ୍ୟସ୍ତ ହୋଇଛି। ୧୫ IPS ଅଫିସରଙ୍କୁ ୧୭ଟି ଜିଲ୍ଲାର ସ୍ୱତନ୍ତ୍ର ନିରୀକ୍ଷଣ ଓ ତଦାରଖ ଦାୟିତ୍ୱ ମିଳିଛି। ସମ୍ପୃକ୍ତ ଆଇପିଏସ୍ ଅଫିସରମାନେ ଜିଲ୍ଲାକୁ ଗସ୍ତ କରି ସେଠାରେ ଆଇନଶୃଙ୍ଖଳା ପରିସ୍ଥିତି, ଅପରାଧ ନିୟନ୍ତ୍ରଣ, ଥାନାର କାର୍ଯ୍ୟକାରିତା ଦେଖିବେ। କୋଭିଡ ପୂର୍ବରୁ ଠିକ ସମାନ ଢଙ୍ଗରେ ଆଇପିଏସ ମାନଙ୍କୁ ଜିଲ୍ଲା ଦାୟିତ୍ୱ ମିଳିଥିଲା।      

ପୁଲିସ ଡିଜି ୱାଇ.ବି. ଖୁରାନିଆ ୧୫ ଜଣ ବରିଷ୍ଠ ଆଇପିଏସ୍ ଅଫିସରଙ୍କୁ ଜିଲ୍ଲା ଦାୟିତ୍ୱ ଦେଇଛନ୍ତି। ଜିଲ୍ଲା ଦାୟୀତ୍ବରେ ଥିବା ବରିଷ୍ଠ IPS  ଜିଲ୍ଲା ଗସ୍ତ କରି ଆଇନଶୃଙ୍ଖଳା ପରିସ୍ଥିତି, ଅପରାଧ ନିୟନ୍ତ୍ରଣ, ପୁଲିସ ଥାନାର କାର୍ଯ୍ୟକାରିତା, ଜିଲ୍ଲା ପୁଲିସ କାର୍ଯ୍ୟାଳୟ, ସଂରକ୍ଷିତ କାର୍ଯ୍ୟାଳୟ ଓ ସାମଗ୍ରିକ ପୁଲିସ ପରିଚାଳନାର କରିବେ ସମୀକ୍ଷା। ଡିଜି ପାହ୍ୟାରୁ ଆରମ୍ଭ କରି ଆଇଜି ପାହ୍ୟା ପର୍ଯ୍ୟନ୍ତ ୧୫ଜଣ ବରିଷ୍ଠ ଆଇପିଏସ୍ ଅଫିସରଙ୍କୁ ୧୭ଟି ଜିଲ୍ଲାର ସ୍ୱତନ୍ତ୍ର ନିରୀକ୍ଷଣ ଓ ତଦାରଖ ଦାୟିତ୍ୱ ନ୍ୟସ୍ତ କରାଯାଇଛି। କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ରଙ୍କୁ ଦୁଇଟି ଜିଲ୍ଲା ବାଲେଶ୍ୱର ଓ ଭଦ୍ରକ ଏବଂ ସ୍ପେଶାଲ ଅପରେସନ୍ ଏଡିଜି ସଞ୍ଜୀବ ପଣ୍ଡାଙ୍କୁ ଦୁଇଟି ଜିଲ୍ଲା କୋରାପୁଟ ଓ ରାୟଗଡ଼ା ଜିଲ୍ଲାର ନିରୀକ୍ଷଣ ଦାୟିତ୍ୱ ନ୍ୟସ୍ତ ହୋଇଛି। ଦାୟୀତ୍ବ ମିଳିଥିବା ବରିଷ୍ଠ IPS ଅଧିକାରୀ ମାନେ ଜୁଲାଇରୁ କରିବେ ତଦାରଖ।

ପଢନ୍ତୁ ଏହି ଖବର: ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାରେ ନୂଆ ମୋଡ଼,NHRCରେ ଦାଖଲ ଅଭିଯୋଗ ଆଧାରରେ ତଦନ୍ତ ନିର୍ଦ୍ଦେଶ, ବରିଷ୍ଠ IPSଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ

ଅନ୍ୟ ୧୩ ଜଣ ବରିଷ୍ଠ ଆଇପିଏସ ଅଫିସରଙ୍କୁ ଗୋଟିଏ ଲେଖାଏଁ ଜିଲ୍ଲା ନିରୀକ୍ଷଣ ଦାୟିତ୍ବ ମିଳିଛି। ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଜଗତସିଂହପୁର, ରେଳବାଇ ଏଡିଜି ଅରୁଣ ବୋଥ୍ରାଙ୍କୁ ଅନୁଗୁଳ, ଆଇନ ଓ ଶୃଙ୍ଖଳା ଏଡିଜି ସଞ୍ଜୟ କୁମାରଙ୍କୁ ସମ୍ବଲପୁର, ଏଡିଜି ରାଜେଶ କୁମାରଙ୍କୁ ନୟାଗଡ଼, ଏଡିଜି ପ୍ରତୀକ ମହାନ୍ତିଙ୍କୁ ଯାଜପୁର, ଏଡିଜି ଯତୀନ୍ଦ୍ର କୋଏଲଙ୍କୁ କଳାହାଣ୍ଡି, ଏଡିଜି ଏସ.ସାଇନିଙ୍କୁ ବଲାଙ୍ଗୀର ଜିଲ୍ଲାର ତଦାରଖ ଦାୟିତ୍ୱ ଦିଆଯାଇଛି। ସେହିପରି ଆଇଜି ଏସ.ପ୍ରବୀଣ କୁମାରଙ୍କୁ କନ୍ଧମାଳ, ଆଇଜି ଗଜଭିୟେ ସତୀଶ କୁମାର ଈଶ୍ୱରଦାସଙ୍କୁ ଢେଙ୍କାନାଳ, ଆଇଜି ଦୀପକ କୁମାରଙ୍କୁ ମାଲକାନଗିରି, ଆଇଜି ଅନୁପ କୁମାର ସାହୁଙ୍କୁ ପୁରୀ, ଆଇଜି ଅବିନାଶ କୁମାରଙ୍କୁ ମୟୂରଭଞ୍ଜ ଓ ଆଇଜି ସାର୍ଥକ ଷଡ଼ଙ୍ଗୀଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାର ଦାୟିତ୍ୱ ନ୍ୟସ୍ତ ହୋଇଥିବା ଜଣାପଡ଼ିଛି। ଏହି ଅଫିସରମାନଙ୍କୁ ସମ୍ପୃକ୍ତ ଜିଲ୍ଲାଗୁଡ଼ିକୁ ଯାଇ ନିରୀକ୍ଷଣ ଶେଷ କରିବାର ୧୫ଦିନ ମଧ୍ୟରେ ନିଜର ସମୀକ୍ଷା ରିପୋର୍ଟକୁ ବାଧ୍ୟତାମୂଳକ ଦାଖଲ କରିବାକୁ କୁହାଯାଇଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
Senior IPS Officers Given District Responsibility to Strengthen Law & Order in Odisha | Argus News