Videos
|
Odisha

School Closed / ଛାଡୁନି ବର୍ଷା: ଆସନ୍ତାକାଲି ଭଦ୍ରକରେ ୧୩୯ ସ୍କୁଲ ସହ ୨୨୫ ଅଙ୍ଗନବାଡି ଛୁଟି ଘୋଷଣା

Banajyotshna Ray
Browse all articles by Banajyotshna Ray
·1 hour ago·2 min read
ଛାଡୁନି ବର୍ଷା: ଆସନ୍ତାକାଲି ଭଦ୍ରକରେ ୧୩୯ ସ୍କୁଲ ସହ ୨୨୫ ଅଙ୍ଗନବାଡି ଛୁଟି ଘୋଷଣା
School Closed

Key Points

ଆସନ୍ତାକାଲି ଭଦ୍ରକ ଜିଲ୍ଲାର ୧୩୯ ସ୍କୁଲ ଛୁଟି ଘୋଷଣା
ବାସୁଦେବପୁର ସମତେ ୫ଟି ବ୍ଲକର ୨୨୫ ଟି ଅଙ୍ଗନବାଡି ମଧ୍ୟ ଛୁଟି
ଜିଲ୍ଲା ପ୍ରଶାସନର ବଡ଼ ନିଷ୍ପତ୍ତି

ଭଦ୍ରକ ଜିଲ୍ଲାରେ ଗତ କିଛି ଦିନ ହେବ ବର୍ଷା ଲାଗି ରହିଛି। ଯାହାର ପ୍ରଭାବରେ ବନ୍ୟା ପରିସ୍ଥିତି ଉପୁଜିଛି। ଭଦ୍ରକ ଜିଲ୍ଲାରେ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିକୁ ନେଇ ବଡ଼ ନିଷ୍ପତ୍ତି । ପ୍ରବଳ ବର୍ଷା ଏବଂ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଭଦ୍ରକ ଜିଲ୍ଲାର ୧୩୯ ସ୍କୁଲ ବନ୍ଦ ରହିବ।

ଭଦ୍ରକ ଜିଲ୍ଲାର ୪ଟି ବ୍ଲକର ୧୩୯ଟି ସ୍କୁଲକୁ କାଲି ପାଇଁ ବନ୍ଦ ଘୋଷଣା କରାଯାଇଛି । ବନ୍ୟା ପରିସ୍ଥିତି ସହ ପୁନରୁଦ୍ଧାର କାର୍ଯ୍ୟକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି । ଭଦ୍ରକ, ତିହିଡ଼ି, ଧାମନଗର ଓ ଚାନ୍ଦବାଲି ବ୍ଲକର ସମସ୍ତ ୧୩୯ଟି ସ୍କୁଲ କାଲି ଛୁଟି ରହିବ । ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି । ବାସୁଦେବପୁର ସମତେ ୫ଟି ବ୍ଲକର ୨୨୫ ଟି ଅଙ୍ଗନବାଡି ମଧ୍ୟ ଛୁଟି ଘୋଷଣା।''

ସେହିପରି ବନ୍ୟା ପରେ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟକୁ ମଧ୍ୟ ନଜରରେ ରଖିଛି ଜିଲ୍ଲା ପ୍ରଶାସନ । ପରିସ୍ଥିତି ସୁଧୁରିବା ପରେ ସ୍କୁଲଗୁଡ଼ିକରେ ପାଠପଢ଼ା ସ୍ୱାଭାବିକ ହେବ ବୋଲି ଜଣାପଡ଼ିଛି । ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍କୁଲ ବନ୍ଦ ନେଇ ଆନୁଷ୍ଠାନିକ ଘୋଷଣା କରାଯାଇଛି ।''

ଏଥିସହ ପଢ଼ନ୍ତୁ: ଆସୁଛି ଆଉ ଏକ ଲଘୁଚାପ... ୨୨ ତାରିଖରୁ ରାଜ୍ୟରେ ପୁଣି ବଢ଼ିବ ବର୍ଷା

.ବାସୁଦେବପୁର:

ଗମେଇ ଓ କାଂଶବାଂଶ ନଦୀରେ ବନ୍ୟାଜଳ କମିଛି। ହେଲେ ତଳିଆ ଅଞ୍ଚଳ ଗୁଡିକରେ ଏବେବି ପାଣି ଜମି ରହିଛି। ଫଳରେ ପିଲା ଛୁଆ ସ୍କୁଲକୁ ଯାଇ ପାରୁନାହାନ୍ତି। ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଏହାସହ ବାସୁଦେବପୁର ବ୍ଲକରେ ହଜାର ହଜାର ହେକ୍ଟର ଚାଷଜମି ପାଣି ଘେରରେ ରହିଛି । ଚାଷ ଜମିରେ 6 ଫୁଟରୁ 7 ଫୁଟ ଉଚ୍ଚର ପାଣି ଲହରୀ ମାରୁଛି । ଫଳରେ ଧାନ ତଳି ଗୁଡ଼ିକ ପଚି ଚାଷ ସମ୍ପୂର୍ଣ ଉଜୁଡି ଯାଇଛି । ଚାଷ ଜମି ଗୁଡିକରେ ପାଣି ଜମି ନଦୀର ଭ୍ରମ ସୃଷ୍ଟି କରୁଛି । ବାସୁଦେବପୁର ବ୍ଲକର ତଳିଆ ଅଂଚଳ ବରଣ୍ଡୁଆ, ସୁଦର୍ଶନ ପୂର୍, ଜଗନ୍ନାଥ ପ୍ରଶାଦ ପଞ୍ଚାୟତରେ ଏବେବି ଚାଷ ଜମିରେ 7ଫୁଟ ଉଚର ପାଣି ଜମୁଛି।''

.ଆସୁଛି ଆଉ ଏକ ଲଘୁଚାପ:

ଆସୁଛି ଆଉ ଏକ ଲଘୁଚାପ... ଆସନ୍ତା ୨୨ ଓ ୨୩ ଆଡ଼କୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ଆସନ୍ତା ୨୨ ତାରିଖରୁ ରାଜ୍ୟରେ ପୁଣି ବଢ଼ିବ ବର୍ଷା ।''

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories