Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - କଂଗ୍ରେସର ଗୋଡ ଟଣା ରାଜନୀତି: ନିରଞ୍ଜନଙ୍କୁ ତେର୍ଚ୍ଚା ବାଣ ମାରିଲେ ପିସିସି ସଭାପତି ଭକ୍ତ ଚରଣ ଦାସ

Odisha

Congress Infighting / କଂଗ୍ରେସର ଗୋଡ ଟଣା ରାଜନୀତି: ନିରଞ୍ଜନଙ୍କୁ ତେର୍ଚ୍ଚା ବାଣ ମାରିଲେ ପିସିସି ସଭାପତି ଭକ୍ତ ଚରଣ ଦାସ

Bikash Mohanty
Browse all articles by Bikash Mohanty
·2 hours ago·2 min read
କଂଗ୍ରେସର ଗୋଡ ଟଣା ରାଜନୀତି: ନିରଞ୍ଜନଙ୍କୁ ତେର୍ଚ୍ଚା ବାଣ ମାରିଲେ ପିସିସି ସଭାପତି ଭକ୍ତ ଚରଣ ଦାସ
Bhakta Das

Key Points

କଂଗ୍ରେସର ଗୋଡ ଟଣା ରାଜନୀତି
ନିରଞ୍ଜନଙ୍କୁ ତେର୍ଚ୍ଚା ବାଣ ମାରିଲେ ପିସିସି ସଭାପତି
ଆତ୍ମଜୀବନୀ ପୁସ୍ତକରେ ଦଳର ଗୋଡ଼ ଟଣା ପ୍ରସଙ୍ଗ ଲେଖିଛନ୍ତି ନିରଂଜନ
ଏହି ପ୍ରସଙ୍ଗରେ ମତ ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ
ସିନିୟର ନେତା ଚାହିଁଲେ ଗୋଡ ଟଣା ବନ୍ଦ ହେବ: ଭକ୍ତ
ଭୁବନେଶ୍ବର,୦୨/୦୭: ସିନିୟର ନେତା ଚାହିଁଲେ ଗୋଡ ଟଣା ନୀତି ବନ୍ଦ ହେବ । ଏଭଳି କହି ବରିଷ୍ଠ କଂଗ୍ରେସ ନେତା ପୁର୍ବତନ ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ତେର୍ଚ୍ଚା ବାଣ ମାରିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ଗତକାଲି ନିରଞ୍ଜନ ପଟ୍ଟନାୟକଙ୍କ ଆତ୍ମଜୀବନୀ 'ସମୟ ସାକ୍ଷୀ' ପୁସ୍ତକ ଉନ୍ମୋଚିତ ହୋଇଛି । ପୁସ୍ତକରେ କଂଗ୍ରେସ ଦଳର ଗୋଡ଼ଟଣା ନୀତି ଓ ଏହା କଂଗ୍ରେସ ଦଳକୁ କ୍ଷତି କରୁଛି ବୋଲି ପୁସ୍ତକରେ ଲେଖିଛନ୍ତି ନିରଞ୍ଜନ । ଏହି ପ୍ରସଙ୍ଗରେ ମତ ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ସେ କହିଛନ୍ତି ନିରଞ୍ଜନ ବାବୁ ଜଣେ ଅଭିଜ୍ଞତା ସମ୍ପନ୍ନ ରାଜନେତା । ସିଏ ବହୁତ ସମୟ ରାଜ୍ୟ କଂଗ୍ରେସ ସଭାପତି ଭାବରେ କାଯ୍ୟ କରିଛନ୍ତି । ମୁଁ ତ ଜାଣିନି କିଏ ଗୋଡ ଟାଣୁଛନ୍ତି, ଯଦି କିଏ ଟାଣୁଛନ୍ତି ତେବେ ଏହି ଗୋଡ ଟଣା ନୀତି ବନ୍ଦ ହେବା ଆବଶ୍ୟକ ବୋଲି କହିଛନ୍ତି ଭକ୍ତ । ଯଦି ସମସ୍ତ ସିନିୟର ନେତା ଚାହିଁବେ ତେବେ ଗୋଡ ଟଣା ନୀତି ନିଶ୍ଚିନ୍ତ ବନ୍ଦ ହେବ । ତେଣୁ ମୁଁ ନିରଞ୍ଜନ ବାବୁଙ୍କୁ ଅନୁରୋଧ କରୁଛି ଏହି ଗୋଡ ଟଣା ନୀତି କେଉଁଭଳି ବନ୍ଦ ହେବ ସିଏ ଟିକେ ଚେଷ୍ଟା କରନ୍ତୁ ।

ଗତକାଲି ବିଶିଷ୍ଟ ରାଜନେତା ତଥା ପୂର୍ବତନମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଆତ୍ମଜୀବନୀ ‘ସମୟ ସାକ୍ଷୀ: ଜଣେ ସାଧାରଣ ଓଡ଼ିଆର କଥା ଲୋକାର୍ପିତ ହୋଇଥିଲା। ଓଡ଼ିଶାରେ କଂଗ୍ରେସ ଦଳରେ କନ୍ଦଳ କିଛି ନୂଆ କଥା ନୁହେଁ ବରଂ ଗୋପବନ୍ଧୁଙ୍କ ସମୟରୁ ଏହା ଚାଲି ଆସିଛି ବୋଲି ଏହି ବହିରେ ଉଲ୍ଲେଖ ରହିଛି। 

ପଢନ୍ତୁ ଏହି ଖବର: କଂଗ୍ରେସ କନ୍ଦଳରେ ପ୍ୟାଚ୍‌ ପକାଇ ପାରିବେ କି ନୂଆ ପ୍ରଭାରୀ, ଲଲୁ ଫେଲ ମାରିଲେ...ପାସ ହେବେ କି ଲାଲଜୀ

ଉପକୂଳ ଅଞ୍ଚଳରେ କଂଗ୍ରେସ ଦଳର ଅଧୋପତନ ସଂପର୍କରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଏଥିପାଇଁ କୌଣସି ଗୋଟିଏ ନିର୍ଦ୍ଦିଷ୍ଟ କାରଣ ଦାୟୀ ନୁହେଁ ପ୍ରଥମଥର ଲାଗି ଦୁଇ ଦୁଇଟି ଉପମୁଖ୍ୟମନ୍ତ୍ରୀ ପଦବି ସୃଷ୍ଟି ହେବା ଦ୍ବାରା କ୍ଷମତାର ବିକେନ୍ଦ୍ରୀକରଣ ଆରମ୍ଭ ହୋଇଥିଲା । ଏହାସହ ଦୁର୍ନୀତି ବଢ଼ିବା, ଅଞ୍ଜନା ଗଣଦୁଷ୍କର୍ମ ମାମଲା ଓ ମହାବାତ୍ୟା ଭଳି ଏକାଧିକ କାରଣ ପାଇଁ କଂଗ୍ରେସ ଓଡ଼ିଶାରେ କ୍ଷମତାରୁ ବଞ୍ଚିତ ହୋଇଛି। ୨୦୦୦ ମସିହାରେ ଶାସନକୁ ଆସିଥିବା ବିଜେଡି ୨୦୦୪ ମସିହା ପର୍ଯ୍ୟନ୍ତ ବେଶ୍ ଭଲ ସରକାର ଚଳାଇଥିଲା। ଏହି ସମୟରେ ଏତେଟା ଦୁର୍ନୀତି ନ ଥିଲା ଓ ଶାସନଠିକ୍‌ରେ ଚାଲିଥିଲା। ପରବର୍ତ୍ତୀ ସମୟରେ କ୍ଷମତାରେ ରହିବା ପାଇଁ ବିଜେଡି ସବୁକିଛି କରିବାକୁ ପଛାଇନାହିଁ |

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Bhakta Charan Das Targets Niranjan Patnaik Over Congress Internal Rift | Argus News