Videos
|
Politics

Odisha Congress Crisis / କଂଗ୍ରେସ କନ୍ଦଳରେ ପ୍ୟାଚ୍‌ ପକାଇ ପାରିବେ କି ନୂଆ ପ୍ରଭାରୀ, ଲଲୁ ଫେଲ ମାରିଲେ...ପାସ ହେବେ କି ଲାଲଜୀ

Santosh Kumar Sahoo
Browse all articles by Santosh Kumar Sahoo
·2 weeks ago·2 min read
କଂଗ୍ରେସ କନ୍ଦଳରେ ପ୍ୟାଚ୍‌ ପକାଇ ପାରିବେ କି ନୂଆ ପ୍ରଭାରୀ, ଲଲୁ ଫେଲ ମାରିଲେ...ପାସ ହେବେ କି ଲାଲଜୀ
Odisha Congress Crisis

Key Points

ଅସଜଡା କଂଗ୍ରେସ ସଜାଡି ହୋଇପାରିବ ତ
କଂଗ୍ରେସ କୁ ଟ୍ରାକ କୁ ଫେରାଇ ପାରିବେ ତ ଲାଲଜୀ
କଂଗ୍ରେସର କ୍ଷତରେ ମଲମ ଲଗାଇପାରିବେ ତ
କଂଗ୍ରେସ ଗୋଷ୍ଠୀ କନ୍ଦଳରେ ପ୍ୟାଚ୍ ପକାଇ ପାରିବେ କି ନୂଆ ପ୍ରଭାରୀ । ଫେଲ୍ ମାରିଲେ ଲଲୁ, ଲାଲଜୀ ହେବେ କି ପାସ୍ । ସଜାଡ଼ି ହୋଇପାରିବ ତ ଅସଜଡ଼ା କଂଗ୍ରେସ । ହାତ ଦଳର କ୍ଷତରେ ଲଗାଇପାରିବେ ତ ମଲମ ।

ରାଜ୍ୟ କଂଗ୍ରେସ ହେବ କି ସଂଗଠିତ । ଏହି ପ୍ରଶ୍ନ ସେତେବେଳେ ଉଠିଛି ଯେତେବେଳେ ଭକ୍ତ ଓ ବିରୋଧୀ ଗୋଷ୍ଠୀଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ମତାନ୍ତର ହୋଇଛି ସେତେବେଳେ ରାଜ୍ୟ କଂଗ୍ରେସର ନୂଆ ପ୍ରଭାରୀ ଲାଲଜୀ କେତେଦୂର କଂଗ୍ରେସର ଅନ୍ତଃ କନ୍ଦଳକୁ ରୋକିପାରିବେ । ରାଜ୍ୟ ସଂଗଠନକୁ ସଜାଡି ପାରିବେ । ପୂର୍ବତନ ପ୍ରଭାରୀ ଲଲୁ ଫେଲ ମାରିଲେ । ଭକ୍ତ ଏବଂ ବିରୋଧୀ ଗୋଷ୍ଠୀଙ୍କ ମଧ୍ୟରେ ଟଣା ଓଟରା ଲାଗି ରହିଲା । ଏବେ ଲାଲଜୀ ଏଥିରେ ପ୍ୟାଚ୍‌ ପକାଇପାରିବେ ତ । ଲାଲଜୀଙ୍କ ଆଗରେ ଚ୍ୟାଲେଞ୍ଜ ରହିବ...
ଅସଜଡା କଂଗ୍ରେସକୁ ସଜାଡିବା
ଅସନ୍ତୁଷ୍ଟଙ୍କୁ ମନେଇବା
ନେତାଙ୍କ ଭିତରେ ଥିବା ମତାନ୍ତରକୁ ଦୂର କରିବା
ଶୀର୍ଷ ନେତୃତ୍ବ ପାଖରେ ରାଜ୍ୟର ପ୍ରସଙ୍ଗ ପହଂଚାଇବା

ସାଧାରଣ ନିର୍ବାଚନ ପୂର୍ବରୁ ଡିସେମ୍ବର ୨୦୨୩ରେ ଅଜୟ କୁମାରକୁ ଓଡ଼ିଶା ପ୍ରଭାରୀ ଭାବେ ଦାୟିତ୍ୱ ଦେଇଥିଲା AICC । ହେଲେ ୨୦୨୪ ନିର୍ବାଚନରେ କଂଗ୍ରେସର ଫଳାଫଳ ଅତି ଖରାପ ହେବାରୁ ୨୦୨୫ରେ ଭକ୍ତ ଦାସଙ୍କୁ ନୂଆ ପିସିସି କରାଇବା ସହ ପ୍ରଭାରୀ ପରିବର୍ତ୍ତନ କରାଗଲା । ପରେ ନୂଆ ପ୍ରଭାରୀ ଅଜୟ କୁମାର ଲାଲ୍ଲୁଙ୍କୁ ୨୦୨୫ ଫେବ୍ରୁଆରୀରେ ଓଡ଼ିଶା ଦାୟିତ୍ୱ ଦିଆଯାଇଥିଲା । ହେଲେ ମାତ୍ର ଗୋଟିଏ ବର୍ଷ ବର୍ଷରେ ଲାଲ୍ଲୁଙ୍କୁ ହଟାଇ ଏବେ ଲାଲଜୀଙ୍କୁ ଦାୟିତ୍ୱ ଦିଆଯାଇଛି । ପୂର୍ବରୁ ଚେଲ୍ଲା କୁମାର, ଜିତେନ୍ଦ୍ର ସିଂଙ୍କ ଭଳି ପ୍ରଭାରୀ ବି ଅଳ୍ପ କିଛି ଦିନ ରହି ବଦଳି ଯାଇଛନ୍ତି ।

ଦାୟିତ୍ୱ ପାଇବା ପରେ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ନୂଆ କଂଗ୍ରେସ ପ୍ରଭାରୀ ଲାଲଜୀ ଦେଶାଇ । ଆସନ୍ତାକାଲି ସଂଗଠନ ସଜାଡିବା ନେଇ ଜିଲ୍ଲା ସଭାପତିଙ୍କ ସହ କରିବେ ଆଲୋଚନା । ଜୁଲାଇ ୩ରେ ଦଳର ରାଜନୈତିକ ବ୍ୟାପାର କମିଟି ସହ ଆଲୋଚନା କରିବେ ଲାଲଜୀ । ସୂଚନା ଅନୁସାରେ କିଛି ବରିଷ୍ଠ ନେତାଙ୍କ ସହ ବି ୱାନ ଟୁ ୱାନ ଆଲୋଚନା କରିବେ ନୂଆ ପ୍ରଭାରୀ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Can New Odisha Congress In-Charge Lalji Desai Resolve Party Infighting? | Argus News