ଓଡିଶା ପ୍ରଦେଶ କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ପଦରୁ ଭକ୍ତ ଦାସଙ୍କ ଇସ୍ତଫା

ଅର୍ଗସ ବ୍ୟୁରୋ: ଓଡିଶା ପ୍ରଦେଶ କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଭକ୍ତ ଦାସ । ନିର୍ବାଚନରେ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ଦଳ ଛାଡିଥିବା କାରଣ ଦର୍ଶାଇ କଂଗ୍ରେସ ଅଧ୍ୟକ୍ଷଙ୍କୁ ଚିଠି ଲେଖି ପଦ ଛାଡିଲେ ଭକ୍ତ ।
ଖବର ଅନୁଯାୟୀ ସରିଛି ସାଧାରଣ ନିର୍ବାଚନ। ଓଡ଼ିଶାରେ ଉଭୟ ବିଧାନସଭା ଏବଂ ଲୋକସଭା ନିର୍ବାଚନରେ କଂଗ୍ରେସ ଆଶା ଅନୁସାରେ ପ୍ରଦର୍ଶନ କରିପାରି ନାହିଁ। ୨୦୨୪ ନିର୍ବାଚନରେ ମାତ୍ର ଜଣେ ସାଂସଦ ଏବଂ ୧୪ଜଣ ବିଧାୟକ ନିର୍ବାଚିତ ହୋଇଛନ୍ତି। ଚଳିତ ନିର୍ବାଚନରେ ଦଳ ଅଧିକରୁ ଅଧିକ ସିଟ ଜିତିବ ବୋଲି ଦାବି କରିଆସୁଥିଲା। ହେଲେ ଏହି ପ୍ରଚାରରେ ସଫଳ ହୋଇ ନ ଥିଲା କଂଗ୍ରେସ। ପୂର୍ବ ନିର୍ବାଚନ ଅପେକ୍ଷା ବିଧାନସଭାରେ ଦଳର ସିଟ ସଂଖ୍ୟା ବଢ଼ିଛି ଏବଂ ନିର୍ବାଚନରେ ଭୋଟ ପ୍ରତିଶତ ବଢ଼ିଛି। ହେଲେ ଅଧିକ ସିଟ ଜିତିବାରେ ସକ୍ଷମ ହୋଇ ନ ଥିଲା ଦଳ। ତେବେ ନିର୍ବାଚନ ସରିବା ପରେ ଆରମ୍ଭ ହୋଇଛି ପଦବୀ ଛାଡ଼ିବା ନୀତି।
ଓଡ଼ିଶା କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ବିଜୟ ପଟ୍ଟନାୟକଙ୍କୁ ହଟାଇ ତାଙ୍କ ସ୍ଥାନରେ ଭକ୍ତ ଦାସଙ୍କୁ ନିଯୁକ୍ତ କରିଥିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ।
📱 Get Argus News App
✨ଅଧିକ ପଢ଼ନ୍ତୁ ରାଜନୀତି ଖବର
