Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଭଣ୍ଡାରିପୋଖରୀରେ ବିଜେଡି ପାଇଁ ବଢୁଛି ଅଡ଼ୁଆ

Odisha

ଭଣ୍ଡାରିପୋଖରୀରେ ବିଜେଡି ପାଇଁ ବଢୁଛି ଅଡ଼ୁଆ

Jitendra Dash
Browse all articles by Jitendra Dash
·2 years ago·1 min read
ଭଣ୍ଡାରିପୋଖରୀରେ ବିଜେଡି ପାଇଁ ବଢୁଛି ଅଡ଼ୁଆ


ଭଣ୍ଡାରିପୋଖରୀରେ ବିଜେଡି ପାଇଁ ବଢୁଛି ଅଡ଼ୁଆ
ବିଜେଡିର ପ୍ରାର୍ଥୀ ଘୋଷଣା ପରେ ତୀବ୍ର ହୋଇଛି ପ୍ରତିବାଦ
ସଂଜିବ ମଲ୍ଲିକଙ୍କୁ ପ୍ରାର୍ଥୀ କରାଯିବା ପରେ ବଢୁଛି ଅସନ୍ତୋଷ
 

ଅର୍ଗସ ବ୍ୟୁରୋ : ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀରେ ସଂଜିବ ମଲ୍ଲିକଙ୍କୁ ବିଜେଡି ପ୍ରାର୍ଥୀ କରାଯିବା ପରେ, ଭଣ୍ଡାରିପୋଖରୀ ସାଧାରଣ ଯୁବ ଭୋଟର ମଧ୍ୟରେ ଦେଖିବାକୁ ମିଳିଛି ଅସନ୍ତୋଷ । ପରିମାଣ ସ୍ବରୁପ, ବିଜେଡି ଛାଡି ୧୯ ଟି ପଞ୍ଚାୟତର ୨୦୦ ସହରୁ ଉର୍ଦ୍ଧ୍ବ ବିଜେଡି କର୍ମୀ ବିଜେପିରେ ଯୋଗ ଦେଇଛନ୍ତି । 

ଭଣ୍ଡାରୀପୋଖରୀ ବିଜେଡ କର୍ମୀଙ୍କ କହିବା ଅନୁଯାୟୀ, ନିର୍ବାଚନ ମଣ୍ଡଳୀରେ ବିଜେଡିର ଯୋଗ୍ୟ ପ୍ରାର୍ଥୀ ଥିବା ବେଳେ କାହିଁକି ନିର୍ବାଚନ ମଣ୍ଡଳୀ ବାହାରୁ ବିଜେଡି ପ୍ରାର୍ଥୀ ଦେଇଛି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କର୍ମୀ ଓ ସାଧାରଣ ଲୋକ । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କେବଳ ସେତିକି ନୁହେଁ ଅସନ୍ତୋଷର ମାତ୍ରା ଏତେ ଅଧିକ ବଢିଯାଇଛି ଯେ, ଏହାର ପ୍ରଭାବ ନିର୍ବାଚନର ଫଳାଫଳ ଉପରେ ପଡିବାର ସମ୍ଭାବନା ଦେଖାଦେଲାଣି । ସାଧାରଣ ନିର୍ବାଚନ ଲଢ଼ିବା ପାଇଁ ଅନେକ ଆଶାୟୀ ଥିବା ବେଳେ ଆଗାମୀ ନିର୍ବାଚନରେ ଭଣ୍ଡାରିପୋଖରୀ ବିଜେଡି ପାଇଁ ଅଡ଼ୁଆ ବଢୁଛି ବୋଲି ଚର୍ଚ୍ଚା ହେଉଛି । ସେପଟେ ଚଳିତ ନିର୍ବାଚନରେ ସ୍ବାଧୀନ ଭାବରେ ଲଢିବେ ବୋଲି କହିଛନ୍ତି ସମାଜସେବୀ ଉତ୍କଳ କେଶରୀ ବିଶ୍ଵାଳ । 

ସଂଜିବ ମଲ୍ଲିକଙ୍କୁ ନେଇ ଭଣ୍ଡାରିପୋଖରୀରେ ବିଜେଡିର ଗୋଷ୍ଠୀ କନ୍ଦଳ ବଢୁଥିବାବେଳେ ୨୪ ମହାଲଢ଼େଇରେ ଦଳର ଡଙ୍ଗା ବୁଡ଼ାଇ ଦେବେ କି ବିଦ୍ରୋହୀ ? ତେବେ ଏହାକୁ କିଭଳି ମ୍ୟାନେଜ କରୁଛି ବିଜେଡ଼ି ତାହା ଦେଖିବାକୁ ବାକି ରହିଲା । 
 

Sponsored
Bhandaripokhari challenge for Bhadrak MLA Sanjib Kumar Mallick | Argus News