Argus News - Home page: Odisha Latest News, Breaking News, Trending News, Live TV and more

English | ଓଡ଼ିଆ
Loading...
logoLive
Loading...

Argus News - ପୋଖରୀରେ ଗୋଡ଼ ଖସି ଚାଲିଗଲା ଜୀବନ 

ପୋଖରୀରେ ଗୋଡ଼ ଖସି ଚାଲିଗଲା ଜୀବନ 

By: Manini Pattanayak

Odisha| Fri, Nov 24 | 3:38 am

ପୋଖରୀରେ ଗୋଡ଼ ଖସି ଚାଲିଗଲା ଜୀବନ 

ଖୋର୍ଦ୍ଧା: ମାମୁଁ ଘର ଗାଁ ପୋଖରୀରେ ବୁଡି ଭଣଜାର ମୃତ୍ୟୁ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି  ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ବିଧାରପୁର ଗ୍ରାମରେ । ଶୈ।ଚ ହେବା ସମୟରେ ପୋଖରୀରେ ବୁଡି ଭଣଜାର ମୃତ୍ୟୁ ହୋଇଛି। ଖବର ମୁତାବକ ବାଲୁଗାଁ ଥାନା ଅନ୍ତର୍ଗତ ନୂଆଗଡ଼ ଗ୍ରାମର ଦୀନବନ୍ଧୁ ସ୍ବାଇଁଙ୍କ ପୁଅ ଦିଲ୍ଲୀପ କୁମାର ସ୍ବାଇଁ ମାମୁଁ ଘର ଗାଁ ବିଧାରପୁର ଯାଇଥିଲେ । ବିଧାରପୁର ଗାଁ ପୋଖରୀକୁ ଶୈ।ଚ  ହେବା ପାଇଁ ଦିଲ୍ଲୀପ ।

ଆଉ ଏହି  ସମୟରେ ଅସାବଧାନତା ବଶତଃ ପୋଖରୀରେ ଗୋଡ଼ ଖସି ଯାଇଥିଲା। ଦିଲ୍ଲୀପ ପାଣିରେ ବୁଡି ଯାଉଥିବା ଦେଖି ଉପସ୍ଥିତ ଥିବା କିଛି ଲୋକ ତାଙ୍କୁ  ଉଦ୍ଧାର କରି ବାଲୁଗାଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।  ହେଲେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ବାଲୁଗାଁ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି । ଏପଟେ  ସ୍ଥାନୀୟ ଅଞ୍ଚଳରେ ଏକ ଶୋକାକୂଳ ପରିବେଶ ଦେଖା ଦେଇଛି।

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Sponsored By!

Related Articles :