Videos
|
Odisha

Landslide / ଭଞ୍ଜନଗରରେ ନିଖୋଜଙ୍କୁ ଖୋଜିବ ନାଭାଲ ହେଲିକପ୍ଟର

Sushanta Sahoo
Browse all articles by Sushanta Sahoo
·32 mins ago·2 min read
ଭଞ୍ଜନଗରରେ ନିଖୋଜଙ୍କୁ ଖୋଜିବ ନାଭାଲ ହେଲିକପ୍ଟର
Live Detection Unit to Locate Missing People

Key Points

ଗଞ୍ଜାମ ଭଞ୍ଜନଗର ବ୍ଲକର ଉପାନ୍ତ ଅଞ୍ଚଳ ବାଇବାଲି ପଞ୍ଚାୟତର ଗିଡ଼ିପାବାଲି ଗାଁରେ ଭୂସ୍ଖଳନ ଯୋଗୁଁ ୧୨ ଜଣ ନିଖୋଜ ଥିବା ସୂଚନା ମିଳିଛି । ଏବେ ନିଖୋଜ ଲୋକମାନଙ୍କୁ ଖୋଜିବାକୁ ଲାଇଭ୍ ଡିଟେକ୍ସନ୍ ୟୁନିଟର ସହାୟତା ନେବେ ରାଜ୍ୟ ସରକାର ।
ଭୁବନେଶ୍ଵର: ବାତ୍ୟା 'ଅର୍ଣ୍ଣବ' ପ୍ରଭାବରେ ହୋଇଥିବା ବର୍ଷାରେ କନ୍ଧମାଳ ସମେତ ଗଞ୍ଜାମ ଜିଲ୍ଲାରେ ଭୂସ୍ଖଳନ ହୋଇଛି । କନ୍ଧମାଳ ସୀମାନ୍ତ ଭଞ୍ଜନଗର ବ୍ଲକର ଉପାନ୍ତ ଅଞ୍ଚଳ ବାଇବାଲି ପଞ୍ଚାୟତର ଗିଡ଼ିପାବାଲି ଗାଁରେ ଭୂସ୍ଖଳନ ଯୋଗୁଁ ୧୨ ଜଣ ନିଖୋଜ ଥିବା ସୂଚନା ମିଳିଛି ।

ଏବେ ନିଖୋଜ ଲୋକମାନଙ୍କୁ ଖୋଜିବାକୁ ଲାଇଭ୍ ଡିଟେକ୍ସନ୍ (Live Detection) ୟୁନିଟର ସହାୟତା ନେବେ ରାଜ୍ୟ ସରକାର । ଲାଇଭ୍ ଡିଟେକ୍ସନ୍ ୟୁନିଟ୍ ସିଗମିକ୍ (Sigmic) ସହ ଉଡ଼ିବ ନାଭାଲ ହେଲିକେପ୍ଟର । ସମ୍ପୂର୍ଣ୍ଣ ଅଞ୍ଚଳକୁ ସ୍କାନ୍ କରାଯିବ ।

ଲାଇଭ୍ ଡିଟେକ୍ସନ୍‌ କେତେ ସହାୟକ ହେବ ?

ଭୂକମ୍ପ, ଭୂସ୍ଖଳନ, କୋଠା ଭୁଶୁଡ଼ିବା ସମୟରେ ଜୀବନ ସନ୍ଧାନ ପାଇଁ ବ୍ୟବାହର ହୋଇଥାଏ । ମାଟି, ପଥର କିମ୍ବା ଭଗ୍ନାବଶେଷ ତଳେ ଚାପି ହୋଇଥିବା ଜୀବିତ ବ୍ୟକ୍ତିଙ୍କୁ ଖୋଜିବାରେ ସହାୟକ ହୋଇଥାଏ । ମାନବ ଶରୀରର ସୂକ୍ଷ୍ମ ସ୍ପନ୍ଦନ, ହୃଦସ୍ପନ୍ଦନ, ଶ୍ୱାସକ୍ରିୟା ଏବଂ ଶରୀରର ତାପମାତ୍ରାକୁ ଚିହ୍ନଟ କରେ ।


ମାଟି, କଂକ୍ରିଟ୍, ବରଫ କିମ୍ବା ଭଗ୍ନାବଶେଷ ତଳେ ଚାପି ହୋଇଥିବା ଲୋକଙ୍କୁ ଚିହ୍ନଟ କରେ । ଭୂପୃଷ୍ଠରୁ ନୁହେଁ, ବରଂ ଅନେକ ଫୁଟ୍ ଗଭୀରତାରୁ ମଧ୍ୟ ସଂକେତ ଧରିପାରେ । ହେଲିକପ୍ଟରର ନିମ୍ନଭାଗରେ କିମ୍ବା କ୍ୟାବିନ୍ ଭିତରେ ମେସିନ୍ ଲଗାଯାଇଥାଏ । ଏହାଦ୍ୱାରା ହେଲିକପ୍ଟରର କମ୍ପନ ସତ୍ତ୍ବେ ଏହା ସଠିକ୍ ସୂଚନା ଦେଇପାରେ ।

ଏଥିସହ ପଢ଼ନ୍ତୁ: ଗଞ୍ଜାମରେ ସୁଧୁରୁଛି ସ୍ଥିତି; ଆଜି ଆସିକାରେ ବିଦ୍ୟୁତ ସଂଯୋଗ, ନିଖୋଜଙ୍କୁ ଖୋଜାଚାଲିଛି 

ହେଲିକପ୍ଟରରେ ଲାଗିଥିବା ୟୁନିଟ୍ ଦୂରରୁ ସ୍କାନ୍ କରି ବଡ଼ ଅଞ୍ଚଳରେ ଫସି ରହିଥିବା ଲୋକଙ୍କ ଅବସ୍ଥିତି ଜାଣିବାପାରେ ବନ୍ୟା, ଭୂସ୍ଖଳନ କିମ୍ବା ଜଙ୍ଗଲରେ ନିଖୋଜଙ୍କୁ ଖୋଜିବା ପାଇଁ ଏହା ଅତ୍ୟନ୍ତ ଲାଭଦାୟକ । ରାତିରେ କିମ୍ବା ଘନ ଜଙ୍ଗଲରେ ମଧ୍ୟ ଶରୀରର ତାପମାତ୍ରାକୁ ଚିହ୍ନଟ କରିପାରେ ।ଏଥିରେ ରାଡାର୍ ଟେକ୍ନୋଲୋଜି, ଅଡିଓ ସେନ୍ସର ଏବଂ ଇନଫ୍ରାରେଡ୍ କ୍ୟାମେରା ବ୍ୟବହାର କରାଯାଇଥାଏ ।

ଲାଇଭ୍ ଡିଟେକ୍ସନ୍ ୟୁନିଟ୍ ଆଣ୍ଡ ସିଗମିକ୍ ହେଉଛି ସର୍ଚ୍ଚ ଓ ରେସ୍କ୍ୟୁ ଅପରେସନ୍ ପାଇଁ ଅତ୍ୟାଧୁନିକ ଉପକରଣ । ଏହାକୁ ସାଧରଣତଃ ନୌସେନା ଭଗ୍ନାବଶେଷରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ ବ୍ୟବହାର କରିଥାଏ । ଏବେ ଓଡ଼ିଶା ସରକାର ନାଭାଲ୍ ହେଲିକପ୍ଟର ସହଯୋଗରେ ଭଞ୍ଜନଗରରେ ଭୂସ୍ଖଳନ ନିଖୋଜଙ୍କୁ ଏହି ଟେକ୍ନୋଲୋଜିର ବ୍ୟବହାର କରି ଖୋଜିବେ ।

କେମିତି କାମ କରିବ ?

ଲାଇଭ୍ ଡିଟେକ୍ସନ୍ ୟୁନିଟ୍‌ରେ ମାଇକ୍ରୋ ରାଡାର, ଥର୍ମାଲ ଇମେଜିଂ ଏବଂ ଅତ୍ୟାଧୁନିକ ଲାଇଫ-ସିଗନାଲ୍ ଆଲଗୋରିଦିମ୍ ରହିଛି । ଯାହାକି ମଣିଷର ହୃଦସ୍ପନ୍ଦନ, ଚଳପ୍ରଚଳ ଓ ଶ୍ଵାସକ୍ରିୟାରୁ ମାଟି କାଦୁଅ, କଂକ୍ରିଟ ତଳେ ଫସିଥିଲେ ବି ଚିହ୍ନଟ କରିପାରିବ ।

ସେହିଭଳି ସିଗମିକ୍‌ରେ ମିଲିଟାରୀ ଗ୍ରେଡ୍ ଏୟାରବୋନ୍ କିମ୍ବା ଗ୍ରାଉଣ୍ଡ ସ୍କାନିଂ ସେସନର ରହିଛି । ଯାହାକୁ ନାଭାଲ୍ ସର୍ଚ୍ଚ ୟୁନିଟ୍ ବ୍ୟବହାର କରିଥାଏ । ଏହା ମାଧ୍ୟମରେ ନିର୍ଦ୍ଦିଷ୍ଟ କେଉଁ ସ୍ଥାନରେ ସର୍ଚ୍ଚ ଅପରେସନ୍ କିମ୍ବା ଖୋଳାଯିବ ତାହା ସ୍କାନିଂ ହୋଇଥାଏ ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: