Pride of Odisha / ନିଜ ଇଚ୍ଛାକୁ ମାରିଦେଲେ ଭାନୁପ୍ରିୟା, ଏବେ ବାପାଙ୍କ 'ଆଶା ଓ ଆଶ୍ଵାସନା' ରଥର ସାରଥୀ
·7 months ago·2 min read

Key Points
ଜଣେ ଯେବେ ସଫଳତାର ସିଡ଼ି ଚଢ଼ିଯାଏ, କିନ୍ତୁ ସମାଜକୁ ବାପା ଦେଇଥିବା ଅବଦାନ ପାଇଁ ପୁଣି ନିଜକୁ ପଛକୁ ଫେରିବାକୁ ପଡ଼େ । ପ୍ରାଇଡ୍ ଅଫ୍ ଓଡ଼ିଶା' ସିଜିନ-2ର ତୃତୀୟ ଅଧ୍ୟାୟରେ ଦେଖିବା ଦିବଙ୍ଗତ ବାପାଙ୍କ ବୀରଙ୍ଗନା ଝିଅ ଭାନୁପ୍ରିୟାଙ୍କ କାହାଣୀ ।
ଭୁବନେଶ୍ଵର: ଅନେକ ଅକୁହା କାହାଣୀ, ଅଚିହ୍ନା ମଣିଷ । ଯେଉଁମାନଙ୍କ ଅବଦାନ ରହିଛି ଆମ ସମାଜ ପାଇଁ, ଲୋକଙ୍କ ଜୀବନକୁ ସରଳ କରି ଭରିଛି ଆନନ୍ଦର ରଙ୍ଗ। ଅର୍ଗସ୍ ନ୍ୟୁଜ୍ର 'ପ୍ରାଇଡ୍ ଅଫ୍ ଓଡ଼ିଶା' ସିଜିନ-2 ନେଇ ଆସୁଛି ସେଇଭଳି କିଛି 'ସରଳ ମଣିଷର ବିରଳ କାହାଣୀ' ।
ମଣିଷର ଜୀବନରେ ସବୁଠୁ ଗୁରୁତ୍ଵପୂର୍ଣ୍ଣ ହେଉଛି ଶିକ୍ଷା । ଜୀବନରେ ଆଗକୁ ବଢ଼ିବା ହେଉ ଅବା ନିଜକୁ ଗଢ଼ି ତୋଳିବା । ସବୁ କ୍ଷେତ୍ରରେ, ସବୁ ସ୍ଥାନରେ ଶିକ୍ଷା ଜରୁରି । ସେ ଚାକିରି ହେଉ କି ବ୍ୟବସାୟ... ଶିକ୍ଷା ବିନା ସଫଳତାର ସିଡ଼ି ଚଢ଼ିବା ସହଜ ନୁହେଁ ।
ଆଉ ଜଣେ ଯେବେ ସଫଳତାର ସିଡ଼ି ଚଢ଼ିଯାଏ, କିନ୍ତୁ ସମାଜକୁ ବାପା ଦେଇଥିବା ଅବଦାନ ପାଇଁ ପୁଣି ନିଜକୁ ପଛକୁ ଫେରିବାକୁ ପଡ଼େ । ସେତେବେଳେ ନିଜ ଉପରେ ବିଶ୍ଵାସ, ଭରସା ଆହୁରି ବଢ଼ିଯାଏ । ଆଉ ସମାଜ କୁହେ ଝିଅ ହେବ ତ ଏମିତି... । ପ୍ରାଇଡ୍ ଅଫ୍ ଓଡ଼ିଶା' ସିଜିନ-2ର ତୃତୀୟ ଅଧ୍ୟାୟରେ ଦେଖିବା ଦିବଙ୍ଗତ ବାପାଙ୍କ ବୀରଙ୍ଗନା ଝିଅ ଭାନୁପ୍ରିୟାଙ୍କ କାହାଣୀ ।
ପରିବାର ଆର୍ଥିକ ଅବସ୍ଥା ସେତେଟା ଭଲ ନଥିଲା । କିନ୍ତୁ ଶିକ୍ଷାର ଗୁରୁତ୍ଵକୁ ଭଲ ଭାବେ ବୁଝିଥିଲେ ପରିବାରର ପ୍ରତିଟି ସଦସ୍ୟ । ବାପାଙ୍କ ଚା' ଦୋକାନରୁ ଆୟ ଅର୍ଥରେ କଟକର ବକ୍ସି ବଜାର ଗଳିରେ ୨୦୦୦ ମସିହାରୁ ଚାଲିଛି ବିଦ୍ୟାଳୟ । ଯେଉଁଠି ମାଗଣାରେ ପଢ଼ନ୍ତି ଗରିବ, ଖଟଖିଆଙ୍କ ଛୁଆ । ଯେଉଁଥିପାଇଁ ଭାନୁପ୍ରିୟାଙ୍କ ବାପା ଡି. ପ୍ରକାଶ ରାଓ ୨୦୧୪ରେ ପାଇଥିଲେ ସମ୍ମାଜନକ ପଦ୍ମଶ୍ରୀ ।
୨୦୨୧ରେ କୋଭିଡ୍ରେ ଆଖି ବୁଜନ୍ତି ଡି. ପ୍ରକାଶ ରାଓ । ଡି. ପ୍ରକାଶଙ୍କ ଦେହାନ୍ତ ସହ ଚୂରମାର୍ ହୋଇଯାଏ ତାଙ୍କ ସ୍ଵପ୍ନ, ଭାଙ୍ଗିଯାଏ ସେ ଗଢ଼ିଥିବା ବିଦ୍ୟାଳୟ । ଆଉ ସେତେବେଳେ ସିଙ୍ଗାପୁରରେ ହୋଟେଲ ମ୍ୟାନେଜମେଣ୍ଟରେ ଡିଗ୍ରୀ ସାରିଥାନ୍ତି ଭାନୁପ୍ରିୟା । ସିଙ୍ଗାପୁରରେ ବଡ଼ ହୋଟେଲରେ ଉଚ୍ଚ ପଦବୀରେ କାର୍ଯ୍ୟର ଅଭିଜ୍ଞତା ବି ଥାଏ । କିନ୍ତୁ କୋରନାରେ ବାପାଙ୍କ ମୃତ୍ୟୁ ପରେ ଭାନୁପ୍ରିୟା ବାପାଙ୍କ ଭଲ ପାଇବାକୁ ଖୋଜନ୍ତି । ଆଉ ମନେ ପଡ଼େ ବାପା ଭଲ ପାଉଥିବା ସେହି ବିଦ୍ୟାଳୟ କଥା...
ଯେଉଁଠି ଦୁଇ ଦଶନ୍ଧି ଭିତରେ ଗଢ଼ା ହୋଇଛି ହଜାର ହଜାର ଗରିବ ଗୁରୁବା ଛୁଆଙ୍କ ଭବିଷ୍ୟତ । ଉଚ୍ଚ ଶିକ୍ଷିତା ଭାନୁପ୍ରିୟା ନିଜ ଭବିଷ୍ୟତ ଯାତ୍ରାରେ ଡୋରି ବାନ୍ଧନ୍ତି । ଫେରି ଆସନ୍ତି କଟକ, ପୁଣି ଆରମ୍ଭ କରିନ୍ତି ବାପାଙ୍କ ସ୍ଵପ୍ନର ବିଦ୍ୟାଳୟକୁ । ବକ୍ସି ବଜାରରେ ବାପାଙ୍କ 'ଆଶା ଓ ଆଶ୍ଵାସନା' ବିଦ୍ୟାଳୟ ପରିଚାଳନା ପାଇଁ କରନ୍ତି ଅନେକ ଋଣ । ନିଜ ପାଖେ ଯାହା କିଛି ଥିଲା ବନ୍ଧକ ରଖନ୍ତି, କାରକୁ ଭଡ଼ାରେ ଦେଇ ଦିଅନ୍ତି । ସଂଘର୍ଷ କରି ବାପାଙ୍କ ବିଦ୍ୟାଳୟକୁ ସେମିତି ପରିଚାଳନା କରନ୍ତି ।
କଟକର ସେହି 'ଆଶା ଓ ଆଶ୍ଵାସନା' ବିଦ୍ୟାଳୟ ଏବେ ବି ଖୋଲୁଛି । ଛୁଆଙ୍କୁ ଶିକ୍ଷା ସହ ଖାଦ୍ୟ, ଖେଳ ଓ ପରିବହନର ବ୍ୟବସ୍ଥା ରହିଛି । ଆଉ ପଦ୍ମଶ୍ରୀ ସ୍ଵର୍ଗତ ଡି. ପ୍ରକାଶ ରାଓଙ୍କ ସ୍ଵପ୍ନର ରଥକୁ ଆଗକୁ ଟାଣି ନେଉଛନ୍ତି ଝିଅ ଭାନୁପ୍ରିୟା ।
ଭାନୁପ୍ରିୟାଙ୍କ ଭଳି ଓଡ଼ିଶାର ଅନ୍ୟ ବ୍ୟକ୍ତି ବିଶେଷଙ୍କ ସଫଳ କାହାଣୀ 'ପ୍ରାଇଡ୍ ଅଫ୍ ଓଡ଼ିଶା' ସିଜିନ-2 ଦେଖି ପାରିବେ ଅର୍ଗସ୍ ନ୍ୟୁଜ୍ରେ । ଶନିବାର ରାତି ୮ଟା ୩୦ ଓ ରବିବାର ଦିନ ସାଢ଼େ ଗୋଟାଏରେ (ପୁନଃ ପ୍ରସାରଣ) ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories