Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - 1942ମସିହାରୁ ପୂଜା ପାଇ ଆସୁଛନ୍ତି ଭାରତ ମାତା

Odisha

1942ମସିହାରୁ ପୂଜା ପାଇ ଆସୁଛନ୍ତି ଭାରତ ମାତା

Banajyotshna Ray
Browse all articles by Banajyotshna Ray
·1 year ago·2 min read
1942ମସିହାରୁ ପୂଜା ପାଇ ଆସୁଛନ୍ତି ଭାରତ ମାତା

ଅର୍ଗସ ବ୍ୟୁରୋ:  ବୌଦ୍ଧ ସଦର ମହକୁମାରୁ ଖୋର୍ଦ୍ଧା  ବଲାଙ୍ଗୀର ଜାତୀୟ ରାଜପଥରେ ସୁବର୍ଣ୍ଣପୁର ଆଡକୁ ଯିବାବେଳ ୨୫ କିଲୋମିଟର ପରେ ବହିରା ହାଇସ୍କୁଲ ଛକଠାରୁ ବାମକୁ ୬ କିଲୋମିଟର ଗଲେ ପଡେ ବନପାଲି ଗାଁ । ଗାଁରେ ରୁହନ୍ତି ପ୍ରାୟ ଶହେ ତନ୍ତି ପରିବାର ।  1942ମସିହାରୁ ଏଠାରେ ଭାରତ ମାତା ପୂଜା ପାଇ ଆସୁଛନ୍ତି। ଦେଶ ପରାଧୀନ ଥିବା ସମୟରେ ଗଡଜାତ ଆନ୍ଦୋଳନ ସମୟରେ ଗାଁର କିଛି ସ୍ଵାଧୀନତା ସଂଗ୍ରାମୀ ପ୍ରଜା ଆନ୍ଦୋଳନରେ ସାମିଲ ହୋଇଥିଲେ।ସେଇ ସମୟରେ ଗାଁର କିଛି ସ୍ୱାଧୀନତା ସଂଗ୍ରାମୀ ଏଇ ଭାରତ ମାତାର ପ୍ରତିମା ସହ ମନ୍ଦିର ନିର୍ମାଣ କରିଥିଲେ ଓ ପୂଜା କରୁଥିଲେ।ପରବର୍ତ୍ତୀ ସମୟରେ ସେଇଦିନଠୁ ଏଠାରେ ଭାରତ ମାତା ପୂଜା ପାଇ ଆସୁଛନ୍ତି।ପ୍ରତ୍ୟେକ ଦିନ ସକାଳେ ଓ ସନ୍ଧ୍ୟାରେ ଏଇ ମନ୍ଦିରରେ ପୂଜା ହେବା ସହ ସନ୍ଧ୍ୟାରେ ରାମଧୁନ ଗୀତ ସହ ନାମ ସଂକୀର୍ତନ ହୋଇଥାଏ।ସେତେବେଳର ସେହି ପ୍ରଜା ଆନ୍ଦୋଳନ ସମୟର ଏଇ ଭାରତ ମାତାର ମନ୍ଦିର ବେଶ ସ୍ମୁତି ବହନ କରୁଛୁ। ବନପାଲି ଗାଁର ମନ୍ଦିର ଗ୍ରାମବାସୀ ପ୍ରତ୍ୟେକ ଦିନ ଏକତ୍ରିତ ହୋଇ ହୋଇ ସେଦିନର ସେଇ ଗାଥା ମନେ ପକାଇବା ସହ ଜାତୀୟ ସଙ୍ଗୀତ ଗାନ କରିଥାନ୍ତି।

1942 ମସିହାରେ ସ୍ଥାପିତ କରାଯାଇଥିବା ଏଇ ଭାରତ ମାତାର ମନ୍ଦିର ଜିଲ୍ଲା ପ୍ରଶାସନ ଦୃଷ୍ଟି ଆଢୁଆଳରେ ରହିଯାଇଛି। ଜିଲ୍ଲାପାଳ ବଦଳୁଛନ୍ତି ହେଲେ ବଦଳି ନାହିଁ ଭାରତ ମାଙ୍କ ମନ୍ଦିର l ସରକାର ମନ୍ଦିର ପାଇଁ କେବଳ ଘର ଖଣ୍ଡିଏ ଯୋଗାଇ ଦେଇଛନ୍ତି। କିନ୍ତୁ କୌଣସି ସୁବିଧା ନାହିଁ।ଏଠାରେ ଏକ ମିନି ପାର୍କ ସହ ମନଲୋଭା ପାଇଁ ଲାଇଟ ବ୍ୟବସ୍ଥା ସହ ମନ୍ଦିର ନିର୍ମାଣ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ।ପ୍ରତିବର୍ଷ ଅଗଷ୍ଟ 15 ଓ ଜାନୁଆରୀ 26 ତାରିଖରେ ଏଠାରେ ଜାତୀୟ ସଙ୍ଗୀତ ଗାନ ସହ ଜାତୀୟ ପତାକା ଉତ୍ତୋଳନ କରାଯାଇଥାଏ।ଗଡ଼ଜାତ ଆନ୍ଦୋଳନ ସମୟର ମୂକସାକ୍ଷୀ ଏଇ ଭାରତ ମାତାର ମନ୍ଦିର ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେଲେ ଏହା ସ୍ୱାଧୀନତା ଆନ୍ଦୋଳନ ସମୟର ଗାଥା ବହନ କରିବା ସହ ଆହୁରି ଲୋକପ୍ରିୟ ହୋଇପାରନ୍ତା।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
bharat mata has been worshiped since 1942 | Argus News