Videos
|
Odisha

'ବିଜେଡି ଚାହୁଁନାହିଁ ସାଧାରଣ ଲୋକ କେନ୍ଦ୍ର ସରକାରଙ୍କ ସୁବିଧା ସୁଯୋଗ ପାଉ'

Smruti Parija
Browse all articles by Smruti Parija
·2 years ago·1 min read
'ବିଜେଡି ଚାହୁଁନାହିଁ ସାଧାରଣ ଲୋକ କେନ୍ଦ୍ର ସରକାରଙ୍କ ସୁବିଧା ସୁଯୋଗ ପାଉ'

ଅର୍ଗସ ବ୍ୟୁରୋ: ମୋଦି ସରକାରଙ୍କ ଗ୍ୟାରେଣ୍ଟି ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ପାଇଁ ଏବେ ଦେଶର ଗାଁ ଗାଁରେ ବୁଲୁଛି ବିକଶିତ ଭାରତ ସଂକଳ୍ପ ରଥ । ଏଥିରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ହିତାଧିକାରୀଙ୍କୁ ସୂଚନା ଦିଆଯାଉଛି। ଲୋକେ ବିଭିନ୍ନ ଯୋଜନାରେ ସାମିଲ ପାଇଁ ଆବେଦନ ଓ ଅଭିଯୋଗ ବି କରିପାରୁଛନ୍ତି ଏହି ରଥ ନିକଟରେ। ତା ଛଡ଼ା ଲୋକଙ୍କର ସ୍ବାସ୍ଥ୍ୟ ପରୀକ୍ଷା ବି କରାଯାଉଛି । ହେଲେ ଆଜି ଧାମନଗରରେ ଯାହା ତାହା ବିଜେଡିର ହିଂସ୍ର ଆଚରଣକୁ ପଦାରେ ପକାଇଛି ।

ଧାମନଗର ବ୍ଲକ ଚୁଡାକୁଟି ପଞ୍ଚାୟତର ମେଲଣ ପଡ଼ିଆରେ ବିକଶିତ ଭାରତ ସଂକଳ୍ପ ରଥ ଉପରେ ଆକ୍ରମଣ କରିଛନ୍ତି ବିଜେଡି ଗୁଣ୍ଡା । ଗାଡ଼ିକୁ ଭଙ୍ଗାରୁଜା କରିବା ସହ ପ୍ରଧାନମନ୍ତ୍ରୀଙ୍କ ଚିତ୍ର ଫାଡ଼ି ଦେଇଛନ୍ତି । ସଂକଳ୍ପ ରଥର କାଚ ଭାଙ୍ଗିବା ସହ ପୋଷ୍ଟର ଚିରି ଫିଙ୍ଗିଛନ୍ତି । ଏପରିକି ବିଜେଡି ଗୁଣ୍ଡାମାନେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଘଟଣାସ୍ଥଳରେ ଆତଙ୍କ ଖେଳାଇଥିଲେ। 

ଏନେଇ ବିଜେପି ବିଧାୟକ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ ବିଜୁ ଜନତା ଦଳ ବିକାଶକୁ ବିରୋଧ କରୁଛି । ସାଧାରଣ ଲୋକ ନରେନ୍ଦ୍ର ମୋଦିଙ୍କର ସୁବିଧା ସୁଯୋଗ ପାଆନ୍ତୁ । ଏକଥା ବିଜୁ ଜନତା ଦଳ ଚାହୁଁନାହିଁ । ଏହା ଦଳୀୟ କାର୍ଯ୍ୟକ୍ରମ ନଥିଲା ।  ଏହା ସରକାରୀ କାର୍ଯ୍ୟକ୍ରମ ଥିଲା । ବିଜୁଜନତା ଦଳର କଣ ଆଭିମୁଖ୍ୟ ଏହା ସାଧାରଣ ଜନତା ଚିନ୍ତା କରିବେ ।

ମୋଦି ଗ୍ୟାରେଣ୍ଟି ରଥକୁ ନେଇ ଗାଁ ଗହଳିରେ ଲୋକଙ୍କ ଭିତରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳୁଛି। ଏଥିରେ ଅସହିଷ୍ଣୁ ହୋଇ ବିଜେଡି ଗୁଣ୍ଡା ରଥ ଉପରେ କରିଛନ୍ତି କି ଆକ୍ରମଣ ? ମୋଦି ଗ୍ୟାରେଣ୍ଟି ରଥକୁ ନେଇ ଭୟଭୀତ କି ବିଜେଡି ? କିଛି ଏଭଳି ପ୍ରଶ୍ନ ଏବେ ସାଧାରଣରେ ପ୍ରଶ୍ନ ଉଙ୍କି ମାରୁଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...