Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅଭିଯୋଗ ସତ ନା ଭାଇରାଲ ଭିଡିଓ ସତ ?

Smruti Parija
Browse all articles by Smruti Parija
·1 year ago·1 min read
ଅଭିଯୋଗ ସତ ନା ଭାଇରାଲ ଭିଡିଓ ସତ ?

ଭୁବନେଶ୍ୱର: ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଓ ଦୁର୍ବ୍ୟବହାର ମାମଲା । ମେଜର ଗୁରୁଵଂଶ ସିଂଙ୍କ ବୟାନ ରେକର୍ଡ କରୁଛି କ୍ରାଇମବ୍ରାଞ୍ଚ । ଦ୍ବିତୀୟ ଥର ପାଇଁ ବୟାନ ରେକର୍ଡ କରୁଛି କ୍ରାଇମବ୍ରାଞ୍ଚ । ଗତକାଲି 5 ଘଣ୍ଟା ଧରି ପଚରାଉଚାରା କରିଥିଲା କ୍ରାଇମବ୍ରାଞ୍ଚ । 

ସେପଟେ ସାଇବର କମ୍ପ୍ଲେକ୍ସରେ ପୋଲିସ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ -ଡିଜିପି ଓ କ୍ରାଇମବ୍ରାଞ୍ଚ ଏଡିଜିଙ୍କ ଅରୁଣ ବୋଥ୍ରାଙ୍କ ମଧ୍ୟରେ ଆଲୋଚନା ହେଉଛି । ଭରତପୁର ଘଟଣାରେ କ୍ରାଇମବ୍ରାଞ୍ଚ ଏଡିଜିଙ୍କ ସହ ଆଲୋଚନା ହେଉଥିବା ନେଇ ସୂଚନା ରହିଛି । 

ଅଭିଯୋଗ ସତ ନା ଭାଇରାଲ ଭିଡିଓ ସତ ? ରାଜଧାନୀରେ ଥାନା ଭିତରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସର ନିର୍ଯାତନା ମାମଲା ଦିନକୁ ଦିନ ଗୋଳ ମାଳିଆ ହେବାରେ ଲାଗିଛି । ଆଉ ଏହାରି ଭିତରେ ଅଭିଯୋଗ ପଛର ସତ ଖୋଜୁଛି କ୍ରାଇମବ୍ରାଞ୍ଚ । ଏଥିପାଇଁ ନିଲମ୍ବିତ 5 ପୋଲିସ କର୍ମଚାରୀଙ୍କ ସହ ମେଜର ଗୁରୁବଂଶ ସିଂ ଓ ବାନ୍ଧବୀଙ୍କର ଲାଏ ଡିଟେକ୍ସନ ଟେଷ୍ଟ ହେବ ବୋଲି ସୂଚନା ମିଳିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏଥିପାଇଁ କୋର୍ଟକୁ ଚିଠି ଲେଖିବ କ୍ରାଇମ ବ୍ରାଞ୍ଚ । ସେପଟେ ଆଜି ଦ୍ଵିତୀୟ ଥର 120 ବାଟାଲିଆନ ଯାଇ ମେଜର ଓ ତାଙ୍କ ବାନ୍ଧବୀଙ୍କ ବୟାନ ରେକର୍ଡ କରିଛି କ୍ରାଇମ ବ୍ରାଞ୍ଚ ଟିମ ।  ମାମଲାରେ ତଦନ୍ତର ଅଗ୍ରଗତି ନେଇ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କ ସହ ପୋଲିସ ଡିଜି ଆଲୋଚନା କରିଥିଲେ । ତେବେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ତଦନ୍ତ ପରିସର ଭୁକ୍ତ କରିବାକୁ ଦାବି କରି କମିଶନରଙ୍କୁ ଭେଟିବା ସହ 120 ବାଟାଲିଆନ ଆଗରେ ବିରୋଧ ପ୍ରଦର୍ଶନ କରିଛନ୍ତି ନିଲମ୍ବିତ ପୋଲିସଙ୍କ ପରିବାର ଓ କିଛି ସାମାଜିକ ସଂଗଠନ । 

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
bharatpur-police-station-update-news | Argus News