Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ରେଭେନସା ନାଁ ପରିବର୍ତ୍ତନ ବିବାଦ ଭିତରେ ଚର୍ଚ୍ଚାରେ ଭର୍ତ୍ତୃହରିଙ୍କ ସମ୍ପାଦକୀୟ

Odisha

ରେଭେନସା ନାଁ ପରିବର୍ତ୍ତନ ବିବାଦ ଭିତରେ ଚର୍ଚ୍ଚାରେ ଭର୍ତ୍ତୃହରିଙ୍କ ସମ୍ପାଦକୀୟ

Rashmita Mishra
Browse all articles by Rashmita Mishra
·1 year ago·2 min read
ରେଭେନସା ନାଁ ପରିବର୍ତ୍ତନ ବିବାଦ ଭିତରେ ଚର୍ଚ୍ଚାରେ ଭର୍ତ୍ତୃହରିଙ୍କ ସମ୍ପାଦକୀୟ

ଅର୍ଗସ ବ୍ୟୁରୋ: ନାମ ବଦଳାଇଲେ ପ୍ରଳମ୍ଭ ଅସୁଦ୍ଧ ହେବାନାହିଁ ଶୀର୍ଷକ ସମ୍ପାଦକୀୟରେ ରେଭେନ୍ସା ନାଁ ପରିବର୍ତ୍ତନ ବିରୋଧୀଙ୍କର ଖୁବ ଧୁଲାଇ କରିଛନ୍ତି କଟକ ସାଂସଦ ତଥା ଦୈନିକ ପ୍ରଜାତନ୍ତ୍ରର ସମ୍ପାଦକ ଭର୍ତ୍ତୃହରି ମହତାବ। ଲେଖିଛନ୍ତି ଯେଉଁମାନଙ୍କୁ ପାଶ୍ଚାତ୍ୟ ଆଦବ କାଇଦା ପସନ୍ଦ ଆସେ ସମାନେ ଏପରି ରୋଳା କରୁଛନ୍ତି ଯେପରି ବିଶ୍ବବିଦ୍ୟାଳୟକୁ କେହି ଭାଙ୍ଗି ଦେଉଛି କିମ୍ବା ଉଠାଇନେଉଛି। ଏଥିସହ ପ୍ରଶ୍ନ କରିଛନ୍ତି ପୂର୍ବ ସରକାର ଯେତେବେଳେ ବରପୁତ୍ରମାନଙ୍କ ନାଁରେ ଥିବା ୧୭ଟି ଟ୍ରେନିଂ କଲେଜକୁ ବନ୍ଦ କରିଦେବାକୁ ବସିଥିଲେ ଏବେ ଯେଉଁମାନେ ରେଭନସାଙ୍କ ପାଇଁ ମଶାଲ ଶୋଭାଯାତ୍ରା ବାହାର କରୁଛନ୍ତି ସେତେବେଳେ ପାଟି ଖୋଲିନଥିଲେ କାହିଁକି ? ସେହିପରି ଅଭିମନ୍ୟୁ ସାମନ୍ତସିଂହାରଙ୍କ ନାମଫଳକକୁ ରାଜଧାନୀ ଛାତି ଉପରୁ ଓପଡ଼ି ଫୋପଡ଼ା ଯିବା ବେଳେ ଏମାନେ ରୋଦନ କଲେନି କାହିଁକି  ବୋଲି  ସମ୍ବାଦକୀୟରେ ପ୍ରଶ୍ନ କରିଛନ୍ତି ଭର୍ତ୍ତୃହରି ? ସ୍ବାଧୀନ ଭାରତର ଅମୃତ କାଳରେ ଯେତେବେଳେ ଔପନିବେଶବାଦୀର ସ୍ମୃତିବହନ କରୁଥିବା ନାମ, ସଂକେତକୁ ବଦଳାଯାଉଛି ଏଠି ରେଭେନ୍ସାଙ୍କ ନାମ ବଦଳାଇଲେ ପ୍ରଳମ୍ଭ ଅସୁଦ୍ଧ ହଇଯିବ ନାହିଁ ବୋଲି ଯୁକ୍ତି ବାଢିଛନ୍ତି କଟକ ସାଂସଦ। 

ସେପଟେ ରେଭେନସା ହେରିଟେଜ ଫୋରମ ବିଶ୍ବବିଦ୍ୟାଳୟ ନାଁ ପରିବର୍ତ୍ତନ ବିରୋଧରେ ପୁଣି ତୀବ୍ର କରିଛି ସ୍ବର। ରେଭେନ୍ସା ଆଉ ବିତର୍କର ବିଷୟ ନୁହେଁ ବୋଲି କହି ଭର୍ତ୍ତୃହରି ଆଭିମୁଖ୍ୟକୁ ବିରୋଧ କରିଛନ୍ତି ସମ୍ବାଦର ପୂର୍ବତନ ସମ୍ପାଦକ ତଥା ରେଭେନସାର ପୂରାତନ ଛାତ୍ର ସୌମ୍ୟରଞ୍ଜନ ପଟ୍ଟନାୟକ। କହିଛନ୍ତି ଭର୍ତ୍ତୃହରିଙ୍କର ଅହଂକାର ଆସିଲାଣି। 

ନଅଙ୍କ ଦୁର୍ଭିକ୍ଷରେ ଲକ୍ଷ ଲକ୍ଷ ଓଡ଼ିଆଙ୍କ ମୃତ୍ୟୁର କାରଣ ସାଜିଥିବା ବ୍ରିଟିଶ୍ କମିଶନର ଟି.ଇ ରେଭେନସାଙ୍କ ନାଁ ଶିକ୍ଷାନୁଷ୍ଠାନରୁ ହଟାଇବା ଲାଗି ବିତର୍କ ପାଇଁ ଆହ୍ବାନ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେବେଠାରୁ ଆରମ୍ଭ ହୋଇଥିଲା ବିବାଦ। ସାମ୍ନାକୁ ଆସିଥିଲା ରେଭେନସାର ପୂରାତନ ବିଦ୍ୟାର୍ଥୀଙ୍କ ଭାବାବେଗ। ତେବେ ରେଭେନସା ସାହେବଙ୍କ ଭୂମିକା ଉପରେ ବିତର୍କ ଲାଗି କେନ୍ଦ୍ରମନ୍ତ୍ରୀ କହିଥିବା ବେଳେ ଏଥିରୁ ରାଜନୈତିକ ଫାଇଦା ନେବାକୁ ଉଦ୍ୟମ କରିଆସୁଛନ୍ତି କିଛି ବାମପନ୍ଥୀ ଓ ବିରୋଧୀ ସଂଗଠନ। ଏଭଳି ସ୍ଥିତିରେ ଐତିହାସିକମାନେ ରେଭନସାଙ୍କୁ ନେଇ ପ୍ରକୃତ ସତ ଉପସ୍ଥାପିତ କରିବାକୁ ଆହ୍ବାନ ଦେଇଛନ୍ତି ସୌମ୍ୟରଞ୍ଜନ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର 

Sponsored
bhartraharis-editorial-is-in-the-limelight-amid-the-renaissance-name-change-controversy | Argus News