Videos
|
Odisha

ମୋ ଧୈର୍ଯ୍ୟର ସୀମା ଅତିକ୍ରମ କରିଛି: ଭର୍ତ୍ତୃହରି

Banajyotshna Ray
Browse all articles by Banajyotshna Ray
·2 years ago
ମୋ ଧୈର୍ଯ୍ୟର ସୀମା ଅତିକ୍ରମ କରିଛି: ଭର୍ତ୍ତୃହରି

ଅର୍ଗସ ବ୍ୟୁରୋ: ନିର୍ବାଚନ ପୂର୍ବରୁ ପୁଣି ଶାସକ ବିଜେଡିକୁ ବଡ଼ ଝଟକା। ଦଳରୁ ଇସ୍ତଫା ଦେଲେ ବିଜେଡିର ବରିଷ୍ଠ ନେତା ତଥା ସାଂସଦ ଭର୍ତ୍ତୃହରି ମହତାବ। ଏନେଇ ସେ ଏକ ପ୍ରେସମିଟ ଜରିଆରେ ସୂଚନା ଦେଇଛନ୍ତି। ବିଜେଡଇ ଛାଡିଲେ ଭର୍ତ୍ତୃହରି ମହତାବ। ମୋ ଧୈର୍ଯ୍ୟର ସୀମା ଅତିକ୍ରମ କରିଛି। ବନ୍ଧନରେ ରହିବା ଭଳି ଅନୁଭବ କରୁଥିଲି।  ଯେଉଁଠି ସୁଯୋଗ ମିଳୁଥିଲା ମୁଁ ମତପ୍ରକାଶ କରୁଥିଲି।

ଅଢ଼େଇ ବର୍ଷ ହେବ ଆଉ କିଛି ମତପ୍ରକାଶ କରୁନି। ଦଳରେ ମୋ କଥାକୁ ଗୁରୁତ୍ୱ ଦିଆଯାଉନଥିଲା ବୋଲି କହିଛନ୍ତି ଭର୍ତ୍ତୃହରି। ଭଗ୍ନ ହୃଦୟ ସହ ବିଜେଡିରୁ ଇସ୍ତଫା ଦେଇଛି। ଅପରାହ୍ନ ୪ଟାରେ ପଠାଇଛି ଚିଠି। ଧୈର୍ଯ୍ୟର ସୀମା ଟପିବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି ଭର୍ତ୍ତୃହରି।
 

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
bhartruhari mahtab resigned from bjd today | Argus News