Videos
|
Odisha

ବିଚ୍ ରାସ୍ତାରେ ବିଜେଡି ଗୁଣ୍ଡା କରୁଛନ୍ତି ମହିଳାଙ୍କୁ ଅପମାନ୍

Smruti Parija
Browse all articles by Smruti Parija
·2 years ago·2 min read
ବିଚ୍ ରାସ୍ତାରେ ବିଜେଡି ଗୁଣ୍ଡା କରୁଛନ୍ତି ମହିଳାଙ୍କୁ ଅପମାନ୍

ଅର୍ଗସ ବ୍ୟୁରୋ: ନାରାଦିଆ ସରକାରଙ୍କ ଖୋଲୁଛି ଭଦ୍ରମୁଖା । କହୁଛନ୍ତି ସଶକ୍ତିକରଣର କଥା, କରୁଛନ୍ତି ଅସଦାଚରଣ। ନା ପୋଲିସକୁ ମାନୁଛନ୍ତି ନା ପ୍ରଶାସନକୁ ଖାତିର କରୁଛନ୍ତି । ବିଜେଡି ବିଧାୟକ ସୁଶାନ୍ତ ସିଂଙ୍କ ସମର୍ଥକ । ଗତ 22 ତାରିଖରେ ବରଗଡ଼ ଜିଲ୍ଲା ଭଟଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୋହେଲା ବ୍ଲକ ଜୋନ-2ର ଜିଲ୍ଲା ପରିଷଦ ପ୍ରାର୍ଥୀନୀ ରତ୍ନାବତୀ ସାହୁ ଏବଂ ଭଟଲି ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ଇରାଶିଷ ଆଚାର୍ଯ୍ୟଙ୍କ ମାଆ ଅସଦାଚରଣର ଶିକାର ହୋଇଥିବା ଅଭିଯୋଗ ହୋଇଛି ।  

ସୋହେଲା ବ୍ଲକର ଟୁଙ୍ଗିବାନ୍ଧଳି ଗାଁକୁ ଚୈତ୍ର ପୂଜା ପାଇଁ ଯାଇଥିବା ସମୟରେ ବିଜେଡି କର୍ମୀ ତାଙ୍କ ଗାଡି ଅଟକାଇ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଅସଦାଚରଣ କରିଥିବା ଅଭିଯୋଗ କରିଛନ୍ତି ଜିଲ୍ଲା ପରିଷଦ ପ୍ରାର୍ଥୀନୀ ରତ୍ନାବତୀ ଦୀପ। ଏହାସହ ତାଙ୍କ ସାଥିରେ ଥିବା ଦିଲ୍ଲୀପ ବାବା ନାମକ ଜଣେ ସାଧୁ ମଧ୍ୟ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି। ଏନେଇ ବୁଧବାର ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ଇରାଶିଷ ଆଚାର୍ଯ୍ୟ ଏବଂ ରତ୍ନାବତୀ । 

ଅସଦାଚରଣ ଓ ଗାଳିଗୁଲଜ କରିଥିବା ସୋହେଲା ବ୍ଲକ ଟୁଙ୍ଗିବାନ୍ଧଳି ଗାଁର କାର୍ତ୍ତିକ ନାଗ ଓ ଅନନ୍ତ ବାରିକଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି ରତ୍ନାବତୀ । ହେଲେ ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ସବୁଠାରୁ ବଡ଼କଥା ବହୁ ଚର୍ଚ୍ଚିତ ଅମ୍ଭାଭୋନା ଥାନା ଭଙ୍ଗାରୁଜା ମାମଲାରେ କାର୍ତ୍ତିକ ଏବଂ ଅନନ୍ତ ମୁଦାଲା ଥିବା ବେଳେ ଏମାନଙ୍କ ବିରୋଧରେ ଲାଗିଛି 307, 395, 506, 427, 455, 148, 120b, 332, 353 ଭଳି ସଙ୍ଗୀନ ଦଫା । ତଥାପି ଖୁଲମଖୁଲା ବୁଲୁଛନ୍ତି ଆଉ ଗୁଣ୍ଡାଗର୍ଦ୍ଦି କରୁଛନ୍ତି ଏମାନେ। ଏମାନଙ୍କ ଉପରେ ବିଧାୟକ ସୁଶାନ୍ତ ସିଂଙ୍କ ହାତ ଥିବାରୁ ପୋଲିସ ମଧ୍ୟ ହାତ ମାରିବାକୁ ସାହସ କରୁନଥିବା ଚର୍ଚ୍ଚା ହେଉଛି। 

ନିର୍ବାଚନ ସମୟ, ଆଚରଣ ବିଧି ଲାଗୁ ହୋଇଛି। ଅତି ସମ୍ବେଦନଶୀଳ ସମୟରେ ଭଟଲିରେ ଆଇନଶୃଙ୍ଖଳାର ଉଡୁଛି ଧଜ୍ଜିଆ। ପୂଜା ପାଇଁ ଯାଉଥିବା ମହିଳା ମଧ୍ୟ ନିଜକୁ ଅସୁରକ୍ଷିତ ମଣୁଛନ୍ତି। 24 ବର୍ଷର ଶାସନରେ ବୋଧେ ଓଡ଼ିଶାବାସୀଙ୍କୁ ଏହା ହିଁ ମିଳିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ରାଜନୀତି ଖବର...