Videos
|
Odisha

ଏକାଦଶୀ ତିଥୀରେ ଧୁମଧାମରେ ପାଳନ ହେଲା ବାହୁଡ଼ା ଯାତ୍ରା

Ritu Das
Browse all articles by Ritu Das
·2 years ago·1 min read
ଏକାଦଶୀ ତିଥୀରେ ଧୁମଧାମରେ ପାଳନ ହେଲା ବାହୁଡ଼ା ଯାତ୍ରା

ଅର୍ଗସ ବ୍ୟୁରୋ: ଗଞ୍ଜାମ ଜିଲ୍ଲାର ଗଡ଼ଜାତ ଅଞ୍ଚଳ ଧରାକୋଟ ଗଡ଼ରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏକାଦଶୀ ତିଥୀରେ ଅନୁଷ୍ଠିତ ହୋଇଯାଇଛି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା। ପୂର୍ବ ପ୍ରଚଳିତ ବ୍ୟତିକ୍ରମ  ପରମ୍ପରା ଅନୁଯାୟୀ ଏକାଦଶୀ ତିଥିରେ ଏଠାରେ ବାହୁଡା଼ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପ୍ରଭାତରୁ ମଙ୍ଗଳ ଆଳତି, ଗରୁଡ ପୂଜା, ମହାସ୍ନାନ ପରେ ଠାକୁର ମାନଙ୍କୁ ଭୋଗ ଅର୍ପଣ କରାଯାଇଥିଲା । ଏହା ପରେ ଆଖ ପାଖ ଅଞ୍ଚଳ ସହ ଦୂରଦୂରାନ୍ତରୁ ଆସିଥିବା ହଜାର ହଜାର ଭକ୍ତ ଚତୁର୍ଦ୍ଧାମୂର୍ତ୍ତିଙ୍କୁ  ଦର୍ଶନ କରି ରଥ ଉପରେ ନଡ଼ିଆ ଭାଙ୍ଗିଥିଲେ। 

ଅପରାହ୍ନ ଚାରିଟା ସମୟରେ ଧରାକୋଟ ରାଜା ସୁଲକ୍ଷଣା ଗୀତାଞ୍ଜଳି ନିଜର ପାତ୍ର, ମନ୍ତ୍ରୀ, କଟୁଆଳ ସେନାପତି ,ସୈନ୍ୟ ଓ ପାରିଷଦ ବର୍ଗଙ୍କ ସହିତ ରାଜ ନଅରରୁ ବିରାଟ ପଟୁଆରରେ ରୂପା ପାଲିଙ୍କିରେ ବସି ରଥ ନିକଟରେ ପହଞ୍ଚିଥିଲେ । ଏହା ପରେ ରଥଟଣା ଆରମ୍ଭ ହୋଇଥିଲା । 

ଆଖ ପାଖ ଅଞ୍ଚଳରୁ ପ୍ରାୟ ତିରିଶି ହଜାରରୁ ଅଧିକ ଲୋକଙ୍କ ଏହି ଅବସରରେ ସମାଗମ ହୋଇଥିବା ବେଳେ ପରମ୍ପରା ଅନୁଯାୟୀ ମାଉସୀ ମା' ମନ୍ଦିର ଠାରୁ ପଚାଶ ମିଟର ଦୂରରେ ରଥ ଅଟକିଥିଲା । ଆସନ୍ତା କାଲି ଅର୍ଥାତ ଗୁରୁବାର ମାଉସୀ ମା'ଙ୍କ ଠାରୁ ପୋଡ଼ ପିଠା ଖାଇବା ପରେ ମା' ଲକ୍ଷ୍ମୀଙ୍କ ସହ ମହାପ୍ରଭୁଙ୍କର ଭେଟ ହେବ। ମା' ସାଆନ୍ତାଣୀଙ୍କ ନିମନ୍ତ୍ରଣ ପରେ ରଥଟଣା ଯାଇ ମହାପ୍ରଭୁ ମନ୍ଦିର ପ୍ରତ୍ୟାବର୍ତ୍ତନ କରିବେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Bhauda Yatra | Argus News