ଶିମିଳିପାଳରେ ପୋଷାହାତୀ ଭବାନୀର ମୃତ୍ୟୁ
·1 year ago

ମୟୂରଭଞ୍ଜ: ଶିମିଳିପାଳ ଅଭୟାରଣ୍ୟ ସୁରକ୍ଷାରେ ନିୟୋଜିତ ଥିବା ପୋଷାହାତୀ "ଭବାନୀ"ର ମୃତ୍ୟୁ ଘଟିଛି । ଆଜି ସକାଳ ୬ଟା ୧୦ରେ ମୃତ୍ୟୁ ହୋଇଥିବା ନେଇ ଜଣାପଡିବା ପରେ ବନକର୍ମଚାରୀ ଓ ପ୍ରାଣୀପ୍ରେମୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।
ଅଭୟାରଣ୍ୟରେ କାଠ ମାଫିଆ ଏବଂ ବନ୍ୟଜନ୍ତୁ ଶିକାରୀ ରୋକିବା ତଥା ପେଟ୍ରୋଲିଂ ପାଇଁ ୨୦୦୧ ଡିସେମ୍ବର ମାସରେ କର୍ଣ୍ଣାଟକ ରାଜୀବ ଗାନ୍ଧୀ ଜାତୀୟ ଉଦ୍ୟାନ 'ହାମସୁରା ବନ୍ୟପ୍ରାଣୀ ଡିଭିଜନ'ର ହସ୍ତୀପ୍ରକଳ୍ପ ଶିବିରରୁ ତାଲିମ ପ୍ରାପ୍ତ ଦନ୍ତା ହାତୀ ମହେନ୍ଦ୍ର ଏବଂ ଦୁଇଟି ମାଈ ହାତୀ ଭବାନୀ ଓ ଶୋଭା ତିନି କୁମକୀ ହାତୀ ଙ୍କୁ ଶିମିଳିପାଳ ଅଣାଯାଇଥିଲା । ପ୍ରଥମେ ଶୋଭା ଓ କିଛି ଦିନ ପୂର୍ବରୁ ମହେନ୍ଦ୍ରର ମୃତ୍ୟୁ ହୋଇସାରିଥିଲାବେଳେ ଆଜି ଭବାନୀ ୬୦ବର୍ଷ ବୟସରେ ଦେହତ୍ୟାଗ କରିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: