Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜି ରାଜଧାନୀର ପ୍ରତିଷ୍ଠା ଦିବସ

Smruti Parija
Browse all articles by Smruti Parija
·2 years ago·2 min read
ଆଜି ରାଜଧାନୀର ପ୍ରତିଷ୍ଠା ଦିବସ

ଭୁବନେଶ୍ୱର:  ଆଜି ରାଜଧାନୀର ପ୍ରତିଷ୍ଠା ଦିବସ । 76 ପୁରି 77 ବର୍ଷରେ ପାଦ ଥାପିଛି ଆମ ରାଜଧାନୀ ଭୁବନେଶ୍ୱର । ଆଜିର ଦିନରେ ଭୁବନେଶ୍ବର ସହର ତାର ପରିଚୟ ପାଇଥିଲା । ମନ୍ଦିରମାଳିନୀ ସହରରୁ ସ୍ମାର୍ଟସିଟିର ଲମ୍ବା ଯାତ୍ରା । ୧୯୪୮ ମସିହାରେ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ଆରମ୍ଭ ହୋଇଥିବା ଯାତ୍ରା ବର୍ତ୍ତମାନ ସ୍ମାର୍ଟ ସିଟିରେ ପହଁଚିଛି ।

୧୯୪୮ ଅପ୍ରେଲ ୧୩ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହୁର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ବିଗତ ୭6 ବର୍ଷ ମଧ୍ୟରେ ଭୁବନେଶ୍ୱର ଦେଖିଛି ଅନେକ ଅଭିବୃଦ୍ଧିର ବିବିଧତା । 
ଆଜି ରାଜଧାନୀର ପ୍ରତିଷ୍ଠା ଉତ୍ସବ ପାଇଁ ବିଧାନସଭା ଆଗରେ ଥିବା ରାଜଧାନୀ ଶିଳାନ୍ୟାସରେ ମାଲ୍ୟାର୍ପଣ ସହିତ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ରହିଛି । ଏହାପରେ ଅତିଥିଙ୍କ ଦ୍ୱାରା ସ୍ଥାନୀୟ ଜୟଦେବ ଭବନରେ ଏକ ସ୍ୱତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀର ଉଦଘାଟନ କାର୍ଯ୍ୟକ୍ରମ ରହିଛି । 

ଭୁବନେଶ୍ୱରର ଇତିହାସ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଦେଶର ପ୍ରଥମ ୪ଟି ଯୋଜନାବଦ୍ଧ ସହର ଭିତରେ ଭୁବନେଶ୍ବର ଥିଲା ଅନ୍ୟତମ। ଭୁବନେଶ୍ୱରରେ ଛଅଟି ୟୁନିଟ ଓ ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ଏକ ବିଜ୍ଞାପିତ ଅଞ୍ଚଳ ହେବା ନେଇ ନକ୍ସାରେ ଥିଲା । ଏହି ଯୋଜନାକୁ "ଓଡ଼ିଶା ସହର ଯୋଜନା ଆଇନ" ୧୯୫୬ ଅନୁସାରେ କାର୍ଯ୍ୟକାରୀ କରାଗଲା । ଭୁବନେଶ୍ୱର ପାଇଁ ଜଣେ "ବିଶେଷ ଯୋଜନା ଅଧିକାରୀ"ଙ୍କୁ ନିଯୁକ୍ତ କରାଯାଇଥିଲା । ଦିନକୁ ଦିନ ଜନସଂଖ୍ୟା  ବଢିଲା । ବଢୁଥିବା ଜନସଂଖ୍ୟା ସହ ପରବର୍ତ୍ତୀ ସମୟରେ, ଭୁବନେଶ୍ୱରରେ ମ୍ୟୁନିସିପାଲିଟି ଗଠନ ହେଲା । ଭୁବନେଶ୍ୱର ମୁନିସିପାଲିଟି ସହ ଖୋର୍ଦ୍ଧା, ଜଟଣୀ ବିଜ୍ଞାପିତ ଅଞ୍ଚଳକୁ ନେଇ "ଭୁବନେଶ୍ୱର ଆଞ୍ଚଳିକ ଉନ୍ନୟନ ସଂସ୍ଥା (ବ୍ରିଟ)" ଗଠନ ହେଲା । ପରେ ଭୁବନେଶ୍ୱରରେ ମ୍ୟୁନିସିପାଲ କର୍ପୋରେସନ ଓ ସନ୍ନିକଟ ଗାଁ ଗୁଡିକୁ ନେଇ ବିଡିଏ ଗଠନ କରାଗଲା । ସେପଟେ କଟକର କଳ୍ପିତ କଳେବର ବୃଦ୍ଧି ସମ୍ଭବ ନ ହେବାରୁ ଏକାମ୍ର କ୍ଷେତ୍ର ଭୁବନେଶ୍ୱରକୁ ନୂତନ ରାଜଧାନୀ କରିବାର ପ୍ରସ୍ତାବ ରଖାଯାଇ ୧୯୪୮ ଏପ୍ରିଲ ୧୩ ତାରିଖ ଦିନ ଶିଳାନ୍ୟାସ କାର୍ଯ୍ୟ ସମ୍ପନ୍ନ କରାଗଲା ।
 

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
bhubaneswar-76th-foundation-day-today | Argus News