Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Bhubaneswar Air Pollution / କମିଛି ଭୁବନେଶ୍ବର ବାୟୁର ଗୁଣବତ୍ତା, ଆଗକୁ ଅଣନିଶ୍ବାସୀ ହେବ ରାଜଧାନୀ

Santosh Kumar Sahoo
Browse all articles by Santosh Kumar Sahoo
·6 months ago·2 min read
କମିଛି ଭୁବନେଶ୍ବର ବାୟୁର ଗୁଣବତ୍ତା, ଆଗକୁ ଅଣନିଶ୍ବାସୀ ହେବ ରାଜଧାନୀ
Bhubaneswar Air Pollution

Key Points

ବଢୁଛି ଶୀତ, କମିଛି ଭୁବନେଶ୍ବର ବାୟୁର ଗୁଣବତ୍ତା
୩୦୦ ପାର କଲା ରାଜଧାନୀର AQI
ଦିଲ୍ଲୀ ପରି ହେବନି ତ ଭୁବନେଶ୍ୱରର ପରିସ୍ଥିତି
ରାଜଧାନୀ ବାୟୁରେ ବିଷ । କମିଛି ଭୁବନେଶ୍ବର ବାୟୁର ଗୁଣବତ୍ତା । ୩୦୦ ପାର କଲା ରାଜଧାନୀର AIR QUALITY INDEX । ଦିଲ୍ଲୀ ପରି ଭୁବନେଶ୍ୱରର ହେବନି ତ ପରିସ୍ଥିତି । ସଚେତନ ନ ହେଲେ ପ୍ରଦୂଷଣରେ ଅଣନିଶ୍ବାସୀ ହେବ ରାଜଧାନୀ ।

ଶୀତ ଦିନରେ ହେଉଥିବା ପ୍ରଦ୍ୟୁଷଣ ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି । ରାଜଧାନୀ ଭୁବନେଶ୍ବରର ବିଭିନ୍ନ ସ୍ଥାନର AQI ବଢାଇଛି ଚିନ୍ତା । DAV ୟୁନିଟ ୮ରେ AQI ସ୍ତର ୩୦୯ ଥିବା ବେଳେ ମଞ୍ଚେଶ୍ୱରରେ AQI ୩୧୬ ରହିଛି । ସେମିତି ମାଷ୍ଟର କ୍ୟାଣ୍ଟିନରେ ୩୨୬, ରମାଦେବୀ କଲେଜ ପାଖରେ ୩୧୫, ଇମ୍ଫୋସିଟିରେ ୨୬୯, କିଟ୍‌ ୨୮୩, ଖଣ୍ଡଗିରିରେ ୩୬୬, ରିଜନାଲ ପ୍ଲାଣ୍ଟରେ ୩୨୯, ଲିଙ୍ଗରାଜ ମନ୍ଦିର ପାଖରେ ୩୪୮, କଳିଙ୍ଗ ହସ୍ପିଟାଲ ପାଖରେ ୩୨୧ ରହିଛି । ଯାହା ଜନ ଜୀବନ ପାଇଁ ସାଧାରଣ କଥା ନୁହେଁ । ଅତ୍ୟଧିକ ବାୟୁ ପ୍ରଦ୍ୟୁଷଣ ପାଇଁ ରୋଗରେ ପଡନ୍ତି ଲୋକେ। ଏବେ ରାଜଧାନୀ ର AQI ୩୦୦ ପାର ପରେ ଚିନ୍ତା ପ୍ରକଟ କରିଛନ୍ତି ପରିବେଶ ବିତ୍ ।

ରାଜଧାନୀରେ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ଯୋଜନା ହୋଇନି । ଏପଟେ ଲୋକ ସଚେତନ ହେଉନାହାନ୍ତି । ବହୁ ସଂଖ୍ୟାରେ ଯାନବାହାନ ଚଳାଚଳ, ବ୍ୟବସାୟିକ ପ୍ରତିଷ୍ଠାନ ଓ ଘରୋଇ ପ୍ରତିଷ୍ଠାନ, ଦୃତ ସହରୀକରଣ ଏବଂ ବେଲଗାମ ଚାଲିଥିବା ନିର୍ମାଣ କାମ ଦ୍ଵାରା ବଢୁଛି ପ୍ରଦୂଷଣ । ତେଣୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଏକ ଦୀର୍ଘ ସ୍ଥାୟୀ ଯୋଜନାର ଆବଶ୍ୟକତା ରହିଛି।

ସଚେତନ ନହେଲେ ପ୍ରଦୂଷଣରେ ଅଣନିଶ୍ବାସୀ ହେବ ରାଜଧାନୀ । ଆଗକୁ ଭୁବନେଶ୍ବର ସ୍ଥିତି ଦିଲ୍ଲୀ ପରି ହୋଇଯିବ ବୋଲି ଆକଳନ କରିଛନ୍ତି ପରିବେଶବିତ୍ ।
ସେପଟେ ଦିଲ୍ଲୀରେ ଦିନକୁ ଦିନ ବିଗିଡ଼ିବାରେ ଲାଗୁଛି ସ୍ଥିତି । ଦିଲ୍ଲୀ-ଏନସିଆରରେ ବଢ଼ୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ଗୁରୁବାରଠାରୁ ଦିଲ୍ଲୀର ସମସ୍ତ ସରକାରୀ ଏବଂ ବେସରକାରୀ ପ୍ରତିଷ୍ଠାନରେ ୫୦ ପ୍ରତିଶତ କର୍ମଚାରୀ ଘରୁ କାମ କରିବା ବାଧ୍ୟତାମୂଳକ କରାଯାଇଛି । ପ୍ରଦୂଷଣ ସ୍ତର ଏବଂ ରାସ୍ତାରେ ଯାନବାହାନ ସଂଖ୍ୟା ହ୍ରାସ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ନିୟମ ଉଲ୍ଲଂଘନ କରୁଥିବା ସଂସ୍ଥାଗୁଡ଼ିକୁ ଭାରୀ ଜରିମାନା ଦେବାକୁ ପଡିବ ।
GRAP-3 ନିୟମ ଅନୁଯାୟୀ ଲାଗୁ ହୋଇଥିବା ନିର୍ମାଣ ନିଷେଧ ଦ୍ୱାରା ପ୍ରଭାବିତ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ଦିଲ୍ଲୀ ସରକାର ୧୦ ହଜାର ଟଙ୍କ କ୍ଷତିପୂରଣ ପ୍ରଦାନ କରିବେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored