|
logo
Live
Argus News App
GET APP

Argus News - ଯାତ୍ରୀ ପରିବହନରେ ଭୁବନେଶ୍ଵର ବିମାନବନ୍ଦରର ସର୍ବକାଳୀନ ରେକର୍ଡ

Odisha

Bhubaneswar Airport / ଯାତ୍ରୀ ପରିବହନରେ ଭୁବନେଶ୍ଵର ବିମାନବନ୍ଦରର ସର୍ବକାଳୀନ ରେକର୍ଡ

Sushanta Sahoo
Browse all articles by Sushanta Sahoo
·2 months ago·2 min read
ଯାତ୍ରୀ ପରିବହନରେ ଭୁବନେଶ୍ଵର ବିମାନବନ୍ଦରର ସର୍ବକାଳୀନ ରେକର୍ଡ
Historic milestone for Odisha

Key Points

ସର୍ବକାଳୀନ ରେକର୍ଡ କଲା ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର । ଯାତ୍ରୀ ପରିବହନରେ ଭୁବନେଶ୍ଵର ଅନ୍ତର୍ଜାତୀୟ ବିମାନବନ୍ଦର ନୂଆ ରେକର୍ଡ କରିଛି ।
ଭୁବନେଶ୍ଵର: ପୁରୁଣା ବର୍ଷରେ ନୂଆ ରେକର୍ଡ । ସର୍ବକାଳୀନ ରେକର୍ଡ କଲା ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର । ଯାତ୍ରୀ ପରିବହନରେ ଭୁବନେଶ୍ଵର ଅନ୍ତର୍ଜାତୀୟ ବିମାନବନ୍ଦର ନୂଆ ରେକର୍ଡ କରିଛି । ୨୦୨୫ ବର୍ଷରେ ଭୁବନେଶ୍ଵର ବିମାନବନ୍ଦରରେ ୫.୧୫ ମିଲିୟନ୍ ଯାତ୍ରୀ ଯାତାୟାତ କରିଛନ୍ତି ।

ଅର୍ଥାତ୍ ପ୍ରଥମଥର ପାଇଁ ଗୋଟିଏ ବର୍ଷରେ ଭୁବନେଶ୍ଵର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ୫୦ ଲକ୍ଷରୁ ଅଧିକ ଯାତ୍ର ଯାତାୟାତ କରିଛନ୍ତି । ଯାହାକି ଭୁବନେଶ୍ଵର ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ନୂଆ ଉପଲବ୍ଧି ଆଣି ଦେଇଛି ।

ଏଥିସହ ପଢ଼ନ୍ତୁ: ଘର ଚଳାଇବାକୁ ଟଙ୍କା ଧାର ଆଣିଥିଲେ, ଶୁଝି ନପାରି ସମ୍ପର୍କୀୟଙ୍କ ହାତକୁ ଶିଶୁ କନ୍ୟାକୁ ଟେକିଦେଲେ

ଯାହାକୁ ନେଇ ଭୁବନେଶ୍ଵର ଅନ୍ତର୍ଜାତୀୟ ବିମାନବନ୍ଦରର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି, "ପ୍ରଥମଥର ପାଇଁ ଆମେ ଏଭଳି ସଫଳତା ପାଇଛୁ । ୨୦୨୫ରେ ୫.୧୫ ମିଲିୟନ୍ ଯାତ୍ରୀ ଭୁବନେଶ୍ଵର ବିମାନବନ୍ଦର ଦେଇ ଯାତାୟାତ କରିଛନ୍ତି । ସର୍ବାଧିକ ଯାତ୍ରୀ ଯାତାୟାତରେ ଭୁବନେଶ୍ଵର ବିମାନବନ୍ଦର ଦେଶରେ ୧୩ତମ ସ୍ଥାନରେ ରହିଛି ।"

ସେ ଆହୁରି କହିଛନ୍ତି, "୨୦୨୫ରେ କୁହୁଡ଼ି ଯୋଗୁଁ ଭୁବନେଶ୍ଵର ବିମାନବନ୍ଦରରେ ବିମାନ ସେବା ପ୍ରଭାବିତ ହୋଇଥିଲା । ୨ ଦିନ ବିମାନ ସେବା ପ୍ରଭାବିତ ହୋଇ ବିଳମ୍ବିତ ହୋଇଥିଲା । ସେ ସମୟରେ ଆମେ ଏକାଠି କାର୍ଯ୍ୟ କରି ସମସ୍ୟାର ସମାଧାନ କରିଥିଲୁ । କୁହୁଡ଼ି ଉପରେ ନଜର ରଖି କାର୍ଯ୍ୟ କରୁଛୁ, ଯାତ୍ରୀଙ୍କୁ କୌଣସି ଅସୁବିଧା ହେବ ନାହିଁ ।"

ଏଥିସହ ପଢ଼ନ୍ତୁ: ଶିକ୍ଷା ଦେଇଗଲା ୧୯ ବର୍ଷର ଝିଅ; ଜୀବନ ନେଇଗଲା ପିରିୟଡ୍ସ

ଏବେ ଭୁବନେଶ୍ଵର ଅନ୍ତର୍ଜାତୀୟ ବିମାନବନ୍ଦରରୁ ୨୮ଟି ସ୍ଥାନକୁ ବିମାନ ଉଡ଼ାଣ କରୁଛି । ଅଧିକ ସ୍ଥାନକୁ ଭୁବନେଶ୍ଵରରରୁ ବିମାନ ଉଡ଼ାଣ କଲେ ଯାତ୍ରୀ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି କହିଛନ୍ତି ବିଜୁ ପଟ୍ଟନାୟକ ବିମାନବନ୍ଦରର ନିର୍ଦ୍ଦେଶକ ।

ଏବେ ଭୁବନେଶ୍ଵରୁ ଇଣ୍ଡିଗୋ, ଏୟାର ଇଣ୍ଡିଆ ଏବଂ ଆକାଶା ଏୟାରଲାଇନ୍ସ ବିମାନ ଚଳାଚଳ କରୁଛି । ଭୁବନେଶ୍ଵରରୁ ଦିଲ୍ଲୀ, ବେଙ୍ଗାଳୁରୁ, ହାଇଦ୍ରାବାଦ, ବାରଣାସୀ, ମୁମ୍ବାଇ, ଇନ୍ଦୋର, ରାୟପୁର, ଗୁଆହାଟି, କୋଲକାତା, ରାଞ୍ଚି, ପୁନେ ଆଦି ସ୍ଥାନକୁ ବିମାନ ଚଳାଚଳ କରୁଛି । ସେହିଭଳି ଅନ୍ତର୍ଜାତୀୟ ମାର୍ଗରେ ଭୁବନେଶ୍ଵର ସହ ଦୁବାଇ, ସିଙ୍ଗାପୁର ଓ ବ୍ୟାଙ୍କଂକ ଯୋଡ଼ି ହୋଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bhubaneswar Airport: ଯାତ୍ରୀ ପରିବହନରେ ଭୁବନେଶ୍ଵର ବିମାନବନ୍ଦରର ସର୍ବକାଳୀନ ରେକର୍ଡ | Argus News