Odisha Alert / ଦିଲ୍ଲୀରେ ବିସ୍ଫୋରଣ ପରେ ଓଡ଼ିଶାରେ ହାଇଆଲର୍ଟ
·8 months ago·2 min read

Key Points
ରାଜଧାନୀ ଦିଲ୍ଲୀରେ ବିସ୍ଫୋରଣ ପରେ ଓଡ଼ିଶାରେ ହାଇଆଲର୍ଟ
ଭୁବନେଶ୍ୱରରେ ବିମାନ ବନ୍ଦର ସହ ରେଳ ଷ୍ଟେସନର ବଢ଼ିଲା ସୁରକ୍ଷା
ରାଜ୍ୟର ଜଳପଥ ଓ ସ୍ଥଳପଥ ସୀମାରେ ୨୪ ଘଣ୍ଟିଆ ପାଟ୍ରୋଲିଂ ଜାରି
ପର୍ଯ୍ୟଟନର ସହର ପୁରୀରେ ସୁରକ୍ଷା ବ୍ୟବସ୍ଥା ହେଲା ଅଧିକ କଡ଼ାକଡ଼ି
ବଜାର, ରେଳ ଷ୍ଟେସନ, ବସ୍ ଟର୍ମିନାଲ୍, ଧାର୍ମିକ ସ୍ଥଳ ଉପରେ ନଜର

ଦିଲ୍ଲୀ ଲାଲ୍ କିଲ୍ଲା ନିକଟରେ ବିସ୍ଫୋରଣ ପରେ ଓଡ଼ିଶାରେ ହାଇଆଲର୍ଟ। ଭୁବନେଶ୍ୱର ବିମାନବନ୍ଦରରେ କଡାକଡି କରାଯାଇଛି ସୁରକ୍ଷା ବ୍ୟବସ୍ଥା। ବଢିଛି ସର୍ଭିଲାନ୍ସ। କ୍ୟୁଆରଟି ଟିମ ସାଙ୍ଗକୁ ବମ ସ୍କ୍ବାର୍ଡ, ଡଗ ସ୍କ୍ବାର୍ଡ ଲଗାତାର ଭାବରେ ବିମାନବନ୍ଦର ବାହାରେ ଏବଂ ଭିତରେ ପଇଁତାର ମାରୁଛନ୍ତି। ସେପଟେ ରାଜ୍ୟରେ ସମସ୍ତ ପ୍ରକାରର ପରିସ୍ଥିତିକୁ ମୁକାବିଲା ପାଇଁ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି ଯୋଗେଶ ବାହାଦୂର ଖୁରାନିଆ। ଏନେଇ ସୋମବାର ରାତିରେ କଟକ ବାଲିଯାତ୍ରା ଆୟୋଜନ ସ୍ଥଳକୁ ଗସ୍ତ କରି ସେଠାରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ ଡିଜିପି। ଜନସମାଗମ ସ୍ଥଳ, ବଜାର, ରେଳ ଷ୍ଟେସନ, ବସ୍ ଟର୍ମିନାଲ୍, ଧାର୍ମିକ ସ୍ଥାନ ସମେତ ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ପାଟ୍ରୋଲିଂ ବଢ଼ାଇବା ଉପରେ ଡିଜିପି ଗୁରୁତ୍ୱାରୋପ କରିଛନ୍ତି।
ପର୍ଯ୍ୟଟନର ସହର ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ପୁରୀ ଜିଲ୍ଲାର ସମସ୍ତ ପ୍ରବେଶ ପଥରେ ପୁଲିସର ନାକା ଚେକିଂ ଜାରି ରହିଛି। ରେଳ ଷ୍ଟେସନ, ଶ୍ରୀମନ୍ଦିର ଓ ତାର ଚତୁଃପାର୍ଶ୍ଵରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଶ୍ରୀମନ୍ଦିର ସହିତ ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ଫୋର୍ସ ମୁତୟନ ହେବାସହ ବନ୍ଧୁକଧାରୀ ନିୟୋଜିତ ହୋଇଛନ୍ତି। ସେହିପରି ବାଲେଶ୍ୱରରେ ବିଭିନ୍ନ ସ୍ଥାନରେ ପୋଲିସର କଡାକଡି ଚେକିଂ। ବିଭିନ୍ନ ଛକରେ ନାକା କରାଯିବ ସହ ସମ୍ବେଦନଶୀଳ ଅଞ୍ଚଳ ଗୁଡିକରେ ପୋଲିସ ରଖିଛି ତୀକ୍ଷଣ ନଜର। ଏହା ସହ ପୂର୍ବାଞ୍ଚଳ ପୋଲିସ ଅଧୀନରେ ଥିବା ୫ ସାମୁଦ୍ରିକ ଥାନାକୁ ଆଲର୍ଟ ଜାରି କରାଯାଇଛି। ସେହିପରି ଚାନ୍ଦିପୁର ସ୍ଥିତ DRDO ଅଞ୍ଚଳରେ ସୁରକ୍ଷା ଅଧିକ କଡାକଡି କରାଯାଇଛି।
ଏଥିସହ ପଢ଼ନ୍ତୁ: ଦିଲ୍ଲୀ ବିସ୍ଫୋରଣ ପରେ ହାଇଆଲର୍ଟରେ କଟକ ବାଲିଯାତ୍ରା, ପଡ଼ିଆରେ ୭୦ ପ୍ଲାଟୁନ ପୋଲିସ ଫୋର୍ସ
ସବୁ ସହରର ଏଣ୍ଟ୍ରି ଏବଂ ଏଗଜିଟ୍ ପଏଣ୍ଟରେ ଚାଲିଛି ନାଇଟ୍ ବ୍ଲକିଂ ଚେକିଂ। ବିଭିନ୍ନ ହୋଟେଲ ଗୁଡିକ ଯାଞ୍ଚ ପାଇଁ ସବୁ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସୁରକ୍ଷା ଦାୟିତ୍ୱରେ ଏସଟିଜି, ଏସଟିୟୁ, ଅର୍ଦ୍ଧସାମରିକ ବଳ ଏବଂ ପୋଲିସ ସମେତ ଗୁଇନ୍ଦା ବିଭାଗକୁ ସଜାଗ କରାଯାଇଛି। ସେପଟେ ଚିହ୍ନଟ କରାଯାଇଥିବା ସମ୍ବେଦନଶୀଳ ସ୍ଥାନ ଉପରେ ସମସ୍ତ ଜିଲ୍ଲାର ଏସ୍ପି ଏବଂ ଡିସିପି ମାନଙ୍କୁ ନଜର ରଖିବାକୁ କଡ଼ା ନିର୍ଦ୍ଦେଶ ଜାରି ହୋଇଛି।
ସୋମବାର ସନ୍ଧ୍ୟା ପ୍ରାୟ ୬:୫୨ ସମୟରେ ଦିଲ୍ଲୀର ଲାଲ କିଲ୍ଲା ମେଟ୍ରୋ ଷ୍ଟେସନର ଗେଟ୍ ନମ୍ବର ୧ ନିକଟରେ ଘଟିଥିବା ଏହି ଭୟଙ୍କର ବିସ୍ଫୋରଣ ସମଗ୍ର ରାଜଧାନୀବାସୀକୁ ଥରାଇ ଦେଇଥିଲା। ଦୁର୍ଘଟଣାରେ ଅତି କମରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି, ସେମାନଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଏକ Hyundai i20 କାରରେ ହଠାତ୍ ବିସ୍ଫୋରଣ ଘଟି ନିଆଁ ଦ୍ରୁତ ଗତିରେ ବ୍ୟାପି ଯାଇଥିଲା। ଯାହା ଫଳରେ ପାଖରେ ପାର୍କିଂ ହୋଇଥିବା ଛଅଟି କାର ଏବଂ ଅନେକ ଅଟୋ ଜଳି ଯାଇଥିଲା।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories