Videos
|
Odisha

BaliYatra / ଦିଲ୍ଲୀ ବିସ୍ଫୋରଣ ପରେ ହାଇଆଲର୍ଟରେ କଟକ ବାଲିଯାତ୍ରା, ପଡ଼ିଆରେ ୭୦ ପ୍ଲାଟୁନ ପୋଲିସ ଫୋର୍ସ

Banajyotshna Ray
Browse all articles by Banajyotshna Ray
·10 months ago·2 min read
ଦିଲ୍ଲୀ ବିସ୍ଫୋରଣ ପରେ ହାଇଆଲର୍ଟରେ କଟକ ବାଲିଯାତ୍ରା, ପଡ଼ିଆରେ ୭୦ ପ୍ଲାଟୁନ ପୋଲିସ ଫୋର୍ସ

Key Points

ଦିଲ୍ଲୀ ବିସ୍ଫୋରଣ ପରେ ହାଇଆଲର୍ଟରେ ଐତିହାସିକ କଟକ ବାଲିଯାତ୍ରା। ପଡିଆରେ ଅଦ୍ଭୁତପୂର୍ଵ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଦିଲ୍ଲୀ ବିସ୍ଫୋରଣ ପରେ ହାଇଆଲର୍ଟରେ ଐତିହାସିକ କଟକ ବାଲିଯାତ୍ରା। ବାଲିଯାତ୍ରା ପଡିଆରେ ଅଦ୍ଭୁତପୂର୍ଵ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସହରର ପ୍ରବେଶ ଓ ପ୍ରସ୍ଥାନ ପଥରେ ଯାଞ୍ଚ କଡାକଡି କରାଯାଇଛି। ପୁରା ବାଲିଯାତ୍ରା ପଡିଆରେ ୭୦ ପ୍ଲାଟୁନ ପୋଲିସ ଫୋର୍ସ ସହ, ବ୍ୟାପକ ପୋଲିସ ମୁତୟନ କରାଯାଇଛି। ପଡିଆକୁ ବିଭିନ୍ନ ସେକ୍ଟରରେ ଭାଗ କରାଯାଇ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ଏହାସହ ବୋମା ନିଷ୍କ୍ରିୟକାରୀ ଦଳ, ସନ୍ଧାନୀ କୁକୁର, କୁଇକ ଆକ୍ସନ ଟିମ, ସ୍ୱତନ୍ତ୍ର ବନ୍ଧୁକଧାରୀ ପୋଲିସଙ୍କୁ ମଧ୍ୟ ସୁରକ୍ଷା ଦାୟିତ୍ବରେ ରଖାଯାଇଛି।

ଏଥିସହ ପଢ଼ନ୍ତୁ: ଐତିହାସିକ ବାଲିଯାତ୍ରା କଟକ-୨୦୨୫ର ସପ୍ତମ ଦିନରେ କ'ଣ ରହିଛି କାର୍ଯ୍ୟକ୍ରମ ଜାଣନ୍ତୁ...

ଡିସିପି ରିଷିକେଶ ଖିଲାରୀ କଟକ - 60 ନାଁ ରେ ଏକ ସ୍ପେସାଲ ଟିମ କରିଥିବାବେଳେ ସେମାନଙ୍କୁ ଆଜି ବ୍ରିଫିଂ ମଧ୍ୟ କରିଛନ୍ତି। ଏହାସହ ସହରର ହୋଟଲ ଲଜିଂ ଗୁଡିକରେ ଚଢ଼ାଉ ସହ ଯାଞ୍ଚ କରାଯାଉଛି। ଗତକାଲି ପୋଲିସ ଡିଜି ବାଲିଯାତ୍ରା ପଡିଆ ଆସି ସୁରକ୍ଷା ବ୍ୟବସ୍ଥାର‌ ସମୀକ୍ଷା କରିବା ସହ ଡିସିପି ଙ୍କୁ ସମସ୍ତ ସତର୍କତା ମୂଳକ ପଦକ୍ଷେପ ନେବା ପାଇଁ କହିଥିଲେ। ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଛି ଯଦି ଲୋକେ କୈଣସି ଅସୁବିଧାର ସମ୍ମୁଖୀନ ହେଉଛନ୍ତି କିମ୍ବା ସନ୍ଦିଗ୍ଧ ବ୍ୟକ୍ତି କିମ୍ବା କାର୍ଯ୍ୟକଳାପ ଦେଖୁଛନ୍ତି ତେବେ ତୁରନ୍ତ ବାଲିଯାତ୍ରା ପଡିଆରେ ଥିବା ପୋଲିସ ଏଡପୋଷ୍ଟ ରେ ଅବଗତ କରିବା ପାଇଁ ଅପିଲ କରିଛନ୍ତି ଡିସିପି।ଐତିହାସିକ ବାଲିଯାତ୍ରା କଟକର ଆଜି ହେଉଛି ସପ୍ତମ ଦିନ । ଆଜି ସୋମବାର ବାଲିଯାତ୍ରା ପଡ଼ିଆର ଦୁଇ ମଞ୍ଚ ଗଣକବି ବୈଷ୍ଣବ ପାଣି ମଞ୍ଚ ଓ ଅକ୍ଷୟ ମହାନ୍ତି ମଞ୍ଚରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ଆହୁରି ପଢ଼ନ୍ତୁ: ଐତିହାସିକ ବାଲିଯାତ୍ରା କଟକ-୨୦୨୫: ଷଷ୍ଠ ଦିନରେ କ'ଣ ରହିଛି କାର୍ଯ୍ୟକ୍ରମ ଜାଣନ୍ତୁ...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦିଲ୍ଲୀ ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ବାହାରେ ବଡ଼ ବିସ୍ଫୋରଣ ପଛର ସନ୍ଦିଗ୍ଧ ସାମ୍ନାକୁ ଆସିଛନ୍ତି । ଯେଉଁଥିରେ କଟ୍ଟରପନ୍ଥୀ ଡାକ୍ତରଙ୍କ ପୁରା ନେଟୱର୍କ ସାମ୍ନାକୁ ଆସିଛି । ଯେଉଁମାନେ ଆତଙ୍କବାଦର ରାସ୍ତାରେ ଚାଲୁଥିଲେ । ସେମାନଙ୍କ ଉଦ୍ଦେଶ୍ୟ ଥିଲା ଦିଲ୍ଲୀ ସହ ଅନ୍ୟ ସହରକୁ ଦୋହଲାଇ ଦେବା । ଯେଉଁଥରେ ସହାରନପୁରୁ ଗିରଫ ହୋଇଥିବା ଅନନ୍ତନାଗର ଡାକ୍ତର ଆଦିଲ ଅହମଦ, ଫରିଦାବାଦରେ ବାରୁଦ ଏକାଠି କରିଥିବା ମୁଜମ୍ମିଲ ଶକୀଲ ଓ ତୃତୀୟ ଡାକ୍ତର ଉମର ମହମ୍ମଦ ସାମିଲ୍ । ବିସ୍ଫୋରଣ ଘଟାଇଥିବା କାର୍‌ରେ ଉମର ମହମ୍ମଦ ଥିବା ଆଶଙ୍କା କରାଯାଉଛି ।

ପୁଣି ପଢ଼ନ୍ତୁ: ସକାଳ ୮:୦୪ରେ ପ୍ରବେଶ, ସନ୍ଧ୍ୟା ୬ଟା ୫୨ରେ ବ୍ଲାଷ୍ଟ: ୧୦ ଘଣ୍ଟା ୪୮ ମିନିଟ୍‌ କେଉଁଠି ଥିଲା କାର୍‌

ସୋମବାର ସନ୍ଧ୍ୟା ପ୍ରାୟ ୬:୫୨ ସମୟରେ ଦିଲ୍ଲୀର ଲାଲ କିଲ୍ଲା ମେଟ୍ରୋ ଷ୍ଟେସନର ଗେଟ୍ ନମ୍ବର ୧ ନିକଟରେ ଘଟିଥିବା ଏହି ଭୟଙ୍କର ବିସ୍ଫୋରଣ ସମଗ୍ର ରାଜଧାନୀବାସୀକୁ ଥରାଇ ଦେଇଥିଲା। ଏକ Hyundai i20 କାରରେ ହଠାତ୍ ବିସ୍ଫୋରଣ ଘଟି ନିଆଁ ଦ୍ରୁତ ଗତିରେ ବ୍ୟାପି ଯାଇଥିଲା। ଯାହା ଫଳରେ ପାଖରେ ପାର୍କିଂ ହୋଇଥିବା ଛଅଟି କାର ଏବଂ ଅନେକ ଅଟୋ ଜଳି ଯାଇଥିଲା। ଦୁର୍ଘଟଣାରେ ଅତି କମରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି, ସେମାନଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Related Topics

Explore more stories