Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବଢ଼ୁଛି ତାତି, ଭୁବନେଶ୍ୱର ଓ ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ରେକର୍ଡ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ବଢ଼ୁଛି ତାତି, ଭୁବନେଶ୍ୱର ଓ ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ରେକର୍ଡ

ଅର୍ଗସ ବ୍ୟୁରୋ:  ଅସହ୍ୟ ଗରମରେ ସନ୍ତୁଳି ହେଉଛି ମଣିଷ । ଆଜି ସକାଳ 8ଟା 30 ସୁଦ୍ଧା ଭୁବନେଶ୍ବର ଓ ସମ୍ବଲପୁରରେ ସର୍ବାଧିକ 31.4 ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ଚାନ୍ଦବାଲିରେ 31, ପାରାଦୀପରେ 30.6, ହୀରାକୁଦରେ  30.4 ଡିଗ୍ରୀ ତାତି ରେକର୍ଡ ହୋଇଛି । ରାଉରକେଲାରେ 30, ଝାରସୁଗୁଡାରେ 30, ପୁରୀରେ 29.6 ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ଆଜି ସକାଳ 8ଟା 30 ସୁଦ୍ଧା ରାଜଧାନୀ  ଭୁବନେଶ୍ବରରେ ତାପମାତ୍ରା 31.4 ସହ ଆର୍ଦ୍ରତା 81% ରେକର୍ଡ ହୋଇଛି ।

ରାଜଧାନୀରେ ଆଜି ମଧ୍ୟାହ୍ନ ଯାଏଁ ଗୁଳୁଗୁଳିର ମାତ୍ରା ଅଧିକ ରହିବା ସମ୍ଭାବନା । ଏ ସବୁ ଭିତରେ କିନ୍ତୁ ଆଶ୍ବସ୍ତି ଆଣିଛି କାଳବୈଶାଖୀ ଖବର । ଆଜିଠୁ କାଳବୈଶାଖୀର ସମ୍ଭାବନା । 7 ଓ 8 ତାରିଖ ରାଜ୍ୟରେ ବିଜୁଳି ଘଡଘଡି ସହ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bhubaneswar and Sambalpur recorded a maximum temperature of 31.4 degrees Celsius as of 8:30 am today. | Argus News