Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରାଜଧାନୀରେ ପୁଣି ଲଜ୍ଜା, ଚାକିରି ଦେବା ଆଳରେ ପାର୍ଲରରେ ଯୁବତୀଙ୍କୁ ଗଣଦୁଷ୍କର୍ମ ! ମାଲିକ ଓ କର୍ମଚାରୀ ଗିରଫ

Odisha

Women Assault Case / ରାଜଧାନୀରେ ପୁଣି ଲଜ୍ଜା, ଚାକିରି ଦେବା ଆଳରେ ପାର୍ଲରରେ ଯୁବତୀଙ୍କୁ ଗଣଦୁଷ୍କର୍ମ ! ମାଲିକ ଓ କର୍ମଚାରୀ ଗିରଫ

Bikash Mohanty
Browse all articles by Bikash Mohanty
·5 days ago·2 min read
ରାଜଧାନୀରେ ପୁଣି ଲଜ୍ଜା, ଚାକିରି ଦେବା ଆଳରେ ପାର୍ଲରରେ ଯୁବତୀଙ୍କୁ ଗଣଦୁଷ୍କର୍ମ ! ମାଲିକ ଓ କର୍ମଚାରୀ ଗିରଫ
Parlour

Key Points

ରାଜଧାନୀରେ ପୁଣି ଲଜ୍ଜା
ଚାକିରି ଦେବା ଆଳରେ ପାର୍ଲରରେ ଯୁବତୀଙ୍କୁ ଗଣଦୁଷ୍କର୍ମ !
ପାର୍ଲର ମାଲିକ ଓ କର୍ମଚାରୀ ଗିରଫ
ପାର୍ଲରକୁ ସି ଲ କଲା ଖଣ୍ଡଗିରି ଥାନା ପୋଲିସ
ଭୁବନେଶ୍ୱର: ରାଜଧାନୀରେ ପୁଣି ଗଣଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି । ଚାକିରି ଦେବା ଆଳରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ଖଣ୍ଡଗିରି ଥାନା ଅନ୍ତର୍ଗତ ଜାଗମରା ସ୍ଥିତ ଏକ ପାର୍ଲରରେ ଏହି କାଣ୍ଡ ଘଟିଛି । ଏହି ଘଟଣାରେ ଖଣ୍ଡଗିରି ଥାନା ପୋଲିସ ପାର୍ଲର ମାଲିକ ଓ ଜଣେ କର୍ମଚାରୀଙ୍କୁ ମଙ୍ଗଳବାର ଗିରଫ କରିଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ଭରତପୁର ଥାନା କୋଳଥିଆ ଅଞ୍ଚଳରେ ରହୁଥିବା ପାର୍ଲର ମାଲିକ ରବିନ୍ଦ୍ର ମହାନ୍ତି ଓ ପାର୍ଲରର କର୍ମଚାରୀ କଟକ ଜିଲା ବଡ଼ମ୍ବା ଥାନା ରଗଡିପଡାର ସନ୍ତୋଷ ବାରିକ। 

ଏହି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିଲା । ପରେ ଜାମିନ ନାମଞ୍ଜୁର ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ପୋଲିସ ଟିମ୍ ସାଇଣ୍ଟିଫିକ୍ ଟିମ୍ ସହଯୋଗରେ ତଦନ୍ତ ଜାରି ରଖିଛି । ପାର୍ଲରରୁ ପୋଲିସ ଟିମ୍ ପ୍ରମାଣ ଯୋଗାଡ଼ କରିଛି । ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ପାର୍ଲରରୁ ବହୁ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି । ଏପରିକି ପୋଲିସ ଉକ୍ତ ପାର୍ଲରକୁ ସିଲ କରିଦେଇଛି । ଯୁବତୀଙ୍କ ଅଭିଯୋଗ ଆଧାରରେ ପୋଲିସ ଗଣଦୁଷ୍କର୍ମ ମାମଲା ରୁଜୁ କରିଛି। ପୀଡିତାଙ୍କ ଡାକ୍ତରୀ ମାଇନା କରିବା ସହ ବୟାନ ରେକର୍ଡ କରାଯାଇଛି । ଏହି ଘଟଣାରେ ଆଉ କିଏ ସଂପୃକ୍ତ ଅଛନ୍ତି କି ନାହିଁ ସେନେଇ ପୋଲିସ ଅଧିକ ଖୋଳତାଡ ଚଳାଇଛି ।

ପଢନ୍ତୁ ଏହି ଖବର: କଥା କଥାରେ ବୁଲୁଛି ଖଣ୍ଡା, ଆଖି ପିଛୁଳାକେ ହେଉଛି ଛୁରାମାଡ଼

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପୀଡ଼ିତା ଜଣକ ପାର୍ଲର ସମ୍ପର୍କୀତ ଉପଯୁକ୍ତ ପ୍ରଶିକ୍ଷଣ ନେବା ପରେ ଚାକିରି ଖୋଜୁଥିଲେ । ରାଜଧାନୀରେ କୌଣସି ବିୟୁଟି ପାର୍ଲରରେ କାମ କରିବାକୁ ଜଣାଶୁଣା ଲୋକମାନଙ୍କୁ କହୁଥିଲେ । ତେବେ କୌଣସି ଜଣଙ୍କ ପାଖରୁ ଖବର ପାଇ ପୀଡିତା ଜଣଙ୍କ ଜାଗମରା ସ୍ଥିତ ଏକ ପାର୍ଲରକୁ ଯାଇଥିଲେ । ସେଠାରେ ପାର୍ଲର ମାଲିକ ଭଲ ଦରମାରେ ତାଙ୍କୁ ଚାକିରି କରାଇଦେବ ବୋଲି ପ୍ରଲୋଭନ ଦେଖାଇଥିଲା । ମାଲିକଙ୍କ କଥାରେ ବିଶ୍ବାସ କରି ସେ ଗତ ସପ୍ତାହରେ ଉକ୍ତ ପାର୍ଲରକୁ ଯାଇଥିଲେ । ପାର୍ଲର ଭିତରେ ପୀଡିତାଙ୍କ ସହ ମାଲିକ ରବିନ୍ଦ୍ର କଥା ହୋଇ ଦରମା ସ୍ଥିର କରିଥିଲା । ପରେ ପାର୍ଲର ଭିତରେ ପୀଡିତାଙ୍କୁ ମାଲିକ ରବିନ୍ଦ୍ର ଓ କର୍ମଚାରୀ ସନ୍ତୋଷ ଦୁଷ୍କର୍ମ କରିଥିଲେ । ଏନେଇ ପିଡିତା ଖଣ୍ଡଗିରି ଥାନାର ଦ୍ୱାରସ୍ଥ ହୋଇଥିଲେ । ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଚଳାଇଛି ।

ରବିବାର ରାତିରେ ଅଭିଯୋଗ ପରେ ହୋଇଥିଲା ତନାଘନା। ଏନେଇ ଖଣ୍ଡଗିରି ଥାନାଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି, ପୀଡିତା ଜଣକ ରବିବାର ରାତିରେ ଥାନାରେ ଅଭିଯୋଗ କରିଥିଲେ। ଆମେ ତୁରନ୍ତ ମାମଲା ରୁଜୁ କରି ତଦନ୍ତ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛୁ। ଏହି ଘଟଣାରେ ଆଉ କାହାର ସମ୍ପୃକ୍ତି ଅଛି କି ନାହିଁ, ସେନେଇ ତଦନ୍ତ ଚାଲିଥିବା ସେ କହିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
Bhubaneswar Gang Rape Case: Beauty Parlour Owner and Employee Arrested | Argus News