Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କଥା କଥାରେ ବୁଲୁଛି ଖଣ୍ଡା, ଆଖି ପିଛୁଳାକେ ହେଉଛି ଛୁରାମାଡ଼

Odisha

Crime In Odisha / କଥା କଥାରେ ବୁଲୁଛି ଖଣ୍ଡା, ଆଖି ପିଛୁଳାକେ ହେଉଛି ଛୁରାମାଡ଼

Sushanta Sahoo
Browse all articles by Sushanta Sahoo
·1 hour ago·2 min read
କଥା କଥାରେ ବୁଲୁଛି ଖଣ୍ଡା, ଆଖି ପିଛୁଳାକେ ହେଉଛି ଛୁରାମାଡ଼
Rising Crime in Bhubaneswar

Key Points

୩ ଦିନରେ ତିନୋଟି ଅପରାଧ । ରାଜରାସ୍ତାରୁ ନେଇ ଗଳିକନ୍ଦି ପର୍ଯ୍ୟନ୍ତ ରାଜଧାନୀରେ ଆଉ ପୋଲିସକୁ ନାହିଁ କି ଅପରାଧୀଙ୍କ ଭୟ ?
ଭୁବନେଶ୍ଵର: ଅଶାନ୍ତ ହେଉଛି ରାଜଧାନୀ, ରାତି ବଢ଼ିବା ସହ ବଢ଼ୁଛି ଅପରାଧିଙ୍କ କାର୍ଯ୍ୟକଳାପ । କେଉଁଠି ଛୁରିରେ ଆକ୍ରମଣ ହେଉଛି ତ, ପୁଣି କେଉଁଠି ବୁଲୁଛି ଖଣ୍ଡା । ଅପରାଧୀଙ୍କୁ କାବୁ କରିବାରେ ପୋଲିସ ଏକପ୍ରକାର ବିଫଳ ହୋଇଛି ।

ରାତିରେ ଉତ୍ପାତ କରୁଛନ୍ତି ଅପରାଧୀ । ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳରେ ଘଟୁଛି ଛୁରାମାଡ଼ ପରି ଘଟଣା । ଆଉ କେଉଁଠି କାହାକୁ ଗୋଡ଼ାଇ ଗୋଡ଼ାଇ ବିଚ୍ ରାସ୍ତା ଉପରେ, ସର୍ବ ସମ୍ମୁଖରେ ହାଣୁଛନ୍ତି ଅପରାଧୀ ।

ଏଥିସହ ପଢ଼ନ୍ତୁ: ଡାକ୍ତରଙ୍କ ଅଜବ କାରନାମା; ଲାଞ୍ଚ ନ ମିଳିବାରୁ ଯୋଡ଼ିଥିବା ଗୋଡ଼କୁ ଭାଙ୍ଗିଦେଲେ 

ଲକ୍ଷ୍ମୀସାଗରରେ ଛୁରାମାଡ଼

ଟିକେ ଟିକେ କଥାରେ ବୁଲୁଛି ଖଣ୍ଡା । ଶୁକ୍ରବାର ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଛୁରାମାଡ଼ ହୋଇଛି । ଲକ୍ଷ୍ମୀସାଗର ଅଞ୍ଚଳରେ ଛୁରାମାଡ଼ରେ ଦୁଇ ଯୁବକ ଆହତ ହୋଇଛନ୍ତି । ପୂର୍ବ ଶତ୍ରୁତାଙ୍କୁ କେନ୍ଦ୍ର କରି ହଳଦୀପଡି଼ଆ ବସ୍ତିର କିଛି ଯୁବକ ବାଇକ୍‌ରେ ଆସି ଏଭଳି କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି ।

ଟାର୍ଗେଟ୍‌ରେ ଡେଲିଭରୀ ବୟ

ଦୁଇ ଦିନ ତଳେ ଖଣ୍ଡଗିରି ଥାନା ଅନ୍ତର୍ଗତ ଜାଗମରା-ଗଣ୍ଡମୁଣ୍ଡା ରାସ୍ତାରେ ଡେଲିଭରୀ ବୟଙ୍କ ଉପରେ ମରଣାନ୍ତକ ଓ ସଂଘବଦ୍ଧ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ଡେଲିଭରୀ ସାରି ଷ୍ଟୋରକୁ ଫେରୁଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ଖଣ୍ଡା ଚୋଟରେ ଦେହର ବିଭିନ୍ନ ସ୍ଥାନରେ ଗୁରୁତର କ୍ଷତ ହୋଇଥିଲା । ଦୁର୍ବୃତ୍ତମାନେ ତାଙ୍କ ମୋବାଇଲ ଫୋନ୍ ଓ ନଗଦ ଟଙ୍କା ଛଡ଼ାଇ ନେଇଥିବା ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି ।

ଗୋଡ଼ାଇ ଗୋଡ଼ାଇ ହାଣିଲେ

ତିନିଦିନ ତଳେ ରାଜଧାନୀରେ ଦିନ ଦ୍ୱିପହରରେ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ ଦୁର୍ବୃତ୍ତ । କ୍ୟାପିଟାଲ ଥାନା ଅନ୍ତର୍ଗତ ଫାଳିକିଆ ବସ୍ତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକକୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଥିଲେ । ଆକ୍ରମଣରେ ଗୁରୁତର ହୋଇ ଏବେବି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଡି ହାରି କ୍ରିଷ୍ଣା । ଅଭିଯୁକ୍ତ ରାଜରାସ୍ତାରେ ଖଣ୍ଡା ଧରି ବାଇକରେ ଘୁରି ବୁଲୁଥିବାର ଭିଡିଓ ଭାଇରାଲ୍ ହୋଇଥିଲା ।

ଏଥିସହ ପଢ଼ନ୍ତୁ: କନଷ୍ଟେବଲଙ୍କ ନିଆଁରେ ପୋଡ଼ି ଗୁରୁତର ହେବା ଘଟଣାରେ ନୂଆମୋଡ଼ 

ଦିନକୁ ଦିନ ରାଜଧାନୀର ବିଭିନ୍ନ ଗଳିକନ୍ଦିରେ ବଢୁଛି କ୍ରାଇମ୍ ଏହି ତିନି ଘଟଣା ତିନି ଦିନରେ ଘଟିଥିବା ବେଳେ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହେଉଛି । ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ହେଲେ ପରବର୍ତ୍ତୀ ସମୟରେ ଅପରାଧ ଘଟାଇବା ପୂର୍ବରୁ ଭୟ କରିବେ ଅପରାଧୀ । ରାଜଧାନୀରେ ଅପରାଧ ବଢ଼ି ଚାଲିଥିବା ବେଳେ କମିଶନରେଟ ପୋଲିସର ଇନଫରମେସନ ଓ ଆକ୍ସନ ଫେଲ୍ ମାରିଥିବା କୁହାଯାଉଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bhubaneswar Crime Surge: Knife Attacks and Gang Violence Raise Concerns | Argus News | Argus News