Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଚିନ୍ତା ବଢ଼ାଉଛି ରାଜଧାନୀ ରାସ୍ତା...ବଢୁଛି ଟ୍ରାଫିକ ସମସ୍ୟା, ଘଟୁଛି ଦୁର୍ଘଟଣା

santosh Kumar Sahoo
Browse all articles by santosh Kumar Sahoo
·10 months ago·1 min read
ଚିନ୍ତା ବଢ଼ାଉଛି ରାଜଧାନୀ ରାସ୍ତା...ବଢୁଛି ଟ୍ରାଫିକ ସମସ୍ୟା, ଘଟୁଛି ଦୁର୍ଘଟଣା

Key Points

ଚିନ୍ତା ବଢ଼ାଉଛି ରାଜଧାନୀର ରାସ୍ତା । କେଉଁଠି ନିମ୍ନମାନର କାମ ତ କେଉଁଠି ରାସ୍ତାରେ ଆଣ୍ଠୁଏ ଖାଲ । ବଢୁଛି ଟ୍ରାଫିକ ସମସ୍ୟା, ଘଟୁଛି ଦୁର୍ଘଟଣା । ରାସ୍ତା ସମସ୍ୟାର ସମାଧାନ କରିବାକୁ ରାଜଧାନୀବାସୀଙ୍କ ଦାବି ।

କେତେବେଳେ ଭୂତଳ ପାଣି ପାଇପ କାମ ତ କେତେବେଳେ ଭୂତଳ ବିଦ୍ୟୁତ କାମ ପାଇଁ ଖୋଳାଯାଇଛି ରାଜଧାନୀ ରାସ୍ତା । ଆଉ କେଉଁଠି ନିମ୍ନମାନର କାମ ପାଇଁ ରାସ୍ତାରେ ଆଣ୍ଠୁଏ ଖାଲ । ହଇରାଣ ହେଉଛନ୍ତି ଲୋକେ ବଢୁଛି ଦୁର୍ଘଟଣା । ମୁଖ୍ୟରାସ୍ତାଠାରୁ ଆରମ୍ଭ କରି ଗଳିକନ୍ଦି ସବୁଆଡେ ଖାଲଖମା । ରାଜଧାନୀ ରାଜରାସ୍ତାକୁ ଚକାଚକ୍‌ କରିବା ପାଇଁ ପ୍ରତି ବର୍ଷ ଶହ ଶହ କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ଏହାର ସୁଫଳ ମିଳୁନାହିଁ। ନିମ୍ନମାନର କାମ ପାଇଁ ପ୍ରତିବର୍ଷ ବର୍ଷାଋତୁ ଆରମ୍ଭରୁ ରାସ୍ତା ଧୋଇ ଯାଉଛି। ରାଜଧାନୀର ରାସ୍ତା ପାଇଁ ଦାୟିତ୍ୱରେ ଅଛି ଅନେକ ବିଭାଗ । ଆଉ ବିଭିନ୍ନ ବିଭାଗ ଦାୟିତ୍ୱରେ ଥିବା କାରଣରୁ ସେମାନଙ୍କ ମଧ୍ୟରେ ସଠିକ ଯୋଗାଯୋଗ ହେଉନି । ଯାହା ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।


ଅନ୍ୟପଟେ ସମସ୍ୟା ନେଇ ପ୍ରତିକ୍ରିୟା ରଖିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ସହରକୁ ସୁନ୍ଦର, ବୃଦ୍ଧି ଓ ବିକଶିତ କରିବା ପାଇଁ ସରକାର କାମ କରୁଛନ୍ତି । ସେଥିପାଇଁ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାରେ ଖର୍ଚ୍ଚ ହେବ ୧୧ ଶହ କୋଟି । ଏହାକୁ ମଧ୍ୟ କାର୍ଯ୍ୟକାରୀ କରାଯିବ । ଏହା ସହ ଆଗକୁ ଆହୁରି ଅନେକ ବିକଶିତ କାର୍ଯ୍ୟ ହେବାକୁ ଯାଉଛି ବୋଲି ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ତେବେ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା କାର୍ଯ୍ୟକାରୀ ହେଲେ ରାଜଧାନୀ ହେବ ସୁନ୍ଦର ଏବଂ ଆହୁରି ବିକଶିତ । ତେବେ କେବେ ଯୋଜନା କାର୍ଯ୍ୟକାରୀ ହେବ, ରାସ୍ତା ସମସ୍ୟାର ସମାଧାନ ହେବ ତାହା ଦେଖିବାକୁ ଅପେକ୍ଷା ।

Sponsored
Bhubaneswar Roads in Poor Shape: Public Suffering Due to Ongoing Low-Quality Works | Argus News