Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଭୁବନେଶ୍ୱର ପ୍ରାର୍ଥୀ ଟେନସନ୍ ଭିତରେ ନବୀନ ନିବାସରେ ବଡ଼ ବୈଠକ

Odisha

ଭୁବନେଶ୍ୱର ପ୍ରାର୍ଥୀ ଟେନସନ୍ ଭିତରେ ନବୀନ ନିବାସରେ ବଡ଼ ବୈଠକ

Smruti Parija
Browse all articles by Smruti Parija
·2 years ago·1 min read
ଭୁବନେଶ୍ୱର ପ୍ରାର୍ଥୀ ଟେନସନ୍ ଭିତରେ ନବୀନ ନିବାସରେ ବଡ଼ ବୈଠକ

ଭୁବନେଶ୍ୱର: ଭୁବନେଶ୍ୱର ପ୍ରାର୍ଥୀ ଟେନସନ୍ ଭିତରେ ନବୀନ ନିବାସରେ ବଡ଼ ବୈଠକ । ଭୁବନେଶ୍ୱର ଉତ୍ତର ଓ ମଧ୍ୟ କର୍ପୋରେଟରଙ୍କୁ ନବୀନ ନିବାସ ଡକାରା । ଉଭୟ ନିର୍ବାଚନ ମଣ୍ଡଳୀର 8 ଜଣ ଲେଖାଏଁ କର୍ପୋରେଟର ନବୀନ ନିବାସରେ ଉପସ୍ଥିତ ରହିଛନ୍ତି । କାହାକୁ ପ୍ରାର୍ଥୀ କରାଯିବ ସେ ନେଇ ଚାଲିଛି କସରତ ।

72ଟି ବିଧାନସଭା ଆସନ ପାଇଁ ପାଇଁ ପ୍ରାର୍ଥୀ ଘୋଷଣା ପରେ ଏବେ ସବୁ ଜିଲ୍ଲାରେ ଅସନ୍ତୋଷ । ଦୀର୍ଘ ବର୍ଷ ଧରି ଶାସକ ଦଳର କାର୍ଯ୍ୟ କରୁଥିବା ଏମିତି ଅନେକ ନେତା ଏବେ ଦଳ ପାଇଁ ବିଭୀଷଣ ଭୂମିକା ତୁଲାଇବା ପାଇଁ ଆଗଭର ହୋଇସାରିଲେଣି । ଟିକେଟକୁ ନେଇ ବିଜେଡିରେ ତୀବ୍ର ହୋଇଛି ରାଜୁ ସିଣ୍ଡ୍ରୋମ । 

ରାଜ୍ୟସାରା ଅସନ୍ତୁଷ୍ଟ ଟିକେଟ୍ ଆଶାୟୀ କରୁଛନ୍ତି ନାକେଦମ୍ । ସମ୍ବଲପୁରରୁ ଧର୍ମଶାଳା, ମୋହନାରୁ ମାଲକାନଗିରି ସବୁଠି ତୀବ୍ର ଗୋଷ୍ଠୀକନ୍ଦଳ । ଏପଟେ ଆମଦାନୀ ନେତାଙ୍କ ଭରସାରେ ବିଜୁ ଜନତା ଦଳ । ଦଳ ଡିଆଁ ନେତାଙ୍କୁ ମିଳୁଛି ଟିକେଟରେ ପ୍ରାଥମିକତା । ଯାହାକୁ ନେଇ ରାଜ୍ୟ ରାଜନୀତି ଏବେ ହଇଚଇ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
Bhubaneswar candidates in tension, meeting in Naveen nivas | Argus News