Videos
|
Odisha

Capital Hospital / କ୍ୟାପିଟାଲ ହସ୍ପିଟାଲର କମାଲ୍; କୁନିଶିଶୁର ବଡ଼ ଅସ୍ତ୍ରୋପଚାର ସଫଳ

Debashree Debasmita Sahoo
Browse all articles by Debashree Debasmita Sahoo
·2 hours ago·2 min read
କ୍ୟାପିଟାଲ ହସ୍ପିଟାଲର କମାଲ୍; କୁନିଶିଶୁର ବଡ଼ ଅସ୍ତ୍ରୋପଚାର ସଫଳ
Bhubaneswar Capital Hospital

Key Points

ପୁଣି ଚର୍ଚ୍ଚାରେ କ୍ୟାପିଟାଲ ହସ୍ପିଟାଲ
କୁନିଶିଶୁର ବଡ଼ ଅପରେସନ ସଫଳ
 
ଭୁବନେଶ୍ଵର: କ୍ୟାପିଟାଲ ହସ୍ପିଟାଲରେ ସଫଳ ହୋଇଛି ଏକ ବଡ଼ ଅସ୍ତ୍ରୋପଚାର । ମାତ୍ର ୩ ମାସର ଶିଶୁର ହୃତପିଣ୍ଡରେ ଛିଦ୍ର ଥିବା ଜଣାପଡ଼ିବା ପରେ ଚିନ୍ତାରେ ପଡ଼ିଥିଲେ ପରିବାର ଲୋକ । ଶିଶୁର ଚିକିତ୍ସା ପାଇଁ ଆବଶ୍ୟକ ଥିଲା ଉନ୍ନତମାନର ଚିକିତ୍ସା ବ୍ୟବସ୍ଥା, ହେଲେ ଆର୍ଥିକ ଅନଟନ ଯୋଗୁଁ ଅନ୍ୟ କୌଣସି ବଡ଼ ହସ୍ପିଟାଲରେ ଚିକିତ୍ସା କରାଇବା ପରିବାର ପକ୍ଷରେ ସମ୍ଭବପର ହୋଇନଥିଲା । ଏଭଳି ସ୍ଥିତିରେ କ୍ୟାପିଟାଲ ହସ୍ପିଟାଲରେ କୁନି ଶିଶୁର ଅସ୍ତ୍ରୋପଚାର ସଫଳ ହୋଇଛି ।

  • ୩ ଘଣ୍ଟା ଚାଲିଲା ଅପରେସନ
କୁନିଶିଶୁଟି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହେବାପରେ ଚିକିତ୍ସା ଆରମ୍ଭ ହୋଇଥିଲା । ଡାକ୍ତର ପି.କେ. ଦାସଙ୍କ ତତ୍ତ୍ୱାବଧାନରେ ଏକ ଅଭିଜ୍ଞ ଡାକ୍ତରୀ ଟିମ୍ ପ୍ରାୟ ଦୁଇରୁ ତିନି ଘଣ୍ଟା ଧରି ଅସ୍ତ୍ରୋପଚାର କରିଥିଲେ । ଶେଷରେ ଅସ୍ତ୍ରୋପଚାର ସଫଳ ହୋଇଥିବା ବେଳେ ଶିଶୁର ସ୍ୱାସ୍ଥ୍ୟାବସ୍ଥା ଏବେ ସମ୍ପୂର୍ଣ୍ଣ ଭଲ ରହିଛି । ଏହି ସଫଳତା କେବଳ ଏକ ଶିଶୁକୁ ନୂଆ ଜୀବନ ଦେଇନାହିଁ, ବରଂ ସରକାରୀ ହସ୍ପିଟାଲରେ ମଧ୍ୟ ଉନ୍ନତମାନର ଚିକିତ୍ସା ଓ ଜଟିଳ ଅସ୍ତ୍ରୋପଚାର ସମ୍ଭବ ବୋଲି ପ୍ରମାଣିତ କରିଛି । ଡାକ୍ତରୀ ଟିମ୍‌ର ଦକ୍ଷତା ଓ ନିଷ୍ଠା ଯୋଗୁଁ ଆଜି ଶିଶୁର ପରିବାରକୁ ମିଳିଛି ଆଶ୍ୱସ୍ତି, ଆଉ ପରିବାରର ହସ ଫେରିଛି ।

କ୍ୟାପିଟାଲ ହସ୍ପିଟାଲର ଏହି ସଫଳତା କେବଳ ଏକ ଶିଶୁକୁ ନୂଆ ଜୀବନ ଦେଇନାହିଁ, ବରଂ ସରକାରୀ ହସ୍ପିଟାଲରେ ମଧ୍ୟ ଜଟିଳ ଅସ୍ତ୍ରୋପଚାର ଓ ଉନ୍ନତମାନର ଚିକିତ୍ସା ସମ୍ଭବ ବୋଲି ପ୍ରମାଣିତ କରିଛି ।  ଆର୍ଥିକ ଦୁର୍ବଳତା ଚିକିତ୍ସାରେ ବାଧକ ହୋଇଥିବା ଏହି ପରିବାର ପାଇଁ ସରକାରୀ ହସ୍ପିଟାଲ ପାଲଟିଛି ଆଶାର କିରଣ । ଡାକ୍ତରୀ ଟିମ୍‌ର ଏହି ଉଦ୍ୟମ ଓ ସଫଳତାକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି । କ୍ୟାପିଟାଲ ହସ୍ପିଟାଲରେ ପୂର୍ବରୁ ମଧ୍ୟ ଅନେକ ଜଟିଳ ଅସ୍ତ୍ରୋପଚାର କରାଯାଇଛି, ଯାହାଦ୍ଵାରା ହସ୍ପିଟାଲକୁ ଚର୍ଚ୍ଚାକୁ ଆସିଛି । 

ପଢନ୍ତୁ ଏହି ଖବର: ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର; ବଢ଼ିଲା ୩୧୮ଟି ପିଜି ମେଡିକାଲ ସିଟ୍

ରାଜ୍ୟର ଏହି ପ୍ରମୁଖ ହସ୍ପିଟାଲରେ ଏଣିକି ଆହୁରି ଅଧିକ ରୋଗୀ ଚିକିତ୍ସିତ ହେବେ । କାରଣ ଓଡ଼ିଶାର ସରକାରୀ ମେଡିକାଲ କଲେଜ ଓ ପିଜି ମେଡିକାଲ ଶିକ୍ଷାନୁଷ୍ଠାନଗୁଡ଼ିକରେ ସ୍ନାତକୋତ୍ତର (ପିଜି) ମେଡିକାଲ ଶିକ୍ଷାର ଆହୁରି ସମ୍ପ୍ରସାରିତ ହେବା ଦିଗରେ ଗତି ମିଳିଛି । ଜାତୀୟ ମେଡିକାଲ କମିଶନ (NMC) ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ କଲେଜ ଓ ପିଜି ଅନୁଷ୍ଠାନରେ ୧୪ଟି ବିଭାଗରେ ୩୧୮ଟି ପିଜି ସିଟ୍ ବୃଦ୍ଧି ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଏହାଦ୍ଵାରା ପିଜିଆଇଏମଇଆର ଓ କ୍ୟାପିଟାଲ ହସ୍ପିଟାଲ, ଭୁବନେଶ୍ୱରରେ ୧୧ଟି ସିଟ୍ ବୃଦ୍ଧି ହେବ ।


Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: