Videos
|
Odisha

Jagmohan Meena Resignation / ଜଗମୋହନ ମୀନାଙ୍କ ଇସ୍ତଫା ପ୍ରସଙ୍ଗ: NOC ସହ ଇସ୍ତଫା ପତ୍ର କେନ୍ଦ୍ରକୁ ପଠାଇଲେ ରାଜ୍ୟ ସରକାର

Santosh Kumar Sahoo
Browse all articles by Santosh Kumar Sahoo
·2 weeks ago·1 min read
ଜଗମୋହନ ମୀନାଙ୍କ ଇସ୍ତଫା ପ୍ରସଙ୍ଗ: NOC ସହ ଇସ୍ତଫା ପତ୍ର କେନ୍ଦ୍ରକୁ ପଠାଇଲେ ରାଜ୍ୟ ସରକାର
Jagmohan Meena Resignation

Key Points

IPS ଜଗମୋହନ ମୀନାଙ୍କ ଇସ୍ତଫା ସଂପର୍କିତ ଖବର
ଇସ୍ତଫା ପତ୍ର କେନ୍ଦ୍ରକୁ ପଠାଇଲେ ରାଜ୍ୟ ସରକାର
NOC ସହ ଇସ୍ତଫା ପତ୍ର କେନ୍ଦ୍ରକୁ ପଠାଇଲେ ରାଜ୍ୟ ସରକାର
ଭୁବନେଶ୍ବର DCP ଜଗମୋହନ ମୀନାଙ୍କ ଇସ୍ତଫା ପ୍ରସଙ୍ଗ । ଇସ୍ତଫା ପତ୍ର କେନ୍ଦ୍ରକୁ ପଠାଇଲେ ରାଜ୍ୟ ସରକାର । NOC ସହ ଇସ୍ତଫା ପତ୍ର କେନ୍ଦ୍ରକୁ ପଠାଇଛନ୍ତି ରାଜ୍ୟ ସରକାର । ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ ହୋଇଛି । ୨୦୧୩ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ହେଉଛନ୍ତି ଜଗମୋହନ ମୀନା । ଗତ ଜୁଲାଇ ୬ ତାରିଖରେ ସେ ଇସ୍ତଫା ଦେଇଥିଲେ । ରାଜ୍ୟ ସରକାର ଭୁବନେଶ୍ବର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ପତ୍ରକୁ ଗୃହ ମନ୍ତ୍ରାଳୟକୁ ପଠାଇଛନ୍ତି ।


ମୂଳତଃ ରାଜସ୍ଥାନର ଜଗମୋହନ ମୀନାଙ୍କର ଏକ ପ୍ରତିଷ୍ଠିତ ଏବଂ ସଫଳ ପୋଲିସ କ୍ୟାରିୟର ରହିଛି । ସେ ଜଣେ ଉଚ୍ଚଶିକ୍ଷିତ ଅଧିକାରୀ, ପୋଲିସ ସେବାରେ ଯୋଗ ଦେବା ପୂର୍ବରୁ ପ୍ରତିଷ୍ଠିତ IIT କାନପୁରରୁ ଏରୋସ୍ପେସ୍ ଇଞ୍ଜିନିୟରିଂରେ B.Tech ଏବଂ M.Tech ଡିଗ୍ରୀ ହାସଲ କରିଛନ୍ତି ।

IPS ଅଧିକାରୀ ଭାବରେ ତାଙ୍କର ୧୩ ବର୍ଷର ସେବା ସମୟରେ, ସେ ଓଡ଼ିଶାରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଥିଲେ । ସେ ଭୁବନେଶ୍ୱର ଏବଂ କଟକର DCP ଭାବରେ କାର୍ଯ୍ୟ କରିଥିଲେ । ଏହା ପୂର୍ବରୁ ସେ ଅନୁଗୁଳ, ଗଞ୍ଜାମ ଏବଂ ମାଓବାଦୀ ପ୍ରଭାବିତ ମାଲକାନଗିରି ଜିଲ୍ଲାର ଏସ୍‌ପି ଭାବେ ମଧ୍ୟ କାର୍ଯ୍ୟ କରିଥିଲେ ।
୨୦୧୯ରେ ମାଲକାନଗିରିର SP ଭାବରେ, ସେ ନକ୍ସଲ ବିରୋଧୀ ଅଭିଯାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ, ଯାହା ପାଇଁ ତାଙ୍କୁ ସାହସିକତା ପାଇଁ ପୋଲିସ ପଦକ (2019) ପ୍ରଦାନ କରାଯାଇଥିଲା ।

ଜଗମୋହନ ମୀନା ସରକାରୀ ସେବାରୁ ଅବ୍ୟାହତ ନେଇ ଘରୋଇ ସଂସ୍ଥାରେ ମନୋନିବେଶ କରିବେ ବୋଲି ସୂଚନା ମିଳିଛି । ରାଜସ୍ଥାନରେ ତାଙ୍କର ଜଣେ ଘନିଷ୍ଠ ସମ୍ପର୍କୀୟଙ୍କ କମ୍ପାନୀରେ ସେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Jagmohan Meena’s Resignation Sent to Centre with NOC | Argus News