Videos
|
Odisha

Midnight Patrolling / ରାତି ଅଧରେ ଆକ୍ସନ ମୋଡ୍‌ରେ ଡିସିପି, ବସ୍ତି ଗଳିକନ୍ଦିରେ ଚାଲି ଚାଲି କଲେ ପାଟ୍ରୋଲିଂ

Bikash Mohanty
Browse all articles by Bikash Mohanty
·1 hour ago·2 min read
ରାତି ଅଧରେ ଆକ୍ସନ ମୋଡ୍‌ରେ ଡିସିପି, ବସ୍ତି ଗଳିକନ୍ଦିରେ ଚାଲି ଚାଲି କଲେ ପାଟ୍ରୋଲିଂ
DCP

Key Points

ପାଦରେ ଚାଲି ଚାଲି ପାଟ୍ରୋଲିଂ କଲେ ଭୂବନେଶ୍ବର ଡିସିପି
ଭୂବନେଶ୍ବର ଡିସିପି ଡ. ସର୍ବଣା ବିବେକ ଏମ୍
ରାଜଧାନୀରେ ବଢୁଥିବା ଅପରାଧ ରୋକିବାକୁପୋଲିସର ପଦକ୍ଷେପ

ଭୂବନେଶ୍ବର,୧୨/୧୧: ରାତି ଅଧରେ ବସ୍ତି ଗଳିକନ୍ଦିରେ ପାଦରେ ଚାଲି ଚାଲି ପାଟ୍ରୋଲିଂ କଲେ ଭୂବନେଶ୍ବର ଡିସିପି ଡ. ସର୍ବଣା ବିବେକ ଏମ୍। ରାଜଧାନୀ ଭୁବନେଶ୍ୱରରେ ରାତି ବଢ଼ିବା ସହ ଅପରାଧୀଙ୍କ ଉତ୍ପାତ ବଢ଼ୁଥିବାରୁ ଏହାକୁ ରୋକିବା ପାଇଁ କମିସନରେଟ ପୋଲିସ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି।

ଗତକାଲି ରାତି ଅଧରେ ଭୁବନେଶ୍ୱର ଡିସିପି ଡ. ସର୍ବଣା ବିବେକ ଏମ୍ ବିଭିନ୍ନ ବସ୍ତି ଅଞ୍ଚଳରେ ପାଦରେ ଚାଲିଚାଲି ଫୁଟ୍ ପାଟ୍ରୋଲିଂରେ ସାମିଲ ହୋଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଅପରାଧିକ କାର୍ଯ୍ୟକଳାପ ଉପରେ ରୋକ ଲଗାଇବା ପାଇଁ ସମସ୍ତ ଥାନା ଅଧୀନରେ ଗାଡ଼ି ପାଟ୍ରୋଲିଂ ସହ ଏବେ ଗଳିକନ୍ଦିରେ ଫୁଟ୍ ପାଟ୍ରୋଲିଂକୁ ଜୋରଦାର କରାଯାଇଛି । ଏହି ଅଭିଯାନ ସମୟରେ ରାତି ଅଧରେ ବିନା କାରଣରେ ଏକାଠି ହୋଇ ଖଟି କରୁଥିବା ଅସାମାଜିକ ଯୁବକମାନଙ୍କୁ ପୋଲିସ ପକ୍ଷରୁ କଡ଼ା ତାଗିଦ କରାଯିବା ସହ ବିଭିନ୍ନ ସନ୍ଦିଗ୍ଧ ସ୍ଥାନରେ ଜୋରଦାର ଛାନଭିନ କରାଯାଇଛି।

ପଢନ୍ତୁ ଏହି ଖବର: ଖାକି ପୋଷାକରେ କଳଙ୍କ ! ମହିଳା ହୋମଗାର୍ଡଙ୍କ ଅଭିଯୋଗ ପରେ ଏଏସ୍‌ଆଇ ନିଲମ୍ବିତ

ପୂର୍ବରୁ ପୋଲିସ ଗାଡ଼ିରେ ବିଭିନ୍ନ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ଏବେ ଗଳିକନ୍ଦିରେ ଫୁଟ୍ ପାଟ୍ରୋଲିଂକୁ ମଧ୍ୟ ଜୋରଦାର କରାଯାଇଛି। ବିଶେଷକରି ବସ୍ତି ଅଞ୍ଚଳ, ଜନଗହଳିପୂର୍ଣ୍ଣ ସ୍ଥାନ ଓ ଅପରାଧପ୍ରବଣ ଅଞ୍ଚଳ ଉପରେ ପୋଲିସ ନଜର ରଖୁଛି। ରାତିରେ ଅପରାଧ ଘଟାଇବାକୁ ଯୋଜନା କରୁଥିବା ଅସାମାଜିକ ତତ୍ତ୍ୱଙ୍କୁ ରୋକିବା ସହ ସାଧାରଣ ଲୋକଙ୍କ ମନରେ ସୁରକ୍ଷାର ଭାବନା ସୃଷ୍ଟି କରିବାକୁ ଏଭଳି ପଦକ୍ଷେପ ନିଆଯାଉଛି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରାଜଧାନୀରେ ଅପରାଧ ନିୟନ୍ତ୍ରଣ ଏବେ କମିସନରେଟ୍ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ। ତେଣୁ କେବଳ ଥାନା ଭିତରେ ନୁହେଁ, ରାସ୍ତାଘାଟ ଓ ବସ୍ତି ଅଞ୍ଚଳରେ ପୋଲିସର ଉପସ୍ଥିତି ବଢ଼ାଇବା ଉପରେ ଜୋର୍ ଦିଆଯାଉଛି। ଡିସିପିଙ୍କ ଏହି ରାତ୍ରିକାଳୀନ ପାଟ୍ରୋଲିଂ ଅପରାଧୀଙ୍କ ପାଇଁ ହେବ ବଡ଼ ଚେତାବନୀ ।