Dog Census: କୁକୁର ଗଣନା ପାଇଁ BMCର ବଡ଼ ପ୍ଲାନିଂ, ଭୋରରେ ୱାର୍ଡକୁ ଯିବେ ୩ରୁ ୪ଟି ଟିମ୍

Key Points
ବିଏମସି ଭୋର୍ ସମୟରେ କୁକୁର ଗଣନା କରିବ, ଏଥିପାଇଁ ପ୍ରତି ୱାର୍ଡକୁ ୩ରୁ ୪ଟି ଟିମ୍ ଯିବେ ।
ଭୁବନେଶ୍ଵର: ଖୁବ୍ଶୀଘ୍ର ଭୁବନେଶ୍ଵର ମହାନଗର ନିଗମ ଅଞ୍ଚଳରେ ଆରମ୍ଭ ହେବ କୁକୁର ଗଣନା । ଏନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ଚଞ୍ଚଳ ରଣା । ବିଏମସି କମିଶନର କହିଛନ୍ତି, ବହୁ ଆଗରେ ଏକ ସର୍ଭେ ହୋଇଥିଲା । ଏବେ କୁକୁରଙ୍କ ପ୍ରକୃତ ତଥ୍ୟ ଜାଣିବା ପାଇଁ ବିଏମସି ପକ୍ଷରୁ କୁକୁର ଗଣନା କରାଯିବ ।
ବିଏମସି କମିଶନର କହିଛନ୍ତି, ଗଣମାଧ୍ୟମରେ ବିଭିନ୍ନ ତଥ୍ୟ ଆସୁଛି, ବିଏମସି ପକ୍ଷରୁ ସୁନିଶ୍ଚିତ ତଥ୍ୟ ଦିଆଯିବ । ସେପ୍ଟେମ୍ବର ତୃତୀୟ ସପ୍ତାହରୁ ବିଏମସି ଅଞ୍ଚଳରେ ହେବ କୁକୁର ଗଣନା । ଏହି ଗଣନା କାର୍ଯ୍ୟ ଗୋଟିଏ ସପ୍ତାହରୁ ନେଇ ୧୦ ଦିନ ମଧ୍ୟରେ ସରିବ । ଏଥିପାଇଁ ବିଏମସି ପକ୍ଷରୁ ବିଭିନ୍ନ ମଡେଲ ହାତକୁ ନିଆଯାଇଥିବା ସୂଚନା ଦେଇଛନ୍ତି କମିଶନର ।
ସେ ଆହୁରି କହିଛନ୍ତି, ପ୍ରତି ୱାର୍ଡକୁ ୱାର୍ଡ ଯାଇ କୁକୁର ଗଣନା କରାଯିବ । ଏହା ଛଡ଼ା ନମୁନା ନେଇ ମଧ୍ୟ କରି ହେବ । କିନ୍ତୁ ବିଏମ୍ସି ୱାର୍ଡକୁ ଯାଇ କୁକୁର ଗଣିବ । ବିଏମସି ଭୋର୍ ସମୟରେ କୁକୁର ଗଣନା କରିବ, ଏଥିପାଇଁ ପ୍ରତି ୱାର୍ଡକୁ ୩ରୁ ୪ଟି ଟିମ୍ ଯିବେ । ପଶୁ ଡାକ୍ତର ମଧ୍ୟ ଟିମ୍ରେ ରହିବେ । କୁକୁର ଗଣନା ପାଇଁ ସ୍ଵତନ୍ତ୍ର ଟ୍ରେନିଂ ଦିଆଯିବ । ସାନିଟେସନ କାମ କରୁଥିବା ଲୋକେ ମଧ୍ୟ ସାମିଲ ହେବେ ।
📱 Get Argus News App
✨ନିକଟରେ ସୁପ୍ରିମକୋର୍ଟ ବୁଲା କୁକୁରଙ୍କୁ ନେଇ ରାୟ ଶୁଣାଇବା ସହ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନିର୍ଦ୍ଦେଶନାମା ଜାରି କରିଥିଲେ । ଏହାପରେ ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଥିଲେ, ଏବେ ରାଜ୍ୟରେ ୭ ଲକ୍ଷ ବୁଲା କୁକୁର ଏବଂ ୬୪ ହଜାର ପୋଷା କୁକୁର ଅଛନ୍ତି । ପ୍ରାଣୀ ସମ୍ପଦ ବିଭାଗ ବୁଲା କୁକୁରଙ୍କ ଗଣନା କରିବ । ବିଭାଗ ପକ୍ଷରୁ ବୁଲା କୁକୁରଙ୍କ ବନ୍ଧ୍ୟାକରଣ, ଗଣନା ଏବଂ ଟୀକାକାରଣ କରାଯିବ ।