|
logo
Live

Argus News - ଅଳିଆ ଗନ୍ଧରୁ କେବେ ମିଳିବ ମୁକ୍ତି, ନର୍କ ପାଲଟିଛି ରାଜଧାନୀବାସୀଙ୍କ ଜୀବନ

Odisha

ଅଳିଆ ଗନ୍ଧରୁ କେବେ ମିଳିବ ମୁକ୍ତି, ନର୍କ ପାଲଟିଛି ରାଜଧାନୀବାସୀଙ୍କ ଜୀବନ

Jitendra Dash
Browse all articles by Jitendra Dash
·2 years ago·1 min read
ଅଳିଆ ଗନ୍ଧରୁ କେବେ ମିଳିବ ମୁକ୍ତି, ନର୍କ ପାଲଟିଛି ରାଜଧାନୀବାସୀଙ୍କ ଜୀବନ

ଅର୍ଗସ ବ୍ୟୁରୋ : ଯେମିତି କିଏ ନିଶା ଔଷଧ ଦେଇ ଶୁଆଇ ଦେଇଛି ଆଉ ନିଦରୁ ଉଠୁନି ବିଏମସି । ବିଏମସିର ସବୁଜ ସୁନ୍ଦର ନାରା ଏହି ଅଳିଆ ପାହାଡ଼ରେ କେଉଁଠି ହଜିଯାଇଛି । ଗାଢ଼କଣ ଅଞ୍ଚଳର ଏହି  ଅସ୍ଥାୟୀ ଡମ୍ପିଂୟାର୍ଡର ଗନ୍ଧ ନାକ ଫୁଲାଇ ଦେଉଛି । ଟିକେ ମୃଦୁ ପବନ ହେଲେ ବାସ୍ ସରିଗଲା କଥା, ଗୋଟେ ବୋତଲ ଅତର ମାରିଲେ ବି କାମ ଦେଉନି । ଏହି ଫେଲ୍ ଯୋଜନା ଏବଂ ଏହି ପହାଡ଼ ନିର୍ମାଣର ଯୋଜନା ପଛରେ ଥିବା ବିଚକ୍ଷଣ ବୁଦ୍ଧିଙ୍କୁ କେଉଁ ସମ୍ମାନରେ ସମ୍ମାନିତ କରାଯିବ ୟା ଉପରେ ବୋଧେ ଗବେଷଣା ଚାଲିଥିବ । 

ଏପଟେ ବିଜେପି ୧୦ ଦିନ ହେଲା ସତ୍ୟାଗ୍ରହ କରୁଛି, ବାସ୍ ଗୋଟିଏ ଦାବି ଗାଢକଣା ଲୋକଙ୍କ ଜୀବନକୁ ନର୍କରୁ ବାହାର କରିବା । ହେଲେ ସ୍ଥାଣୁ ଭୁବନେଶ୍ବର ମହାନଗର ନିଗମ । ବିଏମସିର କେତେ ସୁନ୍ଦର ସୁନ୍ଦର ନାରା ।  ହେଲେ ନାରା ଆଉ କାମ ଭିତରେ ଆକାଶ ପାତାଳ ଫରକ। ଘରେ ଦୁଇଦିନ ଅଳିଆ ରହିଗଲେ ବଞ୍ଚିବା ମୁସ୍କିଲ ହେଇଯାଉଛି । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ଭୁବନେଶ୍ବରକୁ ବିଏମସି ଦେଇଥିବା ଏହି ପାହାଡ଼କୁ ଦେଖନ୍ତୁ ଆଉ ଚିନ୍ତା କରନ୍ତୁ କେମିତି ରହୁଥିବେ ଲୋକେ । ମେୟର ଠାରୁ ଆରମ୍ଭ କରି କମିଶନର ପର୍ଯ୍ୟନ୍ତ ସମସ୍ତେ ନକ୍ସା ତିଆରି କରିବାରେ ବ୍ୟସ୍ତ । ହେଲେ ଏପଟେ ନକ୍ସାକୁ ପଛରେ ପକାଇ ଆକାଶ ଛୁଇଁବାକୁ ଯାଉଛି ଅଳିଆ ପାହାଡ଼ ।  ତେବେ କେବେ ଉଠୁଛି ଅଳିଆ ପାହାଡ଼, କେବେ ଭାଙ୍ଗୁଛି ବିଜେପିର ସତ୍ୟାଗ୍ରହ ତାହା ଦେଖିବାକୁ ଅପେକ୍ଷା ରହିଲା ।

Sponsored
ଅଳିଆ ଗନ୍ଧରୁ କେବେ ମିଳିବ ମୁକ୍ତି, ନର୍କ ପାଲଟିଛି ରାଜଧାନୀବାସୀଙ୍କ ଜୀବନ | Argus News