Videos
|
Odisha

ସ୍ଥାୟୀ ସମାଧାନ ଦାବି କରି ଅନିର୍ଦ୍ଦିଷ୍ଟ କାଳ ପାଇଁ ସତ୍ୟାଗ୍ରହରେ ଭୁବନେଶ୍ବର ବିଜେପି

Jitendra Dash
Browse all articles by Jitendra Dash
·2 years ago·1 min read
ସ୍ଥାୟୀ ସମାଧାନ ଦାବି କରି ଅନିର୍ଦ୍ଦିଷ୍ଟ କାଳ ପାଇଁ ସତ୍ୟାଗ୍ରହରେ ଭୁବନେଶ୍ବର ବିଜେପି

ଅର୍ଗସ ବ୍ୟୁରୋ : ଦୀର୍ଘ ଦିନ ଧରି ରାଜଧାନୀ ଭୁବନେଶ୍ଵର ଗାଢକଣ ଡମ୍ପିଂୟାର୍ଡକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଥିବା ବେଳେ ସ୍ଥାନୀୟ ଅଞ୍ଚଳବାସୀ ସରକାରଙ୍କ ନିକଟରେ ପୂର୍ବରୁ ଇଛାମୃତ୍ୟୁ ପାଇଁ ଦାବି କରିଥିଲେ । ଆବର୍ଜ୍ଜନାର ଦୁର୍ଗନ୍ଧ କାରଣରୁ  ପ୍ରଭାବିତ ହୋଇଛି ଜନଜୀବନ, ଛୋଟଛୁଆ ଠାରୁ ଆରମ୍ଭ କରି ଗର୍ଭବତୀ ମହିଳା, ବୟସ୍କ ବ୍ୟକ୍ତିମାନେ ମଧ୍ୟ ଗଭୀର ଭାବେ ପ୍ରଭାବିତ ହେଉଛନ୍ତି । 

 

ଦୁର୍ଗନ୍ଧ ହେତୁ ସ୍କୁଲ, ମନ୍ଦିର ଅବା ପାର୍କ ଯିବାକୁ କୁଣ୍ଠାବୋଧ କରୁଛନ୍ତି ସ୍ଥାନୀୟ ଜନସାଧାରଣ । ଏହାକୁ ନେଇ ତେଜିଛି ରାଜନୀତି, ଭୁବନେଶ୍ଵର ଜିଲ୍ଲା ବିଜେପି ଏନେଇ ପୂର୍ବରୁ ବିରୋଧ ସହ ବିକ୍ଷୋଭ ପ୍ରଦର୍ଶନ କରିଥଲା। ଏବେ ପୁଣି ସ୍ଥାୟୀ ସମାଧାନ ଦାବିରେ ସତ୍ୟାଗ୍ରହ ଆରମ୍ବ କରିଛି । ଅନ୍ୟପଟେ ଦୁର୍ଗନ୍ଧରୁ ରାଜଧାନୀ ବାସିନ୍ଦାଙ୍କୁ ମୁକ୍ତି କରିବା ପାଇଁ ଭୁବନେଶ୍ବର ମହାନଗର ନିଗମ ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠା କରିବାକୁ ଯାଉଛି ବାୟୋମିଥେନ ଗ୍ୟାସ୍ ପ୍ଲାଣ୍ଟ । 

ଅନ୍ୟପଟେ ବିଏମ୍ସିର ଦୃଷ୍ଟି ଆକର୍ଷଣ ପାଇଁ ଅତିଷ୍ଠ ସ୍ଥାନୀୟ ଲୋକେ କେତେବେଳେ ମଲମ୍ ବାଣ୍ଟି ତ ଆଉ କେତେବେଳେ ମାସ୍କ ବାଣ୍ଟି ବିରୋଧ କରିଛନ୍ତି । ଗତକାଲି ଠାରୁ ଭାରତୀୟ ଜନତା ପାର୍ଟି ସହ ସ୍ଥାନୀୟ ଜନସାଧାରଣମାନେ ମଧ୍ୟ ସତ୍ୟାଗ୍ରହରେ ସାମିଲ ହୋଇଛନ୍ତି । ଯଥାଶୀଘ୍ର ଏହି ସମସ୍ୟାର ସମାଧାନ ନହେଲେ ପରିଣାମ ଭୟଙ୍କର ହେବ ବୋଲି ଚେତାବନୀ ଦେଇଛି ବିଜେପି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
bhubaneswar dumping yard issue | Argus News