Durga Puja Traffic Advisory / ଦୁର୍ଗାପୂଜା ପାଇଁ ଜାରି ହେଲା ଟ୍ରାଫିକ୍ କଟକଣା, ଅପରାହ୍ଣ ୨ରୁ ରାତି ୨ ଯାଏଁ ଗଡ଼ିବନି ଭାରୀ ଯାନ
·1 hour ago·2 min read

Key Points
ଦୁର୍ଗାପୂଜାରେ ଟ୍ରାଫିକ୍ କଟକଣା ଜାରି
ଅକ୍ଟୋବର ୧୬ରୁ ୨୧ ଯାଏଁ ଭାରୀ ଯାନ ଚଳାଚଳ ବନ୍ଦ
ଜାଣନ୍ତୁ କେଉଁ ରାସ୍ତାରେ ଗଡ଼ିବନି ଭାରୀ ଯାନ

ଦୁର୍ଗାପୂଜା ପାଇଁ ରାଜଧାନୀରେ ଜାରି ହୋଇଛି ଟ୍ରାଫିକ୍ କଟକଣା । ଆସନ୍ତା ଅକ୍ଟୋବର ୧୬ରୁ ୨୧ ତାରିଖ ପର୍ଯ୍ୟନ୍ତ ଏହି କଟକଣା ଲାଗୁ କରାଯାଇଛି । ଅପରାହ୍ଣ ୨ଟାରୁ ରାତି ୨ଟା ଯାଏଁ ଯାତାୟାତ ଉପରେ କଟକଣା ଜାରି କରିଛି କମିଶନରେଟ୍ ପୋଲିସ୍ । ଏହି ସମୟ ମଧ୍ୟରେ କଟକଣା ଥିବା ରାସ୍ତାରେ ଭାରି ଯାନ ଯାତାୟତ କରିପାରିବ ନାହିଁ ।
କେଉଁ ରାସ୍ତାରେ ଯାଇପାରିବ ନାହିଁ ଭାରି ଯାନ
୧. ରସୁଲଗଡ଼ ଛକଠାରୁ ଲିଙ୍ଗିପୁର ଛକ ଏବଂ ଏହାକୁ ସଂଯୋଗ କରୁଥିବା ଆଖପାଖ ରାସ୍ତା ।
୨. ବାଣୀବିହାର ଛକଠାରୁ ଶିଶୁଭବନ ଛକ ଏବଂ ଏହାକୁ ସଂଯୋଗ କରୁଥିବା ଆଖପାଖ ରାସ୍ତା
୩. ଆଚାର୍ଯ୍ୟ ବିହାର ଛକଠାରୁ କଳିଙ୍ଗ ହସ୍ପିଟାଲ ଛକ ଏବଂ ଏହାକୁ ସଂଯୋଗ କରୁଥିବା ଆଖପାଖ ରାସ୍ତା ।
୪. ଆଚାର୍ଯ୍ୟ ବିହାର ଛକଠାରୁ ନିୟୁ ଏୟାରପୋର୍ଟ ଛକ ଏବଂ ଏହାକୁ ସଂଯୋଗ କରୁଥିବା ଆଖପାଖ ରାସ୍ତା
୫. ଜୟଦେବ ବିହାର ଛକଠାରୁ ନନ୍ଦନକାନନ ଛକ ଏବଂ ଏହାକୁ ସଂଯୋଗ କରୁଥିବା ଆଖପାଖ ରାସ୍ତା
୬. ଜୟଦେବ ବିହାର ଛକଠାରୁ ରାଜଭବନ ଛକ ଏବଂ ଏହାକୁ ସଂଯୋଗ କରୁଥିବା ଆଖପାଖ ରାସ୍ତା
୭. ସିଆରପି ଛକଠାରୁ ପାଓ୍ବାର ହାଉସ୍ ଛକ ଏବଂ ଏହାକୁ ସଂଯୋଗ କରୁଥିବା ଆଖପାଖ ରାସ୍ତା
୮. ଫାୟାର ଟ୍ରେନିଂ ସ୍କୁଲ ଛକଠାରୁ ଶିଶୁଭବନ ଛକ ଏବଂ ଏହାକୁ ସଂଯୋଗ କରୁଥିବା ଆଖପାଖ ରାସ୍ତା
୯. ଖଣ୍ଡଗିରି ଛକଠାରୁ ପୋଖରୀପୁଟ ଛକ ଏବଂ ଏହାକୁ ସଂଯୋଗ କରୁଥିବା ଆଖପାଖ ରାସ୍ତା
୧୦. ଜାତୀୟ ରାଜପଥ ୧୬, ବରମୁଣ୍ଡାଠାରୁ ପଳାଶୁଣୀ ପର୍ଯ୍ୟନ୍ତ ଉଭୟ ପାର୍ଶ୍ବରେ ଥିବା ସର୍ଭିସ ରୋଡ୍
୧୧. ଖୋର୍ଦ୍ଧା ପଟୁ କଟକ ଆଡକୁ ଆସୁଥିବା ସମସ୍ତ ଭାରି ଯାନ ଭୁବନେଶ୍ବର ଆଡ଼କୁ ଆସିବାକୁ ଦିଆଯିବ ନାହିଁ । ସେହି ଗାଡ଼ିଗୁଡ଼ିକ ପିତାପଲ୍ଲୀ ଛକଠାରୁ ବାମପଟୁ ରାସ୍ତାରେ ଭାୟା ଚନ୍ଦକା-ବାରଙ୍ଗ ରାସ୍ତା ଦେଇ ବାଲିକୁଦା ଠାରେ ଜାତୀୟ ରାଜପଥ – ୧୬ ରେ ମିଶିବେ । ସେହିପରି କଟକ ପଟୁ ଖୋର୍ଦ୍ଧା ଆଡ଼କୁ ଆସୁଥିବା ଭାରୀ ଯାନ ଗୁଡ଼ିକ ବାଲିକୁଦା ଛକ ଦେଇ ପିତାପଲ୍ଲୀ ଠାରେ ଜାତୀୟ ରାଜପଥ – ୧୬ ରେ ମିଶିବେ । ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦେଖି ଆବଶ୍ୟକ ପଡ଼ିଲେ ପିତାପଲ୍ଲୀ ଛକ ଓ ବିରୂପା ବ୍ରିଜ୍ଠାରୁ ଭାରୀ ଯାନ ଗୁଡ଼ିକର ଚଳାଚଳ ନିଷେଧ କରାଯିବ ।
୧୨. ନୟାପଲ୍ଲୀ ରାବଣ ପୋଡ଼ି ସମୟରେ ଜାତୀୟ ରାଜପଥ – ୧୬ ଦେଇ କଟକ ପଟୁ ଆସୁଥିବା ସମସ୍ତ ଗାଡ଼ିଗୁଡ଼ିକ (ଭାରୀ ଯାନ ବ୍ୟତୀତ) ଜୟଦେବ ବିହାର ଠାରୁ ବାମପାର୍ଶ୍ୱ ରାସ୍ତା ଦେଇ ବେହେରା ସାହି, ଶାସ୍ତ୍ରୀ ନଗର, ପାୱାର ହାଉସ ଏବଂ ୟୁନିଟ- ୮, ଡିଏଭି ସ୍କୁଲ ଛକ ଦେଇ ସି.ଆର.ପି/ଫାୟାର ଷ୍ଟେସନ ଛକ ଆଡ଼କୁ ଯାଇପାରିବେ । ସେହିପରି ସମସ୍ତ ଗାଡିଗୁଡିକ ସି.ଆର.ପି ଛକ ଠାରୁ ଏକାମ୍ର କାନନ ରାସ୍ତା, ବିଜୁ ପଟ୍ଟନାୟକ କଲେଜ ରାସ୍ତା ଦେଇ ଜୟଦେବ ବିହାର ଆଡକୁ ଯିବେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories