Durga Puja Theft / ବିଜୟାଦଶମୀରେ ବଞ୍ଜାରା ଗ୍ୟାଙ୍ଗ ଆତଙ୍କ, ଭିଡ଼ ଭିତରେ ଚୋରଙ୍କ ଟାର୍ଗେଟ୍ରେ ମହିଳା ଓ ଛୋଟ ପିଲା
·1 hour ago·2 min read

Key Points
ପୂଜା ମଣ୍ଡପରେ ବଞ୍ଜାରା ଗ୍ୟାଙ୍ଗ ସକ୍ରିୟ
ରାଜଧାନୀରେ ପାର୍ବଣ ଭିଡ଼କୁ ଚୋରଙ୍କ ଟାର୍ଗେଟ୍
ଷ୍ଟେସନ୍ ବଜାରରେ ୫ ଅଟକ
ରାଜଧାନୀରେ ପାର୍ବଣ ଭିଡ଼କୁ ଚୋରଙ୍କ ଟାର୍ଗେଟ୍
ଷ୍ଟେସନ୍ ବଜାରରେ ୫ ଅଟକ
ବିଜୟାଦଶମୀରେ ରାଜଧାନୀରେ ପୂଜା ମାହୋଲ୍ । ଗୋଟିଏ ପଟେ ମା’ ଜଗଦମ୍ବାଙ୍କ ଦର୍ଶନ ପାଇଁ ଶତାଧିକ ଭକ୍ତଙ୍କ ଭିଡ଼, ଅନ୍ୟପଟେ ଏହି ଭିଡ଼ର ଫାଇଦା ଉଠାଇ ସକ୍ରିୟ ହୋଇଛନ୍ତି ବଞ୍ଜାରା ଚୋରି ଓ ଛିନତାଇ ଗ୍ୟାଙ୍ଗ । ମହିଳା ଓ ଛୋଟ ପିଲାଙ୍କୁ ଟାର୍ଗେଟ୍ କରୁଥିବା ଏହି ଗ୍ୟାଙ୍ଗକୁ ନେଇ ଏବେ ପୋଲିସର ଚିନ୍ତା ବଢ଼ିଛି ।
ବିଭିନ୍ନ ପୂଜା ମଣ୍ଡପରୁ ଚୋରି ଓ ଛିନତାଇ ନେଇ ଅଭିଯୋଗ ଆସୁଥିବା ବେଳେ କେତେକ ସ୍ଥାନରେ ଅଭିଯୁକ୍ତମାନେ ଧରାପଡ଼ିଛନ୍ତି । ଏହାକୁ ନେଇ ପାର୍ବଣ ସମୟରେ ରାଜଧାନୀର ସୁରକ୍ଷା ବ୍ୟବସ୍ଥା ଉପରେ ପୋଲିସର ନଜର ଅଧିକ କଡ଼ା ହୋଇଛି ।
ଗତ ରାତିରେ ଷ୍ଟେସନ୍ ବଜାର ଅଞ୍ଚଳରେ ଜଣେ ମହିଳାଙ୍କ ବେକରୁ ଚେନ୍ ଛିଣ୍ଡାଇ ନେବାକୁ ଉଦ୍ୟମ କରୁଥିବା ବେଳେ ଗ୍ୟାଙ୍ଗର ୫ ଜଣ ସଦସ୍ୟ ଲୋକଙ୍କ ହାବୁଡ଼ରେ ପଡ଼ିଥିଲେ । ଉତ୍ତ୍ୟକ୍ତ ଲୋକେ ସେମାନଙ୍କୁ ମାଡ଼ ମାରିବା ପରେ ପୋଲିସ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଅଟକ ରଖିଥିଲା ।
ରସୁଲଗଡ଼ ପୂଜା ମଣ୍ଡପରେ ମୋବାଇଲ୍ ଚୋରି
ସେହିପରି ରସୁଲଗଡ଼ ପୂଜା ମଣ୍ଡପରେ ମୋବାଇଲ୍ ଚୋରି କରୁଥିବା ବେଳେ ଜଣେ ଅଭିଯୁକ୍ତ ଧରାପଡ଼ିଛି । ତା’ ନିକଟରୁ ଆଉ ଦୁଇଟି ଚୋରି ମୋବାଇଲ୍ ଫୋନ୍ ମିଳିଥିବା ସୂଚନା ମିଳିଛି । ଏହି ଗ୍ୟାଙ୍ଗର ଅନ୍ୟ ସଦସ୍ୟମାନେ ମଧ୍ୟ ବିଭିନ୍ନ ସ୍ଥାନରେ ବୁଲୁଥିବା ନେଇ ଅଭିଯୁକ୍ତ ପୋଲିସ ଆଗରେ ସ୍ୱୀକାର କରିଥିବା କୁହାଯାଉଛି ।
ବିଜୟାଦଶମୀ ରାତିରେ ରାବଣ ପୋଡ଼ି ଦେଖିବାକୁ ପ୍ରବଳ ଜନସମାଗମ ହେବାକୁ ଥିବା ବେଳେ ଆସନ୍ତାକାଲି ଭସାଣି ଉତ୍ସବରେ ମଧ୍ୟ ଭିଡ଼ ଜମିବ। ଏଭଳି ସ୍ଥିତିରେ ଚୋରି ଓ ଛିନତାଇ ରୋକିବା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଛି।
ରାବଣ ପୋଡ଼ି ପାଇଁ ଅଗ୍ନିଶମ ବିଭାଗର ସୁରକ୍ଷା ଯାଞ୍ଚ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅନ୍ୟପଟେ ରାବଣ ପୋଡ଼ି କାର୍ଯ୍ୟକ୍ରମକୁ ସୁରକ୍ଷିତ ଭାବେ ଆୟୋଜନ କରିବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ଯାଞ୍ଚ କରାଯାଉଛି। ପ୍ରଶାସନ ପକ୍ଷରୁ ଧାର୍ଯ୍ୟ ସର୍ତ୍ତ ଅନୁଯାୟୀ ପୂଜା ମଣ୍ଡପ କମିଟିଗୁଡ଼ିକ ପ୍ରସ୍ତୁତି କରିଛନ୍ତି କି ନାହିଁ, ତାହା ଯାଞ୍ଚ କରାଯାଉଛି।
ବରମୁଣ୍ଡା ପଡ଼ିଆରେ ଅଗ୍ନିଶମ ବିଭାଗର ଅଧିକାରୀମାନେ ପହଞ୍ଚି ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି। ଅଗ୍ନି ନିରାପତ୍ତା ବ୍ୟବସ୍ଥା, ବାଣ ରଖାଯାଇଥିବା ସ୍ଥାନ ଏବଂ ରାବଣ ପୋଡ଼ି ସ୍ଥାନଠାରୁ ଦର୍ଶକମାନେ କେତେ ଦୂରରେ ରହିବେ, ସେସବୁ ଦିଗକୁ ଗୁରୁତ୍ୱ ଦିଆଯାଉଛି।
ଭସାଣିରେ ଆକର୍ଷଣ ସାଜିବ ଚଳନ୍ତା ଟ୍ରେନ୍
ଏଥର ରାଜଧାନୀରେ ଭସାଣି ଉତ୍ସବର ଆକର୍ଷଣ ବଢ଼ାଇବ ଏକ ସ୍ୱତନ୍ତ୍ର ଚଳନ୍ତା ଟ୍ରେନ୍। ଆସନ୍ତାକାଲି ବମିଖାଲ ଦୁର୍ଗାପୂଜା ମଣ୍ଡପରୁ ରାଜମହଲ ଛକ ପର୍ଯ୍ୟନ୍ତ ଏହି ଟ୍ରେନ୍ ଚାଲିବାର ଯୋଜନା ରହିଛି। ଟ୍ରେନ୍ରେ ବସି ଭସାଣି ଉତ୍ସବ ଦେଖିବାର ନିଆରା ଅନୁଭୂତି ନେଇପାରିବେ ରାଜଧାନୀବାସୀ।
ପାର୍ବଣର ଏହି ଉତ୍ସାହ ଭିତରେ ଭିଡ଼ରେ ସତର୍କ ରହିବା ସହ ନିଜ ମୋବାଇଲ୍, ସୁନା ଅଳଙ୍କାର ଓ ଅନ୍ୟ ମୂଲ୍ୟବାନ ସାମଗ୍ରୀ ପ୍ରତି ଧ୍ୟାନ ଦେବାକୁ ଆବଶ୍ୟକତା ରହିଛି। ଅନ୍ୟପଟେ ଭିଡ଼ ନିୟନ୍ତ୍ରଣ ଓ ଅପରାଧ ରୋକିବା ପାଇଁ ପୋଲିସ ଓ ପ୍ରଶାସନର ତତ୍ପରତା ଏବେ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି ।

Related Topics
Explore more stories