Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Escort Service Fraud / ଭୁବନେଶ୍ବରରେ ଏସ୍କର୍ଟ ସର୍ଭିସ୍ ଗ୍ୟାଙ୍ଗର ପର୍ଦ୍ଦାଫାସ,ସୁନ୍ଦରୀ ଯୁବତୀଙ୍କ ଫଟୋ ଲଗାଇ କରୁଥିଲେ ଠକେଇ,ଜଣେ ଯୁବତୀ ସମେତ ୪ ଗିରଫ

Bikash Mohanty
Browse all articles by Bikash Mohanty
·1 month ago·2 min read
ଭୁବନେଶ୍ବରରେ ଏସ୍କର୍ଟ ସର୍ଭିସ୍ ଗ୍ୟାଙ୍ଗର ପର୍ଦ୍ଦାଫାସ,ସୁନ୍ଦରୀ ଯୁବତୀଙ୍କ ଫଟୋ ଲଗାଇ କରୁଥିଲେ ଠକେଇ,ଜଣେ ଯୁବତୀ ସମେତ ୪ ଗିରଫ
Escort Service

Key Points

ଭୁବନେଶ୍ବରରେ ଏସ୍କର୍ଟ ସର୍ଭିସ୍ ଗ୍ୟାଙ୍ଗର ପର୍ଦ୍ଦାଫାସ
ସୁନ୍ଦରୀ ଯୁବତୀଙ୍କ ଫଟୋ ଲଗାଇ କରୁଥିଲେ ଠକେଇ
ଜଣେ ଯୁବତୀ ସମେତ ୪ ଗିରଫ
ଭୁବନେଶ୍ବର,୧୪/୦୬: ଅପରିଚିତ ମହିଳାମାନଙ୍କ ଫଟୋ ବ୍ୟବହାର କରି ଚଳାଇଥିଲେ ଏସ୍କର୍ଟ ସର୍ଭିସ୍। ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଏହି ଫଟୋ ପୋଷ୍ଟ କରି ଯୌନ ପିପାସୁଙ୍କୁ ଫସାଉଥିଲେ। କେବଳ ସେତିକି ନୁହେଁ ଅଶ୍ଳୀଳ ଚାଟିଂ କରିବାକୁ ସେମାନଙ୍କୁ ଉସୁକାଇ ଟଙ୍କା ନେଉଥିଲେ। ଟଙ୍କା ନଦେଲେ ସବୁ ଚାଟ୍ ଭାଇରାଲ୍ କରିବାକୁ ଧମକ ଦେଇ ଟଙ୍କା ଆଦାୟ କରୁଥିଲେ | ରାଜଧାନୀରେ ଏଭଳି ଏକ ଠକେଇ ଏସ୍କର୍ଟ ମ୍ୟା ରାକେଟକୁ ତମାଣ୍ଡୋ ଥାନା ପୁଲିସ ଠାବ କରିଛି। ଏହି ରାକେଟ୍‌ରେ ସମ୍ପୃକ୍ତ ଥିବା ଧଉଳି ଲିଙ୍ଗିପୁର ଇନ୍ଦିରା କଲୋନିର ଉମାକାନ୍ତ ଦଳାଇ(୩୨), ତୋଫାନ ପ୍ରଧାନ, ମିଞ୍ଜି ଭୋଇ ଓ ଲକ୍ଷ୍ମୀସାଗର କୁଲିସାହିର ଚିତ୍ତରଂଜନ ମହାନ୍ତିକୁ ଗିରଫ କରାଯାଇଛି। ସେମାନଙ୍କ ପାଖରୁ ୯ଟି ମୋବାଇଲ, ସେଥିରେ ଥିବା ବିଭିନ୍ନ ମହିଳାଙ୍କ ଫଟୋର ସ୍କ୍ରିନ୍‌ସଟ୍, ବ୍ୟାଙ୍କ କାରବାରର ରେକର୍ଡ ଓ ଗୋଟିଏ କାର୍ ଜବତ କରାଯାଇଛି।

ତମାଣ୍ଡୋ ଥାନା ଅଞ୍ଚଳରେ ରହୁଥିବା ଅଭିଯୋଗକାରିଣୀଙ୍କ ଅଭିଯୋଗ ଅନୁଯାୟୀ, ଗତ ୧୧ ତାରିଖ ଦିନ ସେ ତାଙ୍କର ଜଣେ ବନ୍ଧୁଙ୍କ ପାଖରୁ ଖବର ପାଇଥିଲେ ଯେ କେହି ଦୁର୍ବୃତ୍ତ ତାଙ୍କ ଫଟୋକୁ ପୋଷ୍ଟ କରି ଏସ୍କର୍ଟ ସର୍ଭିସ୍ ସମ୍ପର୍କିତ ଅଶ୍ଳୀଳ ପୋଷ୍ଟ କରିଛନ୍ତି। ସେ ବିଳମ୍ବ ନକରି ସଙ୍ଗେସଙ୍ଗେ ତମାଣ୍ଡୋ ଥାନାରେ ଏନେଇ ଅଭିଯୋଗ କରିଥିଲେ। ପୁଲିସ ଏହି ସାମାଜିକ ଗଣମାଧ୍ୟମ ଆକାଉଣ୍ଟର ଖୋଳତାଡ଼ କରିବା ସମୟରେ ଏହି ନକଲି ଏସ୍କର୍ଟ ସର୍ଭିସ୍ ସମ୍ପର୍କରେ ଜାଣିବାକୁ ପାଇଥିଲା।

ପଢନ୍ତୁ ଏହି ଖବର: ଗିରଫ ହେଲେ ଚର୍ଚ୍ଚିତ ସରପଞ୍ଚ ଚାମେଲି ଓଝା, ବିଡ଼ିଓ ଏବଂ ପୋଲିସକୁ ଚାମେଲି ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା

ପୁଲିସ ସୂତ୍ରରୁ ପ୍ରକାଶ ଯେ ଉମାକାନ୍ତ, ତୋଫାନ ଓ ମିଞ୍ଜି ଧଉଳି ଅଞ୍ଚଳରେ ଏକ ଘର ଭଡ଼ାନେଇ ଏହି ନକଲି ଗ୍ୟାକେଟ୍‌ ଚଳାଇଥିଲେ | ସେମାନେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ସୁନ୍ଦରୀ ଯୁବତୀ ଓ ମହିଳାମାନଙ୍କ ଫଟୋର ସ୍କ୍ରିନ୍‌ସଟ୍ ନେଇ ଏହାକୁ ଅଶ୍ଳୀଳ ଢଙ୍ଗରେ ଏଡିଟ୍ କରିବା ପରେ ଏହି ନକଲି ଏସ୍କର୍ଟ ସର୍ଭିସ୍ ଆକାଉଣ୍ଟରେ ଅପଲୋଡ୍ କରୁଥିଲେ | ସେଥିରେ ସେମାନେ ଏସ୍କର୍ଟ ସେବାର ସୁବିଧା ଉଠାଇବାକୁ ଆକର୍ଷଣୀୟ ଅଫର୍ ଦେଉଥିଲେ | ଯଦି କେହି ଏଥିରେ ପ୍ରଲୋଭିତ ହୋଇ ଯୋଗାଯୋଗ କରୁଥିଲା, ସେମାନେ ସଂପୃକ୍ତ ବ୍ୟକ୍ତିଙ୍କୁ ଅନ୍‌ଲାଇନ୍ ଯୋଗେ ଟଙ୍କା ପଇଠ କରିବାକୁ ପ୍ରବର୍ତ୍ତାଉ ଥିଲେ। ଟଙ୍କା ପାଇବା ପରେ ସେମାନେ ଟଙ୍କା ପଠାଉଥିବା ବ୍ୟକ୍ତିଙ୍କ ନମ୍ବରକୁ ବ୍ଲକ୍ କରିଦେଉଥିଲେ। ଆଉ ଯଦି କେହି ଟଙ୍କା ନଦେଲା ତେବେ ସେମାନେ ସଂପୃକ୍ତ ବ୍ୟକ୍ତିଙ୍କୁ ବ୍ଲାକ୍‌ମେଲ୍ କରୁଥିଲେ । ଫଳରେ ଲୋକଲଜ୍ଜାକୁ ଡରି ଟଙ୍କା ଦେବାକୁ ପଡ଼ୁଥିଲା । ବିଶେଷ କରି କଲେଜ ଛାତ୍ରମାନଙ୍କୁ ଏହି ଦୁର୍ବୃତ୍ତମାନେ ହ୍ବାଟ୍ସଆପ୍ ଓ ଟେଲିଗ୍ରାମ୍ ଯୋଗେ ଅଶ୍ଳୀଳ ଲିଙ୍କ୍ ପଠାଇ ପ୍ରଲୋଭିତ ଭିତ କରୁଥିଲେ। 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bhubaneswar Escort Service Fraud Gang Busted: Four Arrested in Online Scam | Argus News