Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଗିରଫ ହେଲେ ଚର୍ଚ୍ଚିତ ସରପଞ୍ଚ ଚାମେଲି ଓଝା, ବିଡ଼ିଓ ଏବଂ ପୋଲିସକୁ ଚାମେଲି ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା

Odisha

Chameli Arrested / ଗିରଫ ହେଲେ ଚର୍ଚ୍ଚିତ ସରପଞ୍ଚ ଚାମେଲି ଓଝା, ବିଡ଼ିଓ ଏବଂ ପୋଲିସକୁ ଚାମେଲି ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା

Bikash Mohanty
Browse all articles by Bikash Mohanty
·8 hours ago·2 min read
ଗିରଫ ହେଲେ ଚର୍ଚ୍ଚିତ ସରପଞ୍ଚ ଚାମେଲି ଓଝା, ବିଡ଼ିଓ ଏବଂ ପୋଲିସକୁ ଚାମେଲି ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା
Chameli

Key Points

ଜେଲ ଗଲେ ସରପଞ୍ଚ ଚାମେଲି ଓଝା
କେନ୍ଦ୍ରାପଡା ଜିଲ୍ଲା ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝା
ବିଡ଼ିଓ ଓ ପୋଲିସକୁ ଚାମେଲି ଦୁର୍ବ୍ୟବହାର କରିଥିବା ଅଭିଯୋଗ
ଚାମେଲିଙ୍କ ବିରୋଧରେ ମାମଲା ରୁଜୁ ପରେ କୋର୍ଟ ଚାଲାଣ
କେନ୍ଦ୍ରାପଡ଼ା ୧୩।୬: ଜେଲ୍ ଗଲେ ଚର୍ଚ୍ଚିତ ସରପଞ୍ଚ ଚାମେଲି ଓଝା l କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ତିଖିରି ପଞ୍ଚାୟତ ସରପଞ୍ଚ ଚାମେଲି ଓଝାଙ୍କୁ ଗିରଫ ପରେ ପୋଲିସ SDJMଙ୍କ କୋର୍ଟରେ ହାଜର କରି ତାଙ୍କୁ ଜେଲ୍ ପଠାଇ ଦେଇଛି । ଗତ ଜୁନ୍ ୧୦ ତାରିଖରେ ନିଜ ପଞ୍ଚାୟତର ସମସ୍ୟା ନେଇ ଚାମେଲି ମହାକାଳପଡ଼ା ବିଡିଓଙ୍କ ପାଖକୁ ଯାଇଥିଲେ l ସେଠାରେ ଭିଡିଓ ଶୁଟିଂ କରିବାରୁ ଆରମ୍ଭ ହୋଇଥିଲା ବିବାଦ l ମହାକାଳପଡ଼ା ବିଡିଓ ଓ ପୋଲିସ ପକ୍ଷରୁ ଚାମେଲିଙ୍କ ବିରୁଦ୍ଧରେ ଭିନ୍ନ ଭିନ୍ନ ଏତଲା ଦିଆଯାଇଥିଲା l ଏହି ଏତଲା ଆଧାରରେ ପୋଲିସ ଗତ ୧୦ ତାରିଖରେ ଚାମେଲିଙ୍କ ଭାଇ ସୂର୍ଯ୍ୟକାନ୍ତଙ୍କୁ ଏବଂ ଶନିବାର ଚାମେଲି ଓଝାଙ୍କୁ ଗିରଫ କରିଥିଲା l ଗିରଫ ପରେ ଚାମେଲିଙ୍କୁ ବାରିମୂଳ ଜେଲ୍‌କୁ ପଠାଇ ଦିଆଯାଇଛି l

ଲୋକଙ୍କ ସମସ୍ୟା ନେଇ ବିଡିଓଙ୍କୁ ଭେଟିବାକୁ ଯାଇଥିଲେ l କିନ୍ତୁ ବିବାଦରେ ଫଶିଗଲେ ମହାକାଳପଡ଼ା ବ୍ଲକ୍ ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝା । ଗୁରୁବାର ପୂର୍ବାହ୍ନରେ ମହାକାଳପଡ଼ା ବ୍ଲକ୍ ବିଡିଓଙ୍କ ଚାମ୍ବରରେ ଚାମେଲି ଅଭିଯୋଗ କରିବା ସହ ଭିଡିଓ କରିବା ଘଟଣାରୁ ଆରମ୍ଭ ହୋଇଥିଲା ବିବାଦ । ବିଡିଓଙ୍କ ଫୋନ୍ ପାଇ ମହାକାଳପଡ଼ା ପୋଲିସ ପହଞ୍ଚି ଚାମେଲି ଓ ତାଙ୍କ ଭାଇଙ୍କୁ ଥାନାକୁ ନେଇଥିଲା । ଏହାର ଲାଇଭ୍ ଭିଡିଓ କରି ସେ ସୂଚନା ଦେଇଥିଲେ । ତେବେ ଥାନାକୁ ନେଲା ବେଳେ ଗାଡ଼ି ଭିତରେ ପୋଲିସ ତାଙ୍କୁ ମାଡ଼ ମାରିଥିବା ଚାମେଲି ଏସ୍ପିଙ୍କୁ ଲିଖିତ ଜଣାଇଛନ୍ତି । ଚାମେଲି ଜିଲ୍ଲା ସରପଞ୍ଚ ସଂଘ ସଭାପତି ଭାବେ ଦାୟିତ୍ବ ନିର୍ବାହ କରୁଛନ୍ତି । ତେଣୁ ସଂଘର ସମ୍ପାଦକ ସଞ୍ଜୟ ସେଠୀଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଏସ୍ପିଙ୍କୁ ଭେଟି ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି । ସେହିପରି ଚାମେଲି ଓଝା ମଧ୍ୟ ମୁଖମନ୍ତ୍ରୀଙ୍କୁ ଘଟଣାରେ ଚିଠି ଲେଖି ଜଣାଇଛନ୍ତି ।

ପଢନ୍ତୁ ଏହି ଖବର: ବହୁଚର୍ଚ୍ଚିତ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ଘଟଣା; ଆତ୍ମସମର୍ପଣ କଲା ଚନ୍ଦ୍ରିକାଙ୍କ ପୁରୁଷ ବନ୍ଧୁ, କଠୋର କାର୍ଯ୍ୟାନୁଷ୍ଠାନ ଦାବି କଲେ ପରିବାର

ସେପଟେ ପୋଲିସ ବିରୋଧରେ ଚାମେଲିଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି କେନ୍ଦ୍ରାପଡା ଏସ୍ପି । ଚାମେଲି ଥାନା ଭିତରେ ବସିଥିବାର ଏକ ସିସି କ୍ୟାମେରା ଭିଡିଓ ଗଣମାଧ୍ୟମ ସହ ସେୟାର କରିଛନ୍ତି ଏସ୍ପି ।ତେବେ ବିଡିଓଙ୍କ ଅଭିଯୋଗ ଆଧାରରେ ଚାମେଲିଙ୍କ ସାନଭାଇ ସୂର୍ଯ୍ୟକାନ୍ତ ଓଝାଙ୍କୁ ଗିରଫ କରି ଜେଲ୍ ପଠାଇଦେଇଛି ପୋଲିସ।ଏବଂ ଚାମେଲିଙ୍କ ବିରୋଧରେ ପୋଲିସ ଦେଇଥିବା ଏତଲାକୁ ଗ୍ରହଣ କରି ମାମଲା ରୁଜୁ ହୋଇଛି । ପୋଲିସ ଗାଡି ଭିତରେ ସିସି କ୍ୟାମେରା ନଥିବାରୁ ଚାମେଲିଙ୍କୁ ମାଡ ଘଟଣାକୁ ପ୍ରମାଣ କରିବା ସହଜ ହେବ ନାହିଁ । କିନ୍ତୁ ବିଡିଓଙ୍କ ଚାମ୍ବରରେ ସିସି କ୍ୟାମେରାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored