Videos
|
Odisha

Crime In Odisha / ପରୀକ୍ଷା ସେଣ୍ଟରରେ ଉପରେ ରଖୁଥିଲା ନଜର; ପରୀକ୍ଷାର୍ଥୀ ଯିବା ପରେ ଡିକି ଭାଙ୍ଗି କରୁଥିଲା ଲୁଟ୍

Sushanta Sahoo
Browse all articles by Sushanta Sahoo
·3 weeks ago·2 min read
ପରୀକ୍ଷା ସେଣ୍ଟରରେ ଉପରେ ରଖୁଥିଲା ନଜର; ପରୀକ୍ଷାର୍ଥୀ ଯିବା ପରେ ଡିକି ଭାଙ୍ଗି କରୁଥିଲା ଲୁଟ୍
Bhubaneswar Mobile Theft Racket Busted

Key Points

ରାଜଧାନୀରୁ ଗିରଫ ହେଲା ଚାଲାକ ଚୋର
ହୋଟେଲରେ ରହୁଥିଲା ପରୀକ୍ଷା ହଲ ବାହାରୁ ଲୁଟୁଥିଲା
ଲୁଟ୍ ମୋବାଇଲ ବିକି ଅନଲାଇନ ଗେମ୍ ଖେଳୁଥିଲା
ଭୁବନେଶ୍ଵର: ପରୀକ୍ଷା ହଲ୍ ବାହାରେ ଛାତ୍ରଛାତ୍ରୀ ସ୍କୁଟିରେ ରଖୁଥିବା ଫୋନ୍‌କୁ ଦେଢ଼ ବର୍ଷ ଧରି ଲୁଟୁଥିଲା ଅଭିଯୁକ୍ତ । ଚୋରି ପରେ ମୋବାଇଲ୍‌କୁ ସିଧାସଳଖ ନ ବିକି ପାର୍ଟ୍ସ ବିକ୍ରି କରୁଥିଲା । ପାର୍ଟ କିଣୁଥିବା ବ୍ୟବସାୟୀ ରାକେଶ ସାହୁ ମଧ୍ୟ ପୋଲିସ ହାତରେ ଧରାପଡ଼ିଛି । ଦାମୀ ମୋବାଇଲ୍‌କୁ ମାତ୍ର ୫ରୁ ୬ ହଜାର ଟଙ୍କାରେ ବିକି ହୋଟେଲରେ ରହିବା ସହ ଖେଳୁଥିଲା ଅନଲାଇନ୍ ଗେମ୍ ।

ରାଜଧାନୀର ବିଭିନ୍ନ ପରୀକ୍ଷା କେନ୍ଦ୍ର ଥିଲା ଚୋରର ଟାର୍ଗେଟ୍ । ପରୀକ୍ଷା ହଲ୍ ଭିତରେ ନୁହେଁ, ହଲ୍ ବାହାରେ ରହୁଥିଲା ଅଭିଯୁକ୍ତର ନଜର । ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଯିବା ପୂର୍ବରୁ ନିଜ ମୋବାଇଲ୍ ଫୋନ୍‌କୁ ସ୍କୁଟିରେ ରଖି ଯାଉଥିଲେ । ଆଉ ଏହି ସୁଯୋଗର ଫାଇଦା ଉଠାଉଥିଲା ଅଭିଯୁକ୍ତ ଦୁଷ୍ମନ୍ତ ସୁବୁଦ୍ଧି ।

ସ୍କୁଟିରେ ଥିବା ମୋବାଇଲ୍‌କୁ ଟାର୍ଗେଟ୍ କରି ଚୋରି କରି ଫେରାର୍ ହୋଇ ଯାଉଥିଲା । ଗତ ଦେଢ଼ ବର୍ଷ ଧରି ଏଭଳି ଢଙ୍ଗରେ ମୋବାଇଲ୍ ଚୋରି କରୁଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି । ପରୀକ୍ଷା ସେଣ୍ଟରରେ ଛାତ୍ରଛାତ୍ରୀଙ୍କ ଭିଡ଼ ଓ ସ୍କୁଟିରେ ମୋବାଇଲ୍ ରଖିବା ଅଭ୍ୟାସକୁ ହିଁ ନିଜ ଚୋରିର ହତିଆର କରିଥିଲା ଅଭିଯୁକ୍ତ ।

ଏଥିସହ ପଢ଼ନ୍ତୁ: ହୁତୁହୁତୁ ହୋଇ ଜଳିଗଲା ପୂଜା ପେଣ୍ଡାଲ୍‌; ଅକ୍ଷତ ରହିଲେ ଶ୍ରୀଗଣେଶ 

ଚୋରି କରିବା ପରେ ମୋବାଇଲ୍‌କୁ ନେଇ ପହଞ୍ଚୁଥିଲା ବାପୁଜୀ ନଗର । ସେଠାରେ ରାକେଶ କୁମାର ସାହୁଙ୍କୁ ମୋବାଇଲ୍ ଦେଉଥିଲା ଦୁଷ୍ମନ୍ତ । ପରେ ରାକେଶ ମୋବାଇଲ୍‌କୁ ଖୋଲି ଏହାର ବିଭିନ୍ନ ପାର୍ଟ୍ସ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ଧରା ପଡ଼ିବା ଭୟରେ ମୋବାଇଲ୍‌କୁ ସିଧାସଳଖ ବିକ୍ରି ନକରି ପାର୍ଟ୍ସ କରି ବିକ୍ରି କରାଯାଉଥିଲା ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦାମୀ ଦାମୀ ମୋବାଇଲ୍ ମଧ୍ୟ ୫ରୁ ୬ ହଜାର ଟଙ୍କାରେ ବିକ୍ରି ହେଉଥିଲା । ଏପଟେ ଚୋରି ଟଙ୍କାରେ ଅୟସ କରୁଥିଲା ଦୁଷ୍ମନ୍ତ । ହୋଟେଲ୍‌ରେ ରହିବା ସହ ଗେମ୍ ଖେଳି ଟଙ୍କା ଉଡ଼ାଉଥିବା ତଦନ୍ତରୁ ଜଣାପଡ଼ିଛି ।

କେବଳ ମୋବାଇଲ୍ ଚୋରି ନୁହେଁ, ଚୋରି କରିଥିବା ଫୋନ୍‌ରୁ ଫୋନ୍ ପେ’ରେ ଟ୍ରାଞ୍ଜାକ୍ସନ୍ ମଧ୍ୟ କରୁଥିଲା ଅଭିଯୁକ୍ତ । ଏବେ ଦୁଷ୍ମନ୍ତ ଗିରଫ ପରେ ଏହି ମୋବାଇଲ୍ ଚୋରି ରାକେଟ୍‌ର ଆହୁରି କିଏ କିଏ ସାମିଲ୍ ଅଛନ୍ତି, ସେ ନେଇ ତଦନ୍ତ ଚଲାଇଛି ପୋଲିସ । ଆବଶ୍ୟକ ପଡ଼ିଲେ ଚାଲାକ ଚୋର ଦୁଷ୍ମନ୍ତକୁ ରିମାଣ୍ଡରେ ଆଣି ଜେରା କରିପାରେ କମିସନରେଟ ପୋଲିସ ।
Bhubaneswar Exam Centres Targeted: Mobile Thief Arrested, Phone Parts Sold | Argus News | Argus News Odia