Visa Centre / ରାଜ୍ୟ ବାହାରକୁ ଦୌଡ଼ିବେନି ଓଡ଼ିଆ; ଭୁବନେଶ୍ୱରରେ ହେବ 'ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର'
·7 months ago·2 min read

Key Points
ଭୁବନେଶ୍ୱରରେ 'ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର' ପ୍ରତିଷ୍ଠା ପାଇଁ ଅନୁମୋଦନ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରସ୍ତାବିତ ଭିସା ସେଣ୍ଟର ଭୁବନେଶ୍ୱର ବରମୁଣ୍ଡାସ୍ଥିତ ବାବାସାହେବ ଆମ୍ବେଦକର ବସ୍ ଟର୍ମିନାଲ୍ ବିଲ୍ଡିଂରେ କାର୍ଯ୍ୟକ୍ଷମ ହେବ ।
ଭୁବନେଶ୍ଵର: ଏଣିକି ଓଡ଼ିଶା ଲୋକେ ଭିସା ପାଇଁ ଆଉ କୋଲକତା, ଦିଲ୍ଲୀ, ହାଇଦ୍ରାବାଦ ଯିବେ ନାହିଁ । ଭୁବନେଶ୍ଵରରେ ହୋଇଯିବ କାମ, ମିଳିଯିବ ଭିସା । ଭୁବନେଶ୍ୱରରେ 'ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର' ପ୍ରତିଷ୍ଠା ପାଇଁ ଅନୁମୋଦନ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଏହି ପ୍ରସ୍ତାବିତ ଭିସା ସେଣ୍ଟର ଭୁବନେଶ୍ୱର ବରମୁଣ୍ଡାସ୍ଥିତ ବାବାସାହେବ ଆମ୍ବେଦକର ବସ୍ ଟର୍ମିନାଲ୍ ବିଲ୍ଡିଂରେ କାର୍ଯ୍ୟକ୍ଷମ ହେବ । ଏଥିପାଇଁ ଓଡ଼ିଶା ସରକାର ୩ ହଜାର ବର୍ଗଫୁଟର ଜାଗା ଯୋଗାଇ ଦେବେ । ରାଜଧାନୀରେ 'ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର' ହେବା ଦ୍ଵାରା ଉପକୃତ ହେବେ ବିଦେଶକୁ ଯାଉଥିବା ଲୋକ ।
ଏଥିସହ ପଢ଼ନ୍ତୁ: ଡାକ୍ତର ପାଇଁ... ଗୋଡ଼ ଧରିଲେ ଲୋକେ, ହାତ ଯୋଡ଼ିଲେ ଜିଲ୍ଲାପାଳ
ସୂଚନାଯୋଗ୍ୟ ଯେ, ଆନ୍ତର୍ଜାତିକ ଭିସା ପାଇବା ପାଇଁ ପୂର୍ବରୁ ରାଜ୍ୟବାସୀଙ୍କୁ କୋଲକତା, ଦିଲ୍ଲୀ, ହାଇଦ୍ରାବାଦ ଭଳି ଦେଶର ଅନ୍ୟ ସହରକୁ ଯିବା ପାଇଁ ପଡୁଥିଲା । ଭୁବନେଶ୍ୱରରେ ଏକ ଭିସା ସେଣ୍ଟର ପ୍ରତିଷ୍ଠା କରିବା ପାଇଁ ରାଜ୍ୟବାସୀଙ୍କ ପକ୍ଷରୁ ବହୁ ଦିନରୁ ଦାବି ରହି ଆସୁଥିଲା । ଏସବୁକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ।
ରାଜ୍ୟର ଏକମାତ୍ର ଅନ୍ତର୍ଜାତୀୟ ବିମାନବନ୍ଦର ବାବେ ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଦୁବାଇ, ବ୍ୟାଂକକ୍, କ୍ଵାଲାମ୍ପୁର ଏବଂ ସିଙ୍ଗାପୁରକୁ ବିମାନ ଉଡ଼ାଣ କରୁଛି । ୟୁଏଇ, ମାଲେସିଆ, ଥାଇଲାଣ୍ଡ ସହ ଆକାଶ ମାର୍ଗରେ ଭୁବନେଶ୍ଵର ସିଧାସଳଖ ଯୋଡ଼ି ହୋଇଛି ।
ଏଥିସହ ପଢ଼ନ୍ତୁ: ବାପା ସାଜିଲା କଂସେଇ, ମାଆ ଛେଉଣ୍ଡ ୫ ପିଲାଙ୍କୁ ଫାଶୀ ଦେଇଦେଲା...
ସେହିଭଳି ଦେଶ ଭିତରେ ନୂଆଦିଲ୍ଲୀ, ବେଙ୍ଗାଳୁରୁ, ମୁମ୍ବାଇ, କୋଲକାତା, ହାଇଦ୍ରବାଦ, ଚେନ୍ନାଇ, ପାଟନା, ପୁନେ, ଜାମସେଦପୁର, ରାଞ୍ଚି, ଅହମଦାବାଦ, ଗୌହାଟି, ରାୟପୁର, କୋଚି, ବିଶାଖାପାଟ୍ଟଣମ୍ ଆଦି ସ୍ଥାନକୁ ବିମାନ ଉଡ଼ୁଛି । ରାଜ୍ୟ ଭିତରେ ଝାରସୁଗୁଡ଼ା, ଜୟପୁର, ରାଉରକେଲା, ଉତ୍କେଲା ସହ ଯୋଡ଼ି ହୋଇଛି ଭୁବନେଶ୍ଵର ।
ତଥ୍ୟ ଅନୁସାରେ, ଭୁବନେଶ୍ଵର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ମାଧ୍ୟମମରେ ୨୦୨୫ ଅଗଷ୍ଟ ମାସରେ ମୋଟ ୩ ଲକ୍ଷ ୮୬ ହଜାର ୪୬୯ ଜଣ ଯାତ୍ରୀ ଯିବା ଆସିବା କରିଛନ୍ତି । ସେଥିରୁ ୧୦ ହଜାର ୩୮୪ ଜଣ ଯାତ୍ରୀ ବିଦେଶ ଯାଇଥିବା ବେଲେ ୩ ଲକ୍ଷ ୭୬ ହଜାର ୮୫ ଜଣ ଯାତ୍ରୀ ଦେଶ ମଧ୍ୟରେ ବିମାନ ଯାତ୍ରା କରିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories