Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Bhubaneswar Group Clash / ରାଜଧାନୀରେ ଗୋଷ୍ଠୀ ସଂଘର୍ଷ, ବିଚ୍‌ ରାସ୍ତାରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

Santosh Kumar Sahoo
Browse all articles by Santosh Kumar Sahoo
·5 months ago
ରାଜଧାନୀରେ ଗୋଷ୍ଠୀ ସଂଘର୍ଷ, ବିଚ୍‌ ରାସ୍ତାରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ
Group Clash in Bhubaneswar

Key Points

ପୁଣି ରକ୍ତରଞ୍ଜିତ ରାଜଧାନୀ !
ପୂର୍ବଶତ୍ରୁତାରୁ ଗୋଷ୍ଠୀ ସଂଘର୍ଷ
ବିଚ୍‌ ରାସ୍ତାରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ
ପୁଣି ରକ୍ତ ରଞ୍ଜିତ ହେଲା ରାଜଧାନୀ । ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଭୁବନେଶ୍ବରରେ ତୁମୁଳ କାଣ୍ଡ । ଡମଣା ଏବଂ ହାଉସିଂ ବୋର୍ଡ ପିଲାଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ । ବିଚ୍‌ ରାସ୍ତାରେ ଜଣେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ । ରାସ୍ତା ମଝିରେ ଯୁବକଙ୍କୁ ଚୋଟ ଉପରେ ଚୋଟ ପକାଇଲେ ଅନ୍ୟ ଏକ ଗୋଷ୍ଠୀର ଯୁବକ ।

ତେବେ ଏହି ଆକ୍ରମଣରେ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ଏହି ଘଟଣାରେ ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ୍‌ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Bhubaneswar Clash: Youth Chased and Attacked on Road in Group Rivalry | Argus News