Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Road Accident / ରାଜଧାନୀ ଭୁବନେଶ୍ବରରେ ଭୟଙ୍କର ଦୁର୍ଘଟଣା, ଚାଲିଗଲା ୩ ବାଇକ ଆରୋହୀଙ୍କ ଜୀବନ

Ritu Das
Browse all articles by Ritu Das
·4 months ago·1 min read
ରାଜଧାନୀ ଭୁବନେଶ୍ବରରେ ଭୟଙ୍କର ଦୁର୍ଘଟଣା, ଚାଲିଗଲା ୩ ବାଇକ ଆରୋହୀଙ୍କ ଜୀବନ
Accident

Key Points

ରାଜଧାନୀ ଭୁବନେଶ୍ୱରରେ ଘଟିଛି ଭୟଙ୍କର ସଡକ ଦୁର୍ଘଟଣା
ପାହାଳ ଥାନା ଅନନ୍ତପୁର ଛକ ନିକଟରେ ଏକ ହାଇଓ୍ବା ଧକ୍କାରେ ତିନି ଜଣଙ୍କ ମୃତ୍ୟୁ ଘଟିଛି
ମୃତକଙ୍କ ପରିଚୟ ଏଯାଏ ମିଳିନାହିଁ
ରାଜଧାନୀ ଭୁବନେଶ୍ୱରରେ ଘଟିଛି ଭୟଙ୍କର ସଡକ ଦୁର୍ଘଟଣା। ଖବର ଅନୁଯାୟୀ, ପାହାଳ ଥାନା ଅନନ୍ତପୁର ଛକ ନିକଟରେ ଏକ ହାଇଓ୍ବା ଧକ୍କାରେ ତିନି ଜଣଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ତିନି ଜଣ ବାଇକରେ ଯାଉଥିବା ବେଳେ ଏକ ଦ୍ରୁତଗତିରେ ଆସୁଥିବା ହାଇୱା ଆସି ସେମାନଙ୍କୁ ଧକ୍କା ଦେଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ତିନି ଜଣଙ୍କର ମୃତ୍ୟୁ ଘଟିଥିଛି।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ ପାହାଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡିକୁ ଜବତ କରିଛି । ପରେ ଶବ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି। ତେବେ ମୃତକଙ୍କ ପରିଚୟ ଏଯାଏ ମିଳିପାରି ନାହିଁ। ବାଇକର ନମ୍ବର ଜରିଆରେ ଗାଡ଼ି ମାଲିକ ଚିହ୍ନଟ କରୁଛି ପୋଲିସ । ବାକି କେମିତି ଦୁର୍ଘଟଣା ଘଟିଲା, ସେନେଇ ଛାନ୍‌ଭିନ୍‌ ମଧ୍ୟ ଜାରି ରଖିଛି ପୋଲିସ। ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି ବୋଲି ଜଣାପଡ଼ିଛି।

ଦେଖନ୍ତୁ ସମ୍ପୂର୍ଣ ଖବର: ଦୁଃଖ ଦେଇଗଲା ରଙ୍ଗର ପର୍ବ; ମହାନଦୀ, ବ୍ରାହ୍ମଣୀ, ଖରସ୍ରୋତା ନେଲା ୫ ଜୀବନ

ସବୁଠୁ ବଡ଼ କଥା ହେଲା ପାହାଳ ଥାନା ଆଇଆଇସି ଏହି ଖବରର ଛାନଭିନ କରୁଛନ୍ତି। ତେବେ ବଡ଼ ଚିନ୍ତାର ବିଷୟ ହେଉଛି ରାଜଧାନୀ ଜାତୀୟ ରାଜପଥ ଦିନକୁ ଦିନ ଅନସେଫ ପାଲଟୁଛି। ଅନ୍ୟପକ୍ଷେ ବାଇକ ନମ୍ବରକୁ ଅନୁସନ୍ଧାନ କରି ପୋଲିସ ଆର୍ଟିଓ ରେକର୍ଡରେ ଥିବା ମାଲିକଙ୍କ ସହ ଯୋଗାଯୋଗ କରିଥିଲା । ଗାଡ଼ି ମାଲିକ ବହୁଦିନ ପୁର୍ବରୁ ବାଇକ ବିକ୍ରି କରିଦେଇଥିବା ପୋଲିସକୁ କହିଛନ୍ତି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Horrific Road Accident in Bhubaneswar Claims Lives of Three Bike Riders | Argus News