Religious Conversion Case / ହୋଟେଲ ଭିତରେ ଚାଲିଥିଲା 'ଧର୍ମ ଖେଳ' ! ତାଲା ଭାଙ୍ଗି ପଶିଲା ପୋଲିସ
·58 mins ago·1 min read

Key Points
ଧର୍ମ ପ୍ରଚାର ନା ଧର୍ମାନ୍ତରୀକରଣ ?
ସାମ୍ନାକୁ ଆସିଲା ଧର୍ମ ପରିବର୍ତ୍ତନର ସାଂଘାତିକ ସତ
ସାମ୍ନାକୁ ଆସିଲା ଧର୍ମ ପରିବର୍ତ୍ତନର ସାଂଘାତିକ ସତ
ରାଜଧାନୀ ଭୁବନେଶ୍ୱରର ଏକ ନାମୀ ହୋଟେଲ ଭିତରେ ଚାଲିଥିଲା ଧର୍ମାନ୍ତରୀକରଣର ବଡ଼ ଖେଳ ! ନୟାପଲ୍ଲୀ ସ୍ଥିତ ହୋଟେଲ ଅନ୍ନପୂର୍ଣ୍ଣାରେ ଚଢ଼ାଉ କରିଛି ପୋଲିସ । ରୁମ୍ର ତାଲା ଭାଙ୍ଗିବା ପରେ ସାମ୍ନାକୁ ଆସିଛି ଚମକାଇ ଦେଲା ଭଳି ଚିତ୍ର । ଘଟଣାସ୍ଥଳରେ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର କର୍ମକର୍ତ୍ତାଙ୍କ ହଙ୍ଗାମା ପରେ ୪ ଜଣଙ୍କୁ ଅଟକ ରଖିଛି ପୋଲିସ । ଏହା ଧର୍ମ ପ୍ରଚାର ନା ଧର୍ମାନ୍ତରୀକରଣର ଚକ୍ରାନ୍ତ ?
ହୋଟେଲ ଭିତରେ ଧର୍ମାନ୍ତରୀକରଣର ବଡ଼ ଅଭିଯୋଗ । ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ହୋଟେଲ ଅନ୍ନପୂର୍ଣ୍ଣାରେ ଚାଲିଥିଲା ସନ୍ଦେହଜନକ କାର୍ଯ୍ୟକଳାପ । ଖବର ପାଇ ନୟାପଲ୍ଲୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚଢ଼ାଉ କରିଥିଲା । ହୋଟେଲ ରୁମ୍ ଭିତରୁ କବାଟ ବନ୍ଦ ଥିବାରୁ ପୋଲିସକୁ ତାଲା ଭାଙ୍ଗିବାକୁ ପଡ଼ିଥିଲା । ଆଉ ତାଲା ଭାଙ୍ଗି ରୁମ୍ ଭିତରକୁ ପଶିବା ପରେ ପୋଲିସ ହାତରେ ଲାଗିଥିଲା ସାଂଘାତିକ ପ୍ରମାଣ ।
ଧର୍ମ ପ୍ରଚାର ନା ଧର୍ମାନ୍ତରୀକରଣ ? ଏହି ପ୍ରଶ୍ନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଘଟଣା ସମ୍ପର୍କରେ ସୂଚନା ପାଇ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର କର୍ମକର୍ତ୍ତାମାନେ ହୋଟେଲ ପରିସରରେ ପହଞ୍ଚି ବିରୋଧ ପ୍ରଦର୍ଶନ କରିଥିଲେ । ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ୪ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରୁଛି । ହୋଟେଲ ରୁମ୍ରୁ ଜବତ ହୋଇଥିବା ବିଭିନ୍ନ ଡକ୍ୟୁମେଣ୍ଟରୁ ଏହି ଧର୍ମାନ୍ତରୀକରଣର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି, ତାହାର ତଦନ୍ତ ଚଳାଇଛି ପୋଲିସ ।
ରାଜଧାନୀର ଗହଳି ଭିତରେ ଥିବା ଏକ ହୋଟେଲକୁ କାହିଁକି ଏହି କାର୍ଯ୍ୟ ପାଇଁ ବଛାଗଲା ? ଏହି ରାକେଟ୍ ପଛରେ ଆଉ କାହାର ହାତ ରହିଛି ? ଏସବୁ ଦିଗକୁ ନେଇ ପୋଲିସ ଖୋଳତାଡ଼ ଜାରି ରଖିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories